Top 10 News: ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
ମନ୍ଥର ଗତିରେ ଚାଲିଛି ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ପ୍ରାସାଦ। ସମୀକ୍ଷା ପରେ ଅସନ୍ତୋଷ ଜାହିର କଲେ ବାଚସ୍ପତି ସୁରମା ପାଢ଼ୀ। ବାଚସ୍ପତି କହିଛନ୍ତି ଯେ, ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ। ଯେଉଁ ମାନଙ୍କ ପାଇଁ ବର୍ତ୍ତମାନ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି। ସେମାନ
1.Odisha News:ମନ୍ଥର ଗତିରେ ଚାଲିଛି ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ପ୍ରାସାଦ। ସମୀକ୍ଷା ପରେ ଅସନ୍ତୋଷ ଜାହିର କଲେ ବାଚସ୍ପତି ସୁରମା ପାଢ଼ୀ। ବାଚସ୍ପତି କହିଛନ୍ତି ଯେ, ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ। ଯେଉଁ ମାନଙ୍କ ପାଇଁ ବର୍ତ୍ତମାନ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି। ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ। ଟାର୍ଗେଟ ତାରିଖ ଦିଆଯାଇଛି ସମୀକ୍ଷା କରିଛି କାର୍ଯ୍ୟ ଅଗ୍ରଗତିରେ ସନ୍ତୁଷ୍ଟ ନୁହେଁ। ବିଗତ ଦିନରେ କିଛି କାର୍ଯ୍ୟ ପାଇଁ ମନ୍ଥର ଗତିରେ ଚାଲିଛି। ଦୁଇ ଥର ସମୀକ୍ଷା ପରେ ଜାଣିବାକୁ ପାଇଛି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ। ପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥରତା ଆସିଛି ବୋଲି କହିଛନ୍ତି।
2.Madras High Court: ପ୍ରେମୀଯୁଗଳଙ୍କ ମଧ୍ୟରେ ଆଲିଙ୍ଗନ ଏବଂ ଚୁମ୍ବନ ସ୍ୱାଭାବିକ। ଏହାକୁ ଅପରାଧ ବୋଲି ବିବେଚନା କରାଯାଇପାରିବ ନାହିଁ। ଏକ ଆବେଦନ ଶୁଣାଣି କରିବା ବେଳେ ମାଡ୍ରାସ ହାଇକୋର୍ଟ ଏହା କହିଛନ୍ତି। ଅଭିଯୁକ୍ତ ଯୁବକଙ୍କୁ ଆଶ୍ୱସ୍ତି ଦେଇ କୋର୍ଟ ଭାରତୀୟ ଦଣ୍ଡବିଧି ଆଇନର ଧାରା 354A ଅନୁଯାୟୀ ଅପରାଧିକ ମାମଲା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
3.New ration card: ଆସନ୍ତା ଜାନୁଆରୀରେ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଚଳିତ ମାସରେ ଇ-କେୱାଇସି ଯାଞ୍ଚ ସରିବ। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଇ-କେୱାଇସି ଯାଞ୍ଚ ନଭେମ୍ବରରେ ସରିବ। ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି।
4.Crime News: ସାମାନ୍ୟ ଜମି ବିବାଦକୁ ନେଇ ଗୋଟିଏ ମା' ପେଟରୁ ଜନ୍ମ ହୋଇଥିବା ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ବଡ ଭାଇ ଭାଉଜ ଜମିରେ କାମ କରୁଥିବା ବେଳେ ଦୁର୍ଦ୍ଦାନ୍ତ ସାନ ଭାଇ ଭାଉଜକୁ ମାଡ ମାରି ତଳେ ପକେଇ ବିଷ ପିଆଇ ଦେବାରୁ ତାକୁ ବିରୋଧ କରିବାରୁ ବଡ ଭାଇ ସାନ ଭାଇ ତାଙ୍କ ପୁଅ ଓ ସ୍ତ୍ରୀ ସହିତ ମଶି ବଡ଼ ଭାଇର ତଣ୍ଟିକୁ କାଟିଦେଇ ଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ସମେଇ ଗୁଡ଼ା ଗ୍ରାମରେ। ଘଟଣାଟି ଘଟିଛି କେ. ଭରତ ପଲ୍ଲୀ ଓ ସମେଇ ଗୁଡ଼ାର ରାସ୍ତା ଠାରୁ ଅନିତ ଦୂରରେ ଥିବା ଜମି ଭିତରେ।
5.Puri news: ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ବାଙ୍କଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପଞ୍ଚୁକ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ପ୍ରାୟ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗତକାଲି ପଞ୍ଚୁକର ପ୍ରଥମ ଦିନରେ ରତ୍ନସିଂହାସନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ବିଭୂଷିତ ହୋଇଥିବା ବେଳେ ଆଜି ମହାପ୍ରଭୁ ବାଙ୍କଚୂଡ଼ା ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ।
6.Vigilance Raid: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟର କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚମ୍ପାଝର ଏମଇ ସ୍କୁଲର ପୂର୍ବତନ ଶିକ୍ଷୟିତ୍ରୀଙ୍କ ଇନକ୍ରିମେଣ୍ଟ ଏରିୟର ଟଙ୍କା କରାଇ ଦେବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ୬ ହଜାର ଟଙ୍କାରେ ରାଜି ହୋଇଥିଲେ। ଏନେଇ ଖୋର୍ଦ୍ଧା ଭିଜିଲାନ୍ସ କାର୍ଯ୍ଯାଳୟରେ ଅଭିଯୋଗ କରିଥିଲେ ପୂର୍ବତନ ଶିକ୍ଷୟିତ୍ରୀ।
7.Weather Update: ରାଜ୍ୟରେ ଏବେ ହାଲୁକା ଥଣ୍ତା ଅନୁଭବ ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡି଼ଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେଉଛି। କିନ୍ତୁ ରାଜ୍ୟରେ ଏହାର ଅଧିକ ପ୍ରଭାବ ରହିବ ନାହିଁ। ବିଶେଷକରି ଆଜି କୋରାପୁଟ , ମାଲକାନଗିରି, ପୁରୀ ,ଗଂଜାମ ,ଗଜପତି ଓ ରାୟଗଡାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବଂ ଆଗାମୀ ୭ ଦିନ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ କୁହାଯାଇଛି। ମଙ୍ଗଳବାର ଦିନ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ରାତିର ତାପମାତ୍ରା ୨୨.୮ ଡିଗ୍ରୀ ଥିବା ବେଳେ କଟକରେ ରାତିର ତାପମାତ୍ରା ୨୧ ଡିଗ୍ରୀ ରେକର୍ଡ ହୋଇଛି।
8. IAS Sanjeev Mishra Returns Odisha: ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସଞ୍ଜୀବ ମିଶ୍ରଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନ୍ରୁ ରାଜ୍ୟକୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି। ଏହିକ୍ରମରେ ସେ ରାଜ୍ୟକୁ ଫେରିବା ପରେ ତାଙ୍କ ପାଇଁ ଉପଯୁକ୍ତ ପଦବୀ ସ୍ଥିର କରିବେ ସରକାର।
9.Manoj Mishra: ନିଜ ନାଁରେ ମାମଲା ଦାଏର ପରେ ପ୍ରେସମିଟ୍ କରି ନିଜ ଆଡୁ ସଫେଇ ରଖିଛନ୍ତି ଆକ୍ଟର ମନୋଜ ମିଶ୍ର । ମନୋଜ କହିଛନ୍ତି, ନିଜକୁ ଡାଇରେକ୍ଟର କହୁଥିବା କିଛି ଲୋକ ଖରାପ ସିନେମା ତିଆରି କରିବା ବନ୍ଦ୍ କରିବେ ସେଇ ଦିନ ମୁଁ ଚୁପ୍ ରହିବି ,ଏ କଳି ତୁଟିବ।
10.IND vs SA 3rd T20: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ଟି-୨୦ ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଖେଳାଯିବ। ବର୍ତ୍ତମାନ ସିରିଜ୍ ୧-୧ ରେ ଟାଇ ରହିଛି। ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟି-୨୦ ଦଳ ୬୧ ରନରେ ଜିତିଥିଲା।