Top 10 News: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
1.New CJI sworn in: ଭାରତର ୫୧ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ଶରେ ତାଙ୍କୁ ଶପଥପାଠ କରାଇଲା ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୧୫, ମେ ୧୩ ତାରିଖ ଯାଏ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ।
2.No Religion promotes Pollution: ବିଶ୍ୱର କୌଣସି ଧର୍ମ ପ୍ରଦୂଷ୍ଣକୁ ସମର୍ଥନ କରନ୍ତି ନାହିଁ। ଦୀପାବଳିରେ ବାଣ ଫୁଟାଇବା ଏବଂ ଏଥିପ୍ରତି ସରକାର ଉଦାସୀନ ହେବାକୁ କେନ୍ଦ୍ର କରି ଆଜି ସୁପ୍ରିମକୋର୍ଟ ଏହା କହିଛନ୍ତି।
3.201 crore for Fire services Modernization: ରାଜ୍ୟରେ ଅଗ୍ନିଶମ ସେବାକୁ ଅତ୍ୟୁାଧୁନିକ କରିବା ପାଇଁ କେନ୍ଦ୍ର ସରକାର ୨୦୧ କୋଟି ୧୦ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚକ୍ଷମତାପନ୍ନ କମିଟି ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୭୨୫ କୋଟି ୬୨ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହିକ୍ରମରେ ପଶ୍ଚିମବଙ୍ଗ ପାଇଁ ସର୍ବାଧିକ ୩୭୬ କୋଟି ୭୬ ଲକ୍ଷ ଏବଂ ଛତିଶଗଡ଼ ଲାଗି ୧୪୭.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
4.Menstruation Leave Officially notified: ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନେ ଏଣିକି ଗୋଟିଏ ଦିନର ମାସିକ ଋତୁଶ୍ରାବ ଛୁଟି ପାଇବେ। ବର୍ଷକୁ ୧୨ ଦିନ ପାଇଁ ଏହି ଛୁଟି ମଞ୍ଜୁର କରାଯିବ। ଏଥିଲାଗି ଅର୍ଥ ବିଭାଗ ଆବଶ୍ୟକ ବିଜ୍ଞପ୍ତି ଆଜି ପ୍ରକାଶ କରିଛି।
5.CS urges action against undue Pressure: ରାଜ୍ୟରେ ସରକାରୀ କର୍ମଚାରୀଙ୍କ ବଦଳି ବା ନିଯୁକ୍ତି ସମ୍ପର୍କିତ ଘଟଣାକୁଡ଼ିକୁ ନେଇ ଅତିଷ୍ଠ ହୋଇଛି ପ୍ରଶାସନ। ଏଣିକି କୌଣସି କର୍ମଚାରୀ ଯଦି ନିଜର ବା ଅନ୍ୟ କୌଣସି କର୍ମଚାରୀଙ୍କ ବଦଳି ବା ନିଯୁକ୍ତି ସମ୍ପର୍କରେ ଲବି କରନ୍ତି ବା ଚାପ ପ୍ରୟୋଗ କରନ୍ତି ତେବେ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସମସ୍ତ ବିଭାଗୀୟ ସଚିବମାନଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।
6.3 Police officers felicitated: ରାଜ୍ୟ ପୁଲିସରେ କାମ କରୁଥିବା ୩ ଜଣ ଅଧିକାରୀଙ୍କ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ମିଳିଛି। ୨୦୨୪ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ସେମାନେ ହେଲେ, ଗଜପତି ଜିଲ୍ଲାରେ କାର୍ଯ୍ୟରତ ଇନ୍ସପେକ୍ଟର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଏବଂ ମାଲକାନଗିରିରେ ଅବସ୍ଥାପି ରାଗନ୍ କିଣ୍ଡେ।
7.SBI Report Warns FDI in India: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଭାରତକୁ ଆସୁଥିବା ବିଦେଶୀ ପୁଞ୍ଜି ନିଯୋଗ ପ୍ରଭାବିତ ହୋଇପାରେ। ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଆଗ‘ ନିଷ୍ପତ୍ତି ଦ୍ୱାରା ଏହି କ୍ଷେତୟ ପ୍ରଭାବିତ ହେବା ଆଶଙ୍କା ରହିଛି।
8.Pannu Threatens attack on Sriram Temple: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏକ ଭିଡିଓରେ ପନ୍ନୁନ୍ ନଭେମ୍ବର ୧୬ ଏବଂ ୧୭ ରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି। ହିନ୍ଦୁ ମନ୍ଦିରଗୁଡିକୁ କ୍ଷତିଗ୍ରସ୍ଥ କରିବାକୁ ଏହି ଧମକ ଦିଆଯାଇଛି।
9.Holy Panchaka ti Start from Tomorrow; ଆସନ୍ତା କାଲିଠାରୁ ପବିତ୍ର ପଞ୍ଚକ ଆରମ୍ଭ ହେଉଊଛି। ଏହା ୪ ଦିନ ଚାଲିବ। ଏହି ଅବସରରେ ରାଇଦାମୋଦର ପୂଜା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ପୁରୀରେ ସମାଗମ ହୋଇଥାଏ। ଏଥିଲାଗି ସ୍ୱତନ୍ତ୍ର ନୀତି ଓ ରୀତି ଆୟୋଚନ କରାଯାଇଛି।
10.Aryan Gender change: ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନ୍ ହଠାତ୍ ହେଡଲାଇନରେ ବନିଯାଇଛନ୍ତି। ହର୍ମୋନ୍ ରିପ୍ଲେସମେଣ୍ଟ ଥେରାପି କରିବା ପରେ ଆର୍ଯ୍ୟନ୍ ବର୍ତ୍ତମାନ ଏକ ପୁଅରୁ ଝିଅରେ ପରିଣତ ହୋଇଛନ୍ତି। ସୋସିଆଲ ମିଡିଆରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ପୁଅ ଆରୟନ୍ ଙ୍କ/ଅନନ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ଆର୍ଯ୍ୟନ୍ କହିଛନ୍ତି ଯେ ସେ କ୍ରିକେଟ୍ ଖେଳକୁ କେତେ ଭଲ ପାଆନ୍ତି, କିନ୍ତୁ ଟ୍ରାନ୍ସଜେଣ୍ଡର ମହିଳା କ୍ରିକେଟରଙ୍କ ପାଇଁ ନିୟମ ନ ଥିବାରୁ ସେ ଏହି ଖେଳରେ ସମର୍ଥନ ପାଇ ପାରୁନାହିଁନ୍ତି। ସେ ଆର୍ଯ୍ୟନ୍ ଠାରୁ ଅନନ୍ୟା ହେବା ପର୍ଯ୍ୟନ୍ତ ତାଙ୍କର କଠିନ ଯାତ୍ରା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।