Subhadra Scheme Installment: ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡ଼ରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା ‘ସୁଭଦ୍ରା’ ସହାୟତା ରାଶି । ଡିସେମ୍ବର ସୁଦ୍ଧା ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ସୂଚନା ରହିଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିଥିଲେ। 


COMMERCIAL BREAK
SCROLL TO CONTINUE READING

Srimandira Ratna Bhandar: ଆସିଲା ରତ୍ନ ଭଣ୍ଡାର GPR ସର୍ଭେ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌/ ଜିପିଏସ୍‌ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ୪୫ ପୃଷା ସମ୍ବଳିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ।  ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆଧାରରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କରାଯିବ। 


Srimandira Darshan Bandh: ସୋମବାର ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ ଟା ସମୟରୁ ରାତି ୯ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପଇତା ଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ। ଦ୍ଵିପହର ଧୂପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


Land Mine Blast: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ। ଏହି ବିସ୍ଫୋରଣରେ ଜଣେ ଡିଆର୍‌ଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଆହତ ଯବାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ହୋଇଥିବା ଯବାନ ହେଉଛନ୍ତି ସୁକୁମା ଜିଲ୍ଲା ପୁଲିସର ପଡିଆମ ବିନୋଦ। ସେପଟେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ପରେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନାଯୋଗ୍ୟ ଯେ, ଛତିଶଗଡ଼ ସୁକୁମା ଜିଲ୍ଲାର ତୁମାରପାଡ଼ ଓ ରାୟଗୁଡେମ ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍‌ ଖଞ୍ଜି ଥିଲେ। ଏହି ରାସ୍ତାରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା।


Odisha BJD: ଓ୍ବାକଫ୍‌(ସଂଶୋଧନ) ବିଲ୍‌କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ। ଆଜି ଓ୍ବାକଫ୍‌(ସଂଶୋଧନ) ବିଲ୍‌କୁ ବିରୋଧ କରି ରାଜଭବନ ନିକଟ ସର୍କିଟ୍‌ ହାଉସ ସମ୍ମୁଖରେ ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଛି। ଚନାଯୋଗ୍ୟ ଯେ, ୱାକଫ୍ ବିଲକୁ ବିଜେଡି ବିରୋଧ କରି ଆଜି ବିଧାୟକ କଲୋନିରୁ ବାହାରି ରାଜଭବନ ଅଭିମୁଖେ ଯାଇଥିଲେ ବିଜେଡି ନେତା। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମନମାନି ଚାଲିବ ନାହିଁ ବୋଲି ବିଜେଡି କହିଛି। 


Balijatra End: ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା । ଗତକାଲି ଥିଲା ଉଦଯାପନୀ ସନ୍ଧ୍ୟା । ୯ ଦିନ ଧରି ମହାନଦୀ ପଠାରେ ଜମିଥିଲା କିଣାବିକାର ମେଳା । ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ପ୍ରତିବର୍ଷ କରି ଚଳିତବର୍ଷ ମଧ୍ୟ ବାଲିଯାତ୍ରା ଜମିଥିଲା । ତେବେ ଏଥର ବାଲିଯାତ୍ରାରେ ମୋଟ ୨୫୦ କୋଟିର ବ୍ଯବସାୟ ହୋଇଛି । କେବଳ  ଓରମାସରେ ଏକାକୀ ୪୦ କୋଟି ଟଙ୍କାର ବିଜିନେସ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। 


Odisha Parab 2024: ଓଡ଼ିଶା ପର୍ବର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗମନ ନେଇ ଉତ୍ସାହିତ ପ୍ରବାସୀ ଓଡ଼ିଆ । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୁଥିବାରୁ ଅଧିକ ଭିଡ଼ ଆଶା କରୁଛନ୍ତି ଆୟୋଜକ । ତୃତୀୟ ଦିନରେ ଓଡ଼ିଶାର ୩୫ ଟି ଷ୍ଟାଟ ଅପ୍ ଯୋଗ ଦେଇଛନ୍ତି । ଓଡ଼ିଶା ବାହାରେ ସେମାନଙ୍କ ବେପାର ବାଣିଜ୍ୟ ପାଇଁ ଓଡ଼ିଶା ପର୍ବ ବଡ଼ ସୁଯୋଗ ଦେଇଛି ବୋଲି ସେମାନେ କହିଛନ୍ତି । ଦିଲ୍ଲୀ ଦରବାରରେ ସେମାନଙ୍କୁ ନିଜ ନିଜର ଷ୍ଟାର୍ଟ ଅପ୍ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଆ ସମାଜକୁ ଧନ୍ୟବାଦ ଦେଇଛନ୍ତି ।


Jama Masjid Survey: ଅଶାନ୍ତ ହୋଇଛି ଉତ୍ତରପ୍ରଦେଶ ସମ୍ଭଲ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଆକ୍ରୋଶ । ସର୍ଭେ କରିବାକୁ ଯାଇଥିବା ଟିମ୍‌ ଉପରକୁ ଉତ୍ୟକ୍ତ ଲୋକେ ପଥର ମାଡ଼ କରିଥିବା ଦେଖିବାକୁ ମିଳିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ଭଲରେ ଥିବା ଜାମା ମସଜିଦର ଦ୍ୱିତୀୟ ଥର ସର୍ଭେ କରିବା ସକାଳ ୬ଟାରେ ପହଞ୍ଚିଥିଲା ବୈଷୟିକ ଟିମ୍ । ସୁରକ୍ଷାକୁ ନେଇ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଥିଲା।


Hemant Soren: ଝାଡ଼ଖଣ୍ଡରେ ପୁଣି ଚାଲିବ ଜେଏମଏମ ମୁଖିଆ ହେମନ୍ତ ସୋରେନଙ୍କ ଶାସନ । ଆସନ୍ତା ୨୬ରେ ମୁଖ୍ଯମନ୍ତ୍ରୀ ଭାବେ ନେଇ ପାରନ୍ତି ଶପଥ । ଗତକାଲି ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ଏନଡିଏର ସମସ୍ତ ସ୍ବପ୍ନ ଧୂଳିସାତ୍ କରିଦେଇଛି । ବିଶେଷ କରି ଅନୁପ୍ରବେଶକାରୀଙ୍କୁ ନେଇ ବିଜେପିର ରଣନୀତିକୁ ପ୍ରତ୍ୟାଖାନ କରିଛନ୍ତି ଜନତା । ରାଜ୍ଯରେ ଇଣ୍ଡି ମେଣ୍ଟର ବିଜୟ ବି ଏକଜିଟ ପୋଲ୍ ଆକଳନକୁ ଭୁଲ ପ୍ରମାଣିତ କରିଛି । ଜେଏମଏମ, କଂଗ୍ରେସ, ଆରଜେଡି ଓ ସିପିଆଇଏମ (ଏଲ) ମେଣ୍ଟ ୮୧ ଆସନରୁ ୫୬ ଆସନରେ ବିଜୟୀ ହୋଇଥିବାବେଳେ ଏନଡିଏକୁ ମିଳିଛି ୨୪ ଆସନ । 


India vs Australia Test Match: ପର୍ଥ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ । ଦ୍ୱିତୀୟ ପାଳିରେ ୬ ୱିକେଟ୍ ହରାଇ ଭାରତର ୪୮୭ ରନ୍‌ କରିଛି ଭାରତ ।ଯଶସ୍ବୀ ଜୟଶ୍ବାଲ ୧୬୧, କୋହଲିଙ୍କ ଅପରାଜିତ ୧୦୦ ରନ୍ ସହ  ଅଷ୍ଟ୍ରେଲିଆ ଠାରୁ ଭାରତ ୫୩୪ ରନ୍‌ରେ ଆଗୁଆ ରହିଛି। ପ୍ରଥମ ଇଂନିସରେ ଭାରତ- ୧୫୦/୧୦ ରନ୍, ଅଷ୍ଟ୍ରେଲିଆ- ୧୦୪/୧୦ ରନ୍ କରିଥିଲା।