Top 10 News: ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି ଓ ପଢ଼ନ୍ତୁ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
Top 10 News: ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି ଓ ପଢ଼ନ୍ତୁ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
1.ନିକଟରେ ଚର୍ଚ୍ଚାକୁ ଆସିଥିବା ତଥା କଥିତ ‘କୁନି ବାବା’ଙ୍କ ଆଶ୍ରମ ଭଙ୍ଗା ହେବା ନେଇ ବିଡିଏ ଓ ବିଏମ୍ସି ଜାରି କରିଥିବା ନିର୍ଦ୍ଦେଶକୁ ସ୍ଥଗନ ରଖିବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହାଦ୍ୱାରା ଡିସେମ୍ବର ୧୨ ତାରିଖ ଯାଏ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଆଶ୍ୱସ୍ତି ମିଳିଛି।
2.ଭାରତର ପ୍ରମୁଖ ଶିଳ୍ପାନୁଷ୍ଠାନ ଆଦାନୀ ବିରୁଦ୍ଧରେ ପୁଣି ବିଦେଶରେ ଚର୍ଚ୍ଚା ହୋଇଛି। ଏହି କମ୍ପାନୀ ଆମେରିକାର ସରକାରୀ ଅଧ଼ିକାରୀଙ୍କୁ ଲାଞ୍ଚ ଦେଇ ବିଦେଶୀ ନିବେଶ ହାସଲ ପାଇଁ ଚେଷ୍ଟା କରିଥିବା କୋର୍ଟରେ ଅଭିଯୋଗ ହୋଇଛି। ଏପରିକି ଏଥିରେ କୋଟି କୋଟି ଡଲାର କାରବାର ପାଇଁ ପ୍ରତିଶୃତି ଦିଆଯାଇଥିବା କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି।
3.ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରକୁ ଆକ୍ରମଣ ଘଟଣଣାରେ ୧୦ ଜଣଙ୍କୁ ଗିରଫ କରିଛି ପୁଲିସ। ଏହାସହ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ କିଛି ଗୋଷ୍ଠୀର ଯୁବକ ବିଧାୟକଙ୍କୁ ମାଡ ମରିଥିଲା।
4.ଛତିଶଗଡ଼ରୁ ଓଡ଼ିଶା ସୀମାକୁ ପ୍ରବେଶ କରୁଥିବା ନକ୍ସଲଙ୍କ ସହ ଗୁଳି ବିନିମୟରେ ଜଣେ କମାଣ୍ଡୋ ଆହତ ହୋଇଛନ୍ତି। ତାଙ୍କୁ ହେଲିକପ୍ଟର ଯୋଗେ ବିଶାଖାପାଟଣାମ ସ୍ଥାନାନ୍ତର କରାଯାଇଛି। ପୁଲିସ ଡିଜି ଓ୍ୱାଇବି ଖୁରାନିଆଙ୍କ କହିବା ଅନୁସାରେ ପୂର୍ବ ସୂଚନାକୁ ଆଧାର କରି ମାଲକାନଗିରି ଜିଲ୍ଲାର ସାବେରୀ ନଦୀ ପାଖରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ନକ୍ସଲଙ୍କ ମୃତ ହୋଇଛନ୍ତି। ବନ୍ଧୁକ, ଗୁଳି ଏବଂ କିଛି ବ୍ୟାଗ୍ ଜବତ କରାଯାଇଛି।
5.ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଶୈକ୍ଷିକ ବିକାଶ ଲାଗି ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଗଠନ କରାଯିବ। ଏଥିନେଇ ସୂଚନା ଦେଇଛନ୍ତି ପ୍ରାଣୀ ଓ ମତ୍ସ୍ୟପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିଶ୍ୱ ମତ୍ସ୍ୟସମ୍ପଦ ଦିବସ ଅବସରରେ ଶ୍ରୀ ମଲ୍ଲିକ କହିଛନ୍ତି।
6.ଓଡ଼ିଶା ଲୋକସେବା ଆୟୋଗଙ୍କ ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ବାରମ୍ବାର ଆଦେଶ ସତ୍ତ୍ୱେ ସେ ଡେଣ୍ଟାଲ୍ ସର୍ଜନଙ୍କ ନିଯୁକ୍ତି ସମ୍ପର୍କିତ ମେରିଟ ଲିଷ୍ଟକୁ ଦାଖଲ କରୁ ନଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ତାଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନୋଟିସ ଦେଇଛନ୍ତି।
7.ବିରୋଧୀ ଦଳ ନେତା ରାଉହୁଲ ଗାନ୍ଧି ଆଜି ଜଗୌତମ ଆଦାନୀଙ୍କ ଗିରଫ ଦାବି କରିଛନ୍ତି। ତାଙ୍କୁ ପ୍ରଥମା ଗିରଫ କରିଲେ ହିଁଦୁର୍ନୀତିର ଚେର ଜଣାପଡ଼ିବ। ଆଉ ଏହି ଚୋର ଖୋଜୁ ଖୋଜୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ଆସିବା ଭୟ ଥିବା ହେତୁ ଭସରକାର ତାହା କରିବେ ନାହିଁ ବୋଲି କହିଛନ୍ତି ଶ୍ରୀ ଗାନ୍ଧି।
8.ଗୋଠପାଟଣା, ଦାସପୁର, ମଳିପୁରର ୮୩୬ ଏକର ଜମିରେ ତିଆରି ହେବ ନୂଆ ଯୋଜନାବଦ୍ଧ ସହର। ଏହାଦ୍ୱାରା ଭୁବନେଶ୍ୱର ଉପକଣ୍ଠର ରୂପ ରେଖ ବଦଳିବ ବୋଲି ଆଶା କରାଯାଇଛି। ୧୫ ବର୍ଷ ଭିତରେ ଏହି ସହର ନିର୍ମାଣ ହେବ। ଏଥିଲାଗି ଭାରତ ସରକାର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ସମୁଦାୟ ୮ ହଜାର କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ। ଏହା ଗ୍ରୀନ୍ ସିଟି ଭାବେ ପରିଚିତ ହେବ।
9.ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବେଶ୍ ପରିଚିତ ତିନିଜଣ କଳାକାରଙ୍କୁ ଉସସ୍ତାଦ୍ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଲେ, ରରୂପା ଗାୟତ୍ରୀ ପଣ୍ଡା, ଦେବାଶୀଷ ପଟ୍ଟନାୟକ ଏବଂ ଆଲୋକ ବିଶୋଇ। ଆସନ୍ତା କାଲି ଏହି ପୁରସ୍କାର ପ୍ରଦାନ କରାଯିବ। ଡ. ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପିଆଇବି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅପୂର୍ବାଙ୍କୁ ୨୦୨୨ ପାଇଁ ପୁରସ୍କାର ପ୍ରଦାନ କରାଯିବାକୁଥିବା ବେଳେ ୨୦୨୩ ପାଇଁ ଦେବାଶୀଷ ଏବଂ ଲୋକ ନୃତ୍ୟ ଓ ବାଦ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ଶ୍ରୀ ବିଶୋୟୀଙ୍କୁ ୨୦୨୩ ବର୍ଷର ପୁରସ୍କାର ମିଳିବ।
10.ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଏଥିରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବ । ଏଥିପାଇଁ ସମସ୍ତଙ୍କର ଆବେଦନ ପତ୍ର ଯାଞ୍ଚ ସରିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି।