1.Centre announces new pension scheme: ମୋଦୀ କ୍ୟାବିନେଟ୍ ଶନିବାର ଦିନ ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ (ୟୁପିଏସ୍) କୁ ଅନୁମୋଦନ କରିଛି। ଏହା ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ଭାବରେ ବେସିକ ସାଲାରିର ୫୦ ପ୍ରତିଶତ ପେନସନ୍ ସୁନିଶ୍ଚିତ କରାଯିବ। କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ନୂତନ ପେନ୍ସନ୍ ସ୍କିମ୍ (NPS) ର ବିକଳ୍ପ ଭାବରେ UPS କୁ ଉପସ୍ଥାପିତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

2.Encounter Breaks Out In J&K's Sopore: ଶନିବାର ଦିନ ଜମ୍ମୁ କାଶ୍ମୀରର ସୋପୋର ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ ଓ ଜଣେ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଶନିବାର ଦିନ X ରେ ଏକ ପୋଷ୍ଟ ମାଧ୍ୟମରେ ଚିନାର କର୍ପସ ଏହି ସୂଚନା ଦେଇଛି।


3.Mehbooba Mufti reveals PDP manifesto: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଶନିବାର ଦିନ ଜାତୀୟ ସମ୍ମିଳନୀ ଓ କଂଗ୍ରେସର ମିଳିତ ମେଣ୍ଟକୁ ଟାର୍ଗେଟ କରି କହିଛନ୍ତି ଯେ ସେମାନଙ୍କର କୌଣସି ଏଜେଣ୍ଡା ନାହିଁ ଏବଂ ଏହା କେବଳ ସିଟ୍ ବଣ୍ଟନ ଉପରେ ଆଧାରିତ। ଜମ୍ମୁ କାଶ୍ମୀରର ପୂର୍ବତନ ସିଏମ୍ ମଧ୍ୟ ନିଜ ଦଳର ମାନିଫେଷ୍ଟୋ ଜାରି କରିଛନ୍ତି।


4. Nagarjuna Convention Demolition: ହାଇଦ୍ରାବାଦ ବିପର୍ଯ୍ୟୟ ମୁକାବିଲା ଏବଂ ସମ୍ପତ୍ତି ମନିଟରିଂ ଆଣ୍ଡ ପ୍ରୋଟେକସନ (HYDRA) ସାଉଥ୍ ଷ୍ଟାର ନାଗାର୍ଜୁନଙ୍କ ବିରୋଧରେ ବୁଲଡୋଜର ଆକ୍ସନ ଆରମ୍ଭ କରିଛି। ହାଇଡ୍ରା ତାଙ୍କ ଏ-କନଭେନସନ୍ ସେଣ୍ଟରରେ ଏକ ବୁଲଡୋଜର ଆକ୍ସନ ନେଇଛି। ୧୦ ଏକର ଜମିରେ ନିର୍ମିତ ଏହି କନଭେନସନ୍ ସେଣ୍ଟର ଉପରେ ବହୁ ବର୍ଷ ଧରି ତଦନ୍ତ ଚାଲିଥିଲା।


5.Haryana-election-dateଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପୂର୍ବରୁ ହରିୟାଣା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ଅକ୍ଟୋବର ୧ ତାରିଖକୁ ନିର୍ବାଚନ ପାଇଁ ଧାର୍ଯ୍ୟ କରିଥିଲେ ନିର୍ବାଚନ କମିଶନ । କିନ୍ତୁ ଏବେ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି । ନିର୍ବାଚନ ତାରିଖ ବଦଳାଇବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ବିଜେପି ଏକ ଚିଠି ଲେଖିଥିବା ସୂଚନା ମିଳିଛି ।


6.Weather Report: ବଙ୍ଗୋପସାଗରରେ ସିରିଜ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ସେପ୍ଟେମ୍ବର ପ୍ରଥମ ସପ୍ତାହ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୮ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର(Keonjhar), ମୟୂରଭଞ୍ଜ,  କଟକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର(Jagatsinghpur)କୁ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।


7. Potato Issue: ଆଳୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି। ସରକାର ଆସିବାର ୩ ମାସ ଭିତରେ ଆଳୁ ସମସ୍ୟା ସମ୍ଭାଳି ପାରିଲେ ନାହିଁ। ଆଗକୁ କଣ କରିବେ ବୋଲି ପ୍ରଶ୍ନ କରିଛି ଦଳ।   ଆସନ୍ତା ୫ ବର୍ଷ ମଧ୍ୟରେ ବାହାର ରାଜ୍ୟରୁ ଗୋଟିଏ ଟ୍ରିପ ଆଳୁ ନଆଣି ରାଜ୍ୟରେ ଆବଶ୍ୟକ ମୁତାବକ ଆଳୁ ଉତ୍ପାଦନ କରିପାରିଲେ ଜାଣିବୁ ବିଜେପି ଓଡ଼ିଆ ଅସ୍ମିତା ଧାରକ ଓ ବାହାକ। ୫ ବର୍ଷ ଧୈର୍ଯ୍ୟର ସହ ଅପେକ୍ଷା କରିବୁ ଯଦି ତୁମ ସରକାର ପାଞ୍ଚ ବର୍ଷ ଚାଲେ। ଗତ ୨୪ବର୍ଷ ଭିତରେ ନବୀନ ପଟ୍ଟନାୟକ ଚାଉଳ ଉତ୍ପାଦନରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରିଥିଲେ। ଖାଦ୍ୟଶସ୍ୟ ଯେତେବେଳେ ୫୦ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହେଉଥିଲା ତାକୁ ୧୫୦ ଲକ୍ଷ ମେଟ୍ରିକଟନରେ ପହଞ୍ଚାଇଥିଲେ।


8.Bomb blast in ganjam: ସୋରଡ଼ା ଥାନା ଅନ୍ତର୍ଗତ କେଶରା ଗାଁରେ ବୋମାମାଡ ହୋଇଛି । ଫଳରେ ୪ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ଗୁରୁତର ସମସ୍ତ ୪ଜଣ ପୁରୁଷ ହୋଇଥିବା ସୂଚନା ମିଳିଛି । ସୋରଡାରୁ ବାଇକ ମାଧ୍ୟମରେ ଘରକୁ ଫେରିବା ସମୟରେ ବୋମା ମାଡର ଶିକାର ହୋଇଛନ୍ତି କେଶରା ଅଞ୍ଚଲର ଲକ୍ଷ୍ମଣ ନାହାକ, କୃଷ୍ଣ ନାହାକ, ସୁରେଶ ପାଣିଗ୍ରାହୀ ଓ ପ୍ରସନ ଗୌଡ଼ । ତେବେ କାଳି ମନ୍ଦିର ନିକଟରେ କିଛି ଦୁର୍ବୁତ୍ତ ବାଇକରେ ଫେରୁଥିବା ବ୍ୟକ୍ତିଙ୍କ ଉପରେ ବୋମା ମାଡ କରିଥିଲେ । ଲଗାତାର ୩ଟି ବୋମା ପକାଇବା ଫଳରେ ବାଇକ୍ ଆରୋହୀମାନେ ତଳେ ପଡିଯାଇଥିଲେ । ତାପରେ ମାରଣାସ୍ତ୍ର ମାଧ୍ୟମରେ ଆକ୍ରମଣ କରି ବାଇକ ଆରୋହୀଙ୍କୁ ଲହୁଲୁହାଣ କରିଥିଲେ ଦୁର୍ବୁତ୍ତମାନେ। ଏ ସମ୍ପର୍କରେ ନିକଟସ୍ଥ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାରେ ଗୁରୁତର ହୋଇଥିବା ସମସ୍ତ ୪ ବ୍ୟକ୍ତିଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।


9.କୋଲକାତା ଲଜ୍ଜା ଘଟଣାରେ ସିବିଆଇ ପକ୍ଷରୁ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି । ୪ ଡାକ୍ତର ଓ ଜଣେ ଭଲେଣ୍ଟିଅର୍‌ଙ୍କ ମଧ୍ୟ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି ।


10-ହୀରାକୁଦର ଆଉ ୮ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ୍ ମୋଟ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ଆଶଙ୍କା ରହିଛି। ତେଣୁ ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।