1.Central Team to estimate Damage: ବାତ୍ୟା ଦାନା ଏବଂ ଏହା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ  ଆସନ୍ତା ୨୪ ତାରିଖରେ କେନ୍ଦ୍ରୀୟ ଟିମ୍‍ ଓଡ଼ିଶା ଗସ୍ତରେ ଆସିବେ। ଏଥିନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଟିମ୍‍ କେନ୍ଦ୍ର ଗୃହ ବିଭାଗର ଜଣେ ଯୁଗ୍ମ ସଚିବଙ୍କ ନେତୃତ୍ୱ ରାଜ୍ୟକୁ ଆସିବ। ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରପଡ଼ା ଜିଲ୍ଲା ଗସ୍ତରେ ଆସି କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ୨୬ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାପରେ ସମ୍ପୃକ୍ତ ଟିମ୍‍ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ୨୭ ତାରିଖରେ କେନ୍ଦ୍ରକୁ ଫେରିବା କାର୍ଯ୍ୟକ୍ରମ ରହିଛି। । 

 

2.Odisha to seek Permanent solution: ବାରମ୍ବାର ବନ୍ୟା ବାତ୍ୟା ଯୋଗୁ ରାଜ୍ୟର ଭିତ୍ତିଭୂମି ଅନେକ ପ୍ରଭାବିତ ହେଉଛି। ଏହାସହ ଲୋକଙ୍କ ଚାଳ ଘର ବାରମ୍ବାର କ୍ଷତି ହେଉଛି। ଏହାକୁ ସଜାଡ଼ିବା ଲାଗି ସାଧାରଣ ଲୋକଟିଏ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ବାରମ୍ବାର ଏହି କ୍ଷତିକୁ ରୋକିବା ଲାଗି  ସରକାର ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ  ତାହା ପୁଣି ଏକ ବିପର୍ଯ୍ୟୟ ଆସିଲେ ପୂର୍ବ ଭଳି ହେଉଛି। ଏଣୁ ସରକାର ସ୍ଥାୟୀ ସମାଧାନ ପାଇଁ ଖର୍ଚ୍ଚର ଆକଳନ କରିବାକୁ ଯାଉଛନ୍ତି। ଏଥିଲାଗି କେନ୍ଦ୍ରୀୟ ସହାୟତା ବାବଦରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। 

 

 

3.Now Govt will reform according to FeedBack: ପ୍ରଥମଥର ପାଇଁ  ସରକାରୀ କାର୍ଯ୍ୟାଳୟକୁ ଲୋକଙ୍କ ଆବଶ୍ୟକତା ଅନୁସାରେ ସଜାଡ଼ିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏହି ଉଦ୍ୟମ ଆରମ୍ଭ ହୋଇଛି ରାଜ୍ୟରେ ଥିବା ୩୧୩ଟି ସବ୍‍ରେଜିଷ୍ଟ୍ରାର୍‍ ଅଫିସରୁ। ଏସବୁ ଅଫିସରେ ଜମିଜମା ପଞ୍ଜିକରଣ  ହୋଇଥାଏ। ଏସବୁ କାର୍ଯ୍ୟାଳୟକୁ ସିସିଟିଭି ନିରୀକ୍ଷଣରେ ରଖାଯିବା ଅବସରରେ ଲୋକଙ୍କ ଠାରୁ ତାଙ୍କ ମତାମତ, ପରାମର୍ଶ ଓ  ଅଭିଜ୍ଞତା ହାସଲ ପାଇଁ ସରକାର ସ୍ୱତନ୍ତ୍ର ଫିଡ୍‍ବ୍ୟାକ୍‍ ଫର୍ମ ବ୍ୟବସ୍ଥା କରିଛନ୍ତି। ଏହାଛଡ଼ା ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ମତାମତ ପଠାଇବା ଲାଗି ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। 

 

4.Minor raped in Cuttack: କଟକ ଜିଲ୍ଲାର ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର ହୋଇଥିବା ନେଇ ମାମଲା ରୁଜୁ ହୋଇଛି। ତ୍ରିଶୁଳିଆରେ ଥିବା ଏକ ଇଟା ଭାଟିରେ କାମ କରୁଥିବା ଜଣେ ଝରଡ଼ଖଣ୍ଡ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ହେତୁ ସେ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ସେହି ଇଟାଭାଟିରେ ପୀଡ଼ିତାଙ୍କ ବାପା ମା’ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ ପାଇଁ ବାରଙ୍ଗଥାନା ପୁଲିସ ତିନୋଟି ସ୍ୱତନ୍ତ୍ର ଟିମ୍‍ ଗଠନ କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛନ୍ତି। 

 

 

5.Paddy Procurement Started: ଆରମ୍ଭ ହୋଇଛି ଧାନ କିଣା । ଏଥର ପ୍ରଥମଥର ପାଇଁ ଧାନ କିଣାକୁ ସୁରୁଖୁର କରିବା ଲାଗି ଅନେକ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହାର ବ୍ୟବସାୟୀ ତଥା ଚାଷୀଙ୍କୁ ଭର୍ତ୍ତି କରାଇ ନଦେବାକୁ ସୀମା ବନ୍ଦ କରାଯାଇଛି। ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମଦିନ ସୋହେଲାର ତିନି ମଣ୍ଡିରେ ଧାନ କିଣାକୁ ଉଦ୍‍ଘାଟନ କରାଯାଇଛି। ଏହାପରେ ସାରା ରାଜ୍ୟରେ ଏ ବ୍ୟବସ୍ଥା ଲାଗୁ ହେବ। ମଣ୍ତିରେ ଛାଇ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ଧାନର ମାନ ପରୀକ୍ଷଣ ଲାଗି ବୈଜ୍ଞାନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚାଷୀଙ୍କୁ ଧାନ ବିକ୍ରିର ୪୮ ଘଣ୍ଟା ଭିତରେ ଅର୍ଥ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ଲାଗି ସରକାର ୩୧୦୦ ଟଙ୍କାରେ କ୍ୱିଣ୍ଟା ପିଛା ଧାନ କିଣିବାକୁ ଯାଉଛନ୍ତି। 

 

6.President Visit to Odisha: ଆସନ୍ତା ୩ ତାରିଖରୁ ରାଷ୍ଟ୍ରପତି ଓଡ଼ିଶା ଆସିବେ। ସେଥିଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ରାଷ୍ଟ୍ରପତି ଏହି ସମୟରେ ପୁରୀ, ଭୁବନେଶ୍ୱର ଏବଂ ମୟୁରଭଞ୍ଜ ଗସ୍ତରେ ରହିବେ। ଏହି ସମୟରେ ଆବଶ୍ୟକ ବ୍ୟବସ୍ଥାକୁ ସୁରୁଖୁର କରିବା ଲାଗି ସରକାର ଧ୍ୟାନ ଦେଇଛନ୍ତି।୭  ତାରିଖରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବେ।  

 

 

7.Another Low Pressure: ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ଅନୁଭୂତ ହେବା ସମ୍ଭାବନା ରହିଛି। ଏହାସହ ଆକାଶ ମେଘୁଆ ରହିବା ଦ୍ୱାରା ଦିନବେଳେ ତାପମାତ୍ରା କମିବା ସମ୍ଭାବନା ରହିଛି। 

 

8.Maha Poll: ମହାରାଷ୍ଟ୍ରରେ ୨୮୮ ଆସନ ଲାଗି ଏକ ଦିନରେ   ଭୋଟ ଗ୍ରହଣ କରାଯାଉଛି।  ସକାଳ ୭ଟାରୁ ବିଭିନ୍ନ ପୁଲିଂ ବୁଥରେ ଭୋଟିଂ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ଝାଡ଼ଖଣ୍ଡରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯାଉଛି। ଉତ୍ତର ପ୍ରଦେଶ, କେରଳ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଉପ ନିର୍ବାଚନହେତୁ ଆଜି ୧୫ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। 

 

 

9.40 Elephants in Chandaka: ଚନ୍ଦକାରେ ହାତୀ ଗଣନା ଶେଷ ହୋଇଛି। ସମୁଦାୟ ୪୦ଟି ହାତୀ ଏବେ ଚନ୍ଦକା ଜଙ୍ଗଲରେ ଥିବା ନେଇ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ମେ’ ମାସ ଗଣନାରେ ୪୫ଟି ହାତୀ ଥିଲେ। 

 

10.More General Coach in Trains: ଏଣିକି ଏକ୍ସପ୍ରେସ ଟ୍ରେନରେ ଅଧିକ ଦ୍ୱିତୀୟ ଶ୍ରେଣୀ ବଗି ରହିବ। ସାଧାରଣ ଲୋକଙ୍କ  ଯାତ୍ରାକୁ ବ୍ୟାପକ କରିବା ଲାଗି ଏହି ବ୍ୟବସ୍ଥା ଆପଣାଯାଇଛି। ଏହି ସ୍ୱତନ୍ତ୍ର ସାଧାରଣ କୋଚ୍‍ ଗୁଡ଼ିକ ମଧ୍ୟ ଅଣ ଶୀତ ତାପ ନିୟନ୍ତ୍ରିତ ଏବଂ ଅଣ ଶୟନ କୋଚ୍‍ ଅନ୍ତର୍ଭୁକ୍ତ। ଶସ୍ତା ଯାତ୍ରା ଓ ଆବଶ୍ୟକତାକୁ ଉପଲବ୍ଧ କରି ଭାରତୀୟ ରେଳ ଏହି ବ୍ୟବସ୍ଥା ଆପଣାଇଛି।