1.Vijayadashami: ଆଜି ମହାମାୟାଙ୍କ ବିଜୟାଦଶମୀ, ଅସତ୍ୟ ଉପରେ ହେବ ସତ୍ୟର ଜୟ । ଶେଷ ଦିନରେ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ଆରାଧନା । ଶ୍ରଦ୍ଧାଳୁ ମାନେ ମା'ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ସକାଳୁ ସକାଳୁ ଭିଡ ଜମାଇଲେଣି । କଟକ(Cuttack)ରେ ସୁନା-ରୁପାରେ ଝଟକୁଛନ୍ତି ମାଆ  । ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ, ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି  । 


COMMERCIAL BREAK
SCROLL TO CONTINUE READING

2.Baba Siddiqui: ଏନସିପି ନେତା ବାବା ସିଦ୍ଦିକଙ୍କୁ ଗୁଳି କରି ହତ୍ୟା । ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ
ତାଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି, ସିଦ୍ଦିକ ତାଙ୍କ ପୁଅଙ୍କ କାର୍ଯ୍ୟାଳୟକୁ ଯାଉଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ ଜଣଙ୍କୁ ସନ୍ଦେହରେ ଗିରଫ କରି ଥାନାରେ ଜେରା କରୁଛି। 


3.Weather Report: ଗତ କିଛି ଦିନ ଧରି ବର୍ଷା ପରିମାଣ ଯଥେଷ୍ଟ କମ୍‌ ରହିବା ସହ ଆକାଶ ମେଘମୁକ୍ତ ରହୁଛି। ଦିନର ତାପମାତ୍ରା ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୨ ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ ଓ ମାଲକାନଗିରି।ସେହିପରି, ଆସନ୍ତା ମଙ୍ଗଳବାର , ବୁଧବାର ଓ ଗୁରୁବାର ମଧ୍ୟ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଆଜି ରାଜ୍ୟର ୧୪ ଜିଲ୍ଲାର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ଼ ହୋଇଥିଲା। ଗତକାଲି ଜଗତସିଂହପୁରରେ ସର୍ବୋର୍ଚ୍ଚ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା। 


4.Goshani: ଶାରଦୀୟ ପୁଜାରେ ମା ଦୁର୍ଗାଙ୍କର ପୁଜା କରାଯାଇଥିବା ବେଳେ ସଂସ୍କୃତି ଓ ଐତିହ୍ୟର କ୍ଷେତ୍ର ଶ୍ରୀକ୍ଷେତ୍ରରେ ପୁଜା କରାଯାଇଛି ଗୋଷାଣୀ ପୁଜା । ପୁଣି ପୁରୀ ଗୋଷାଣୀ ଯାତରେ ନାଗା ମୁର୍ତିର ଭୁମିକା ଶ୍ରୀଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଙ୍ଗ । ଶାରଦୀୟ ରୁତୁରେ ସବୁଆଡେ ମା ଙ୍କର ପୁଜାର୍ଚନା କରାଯାଉଥିଲେ ବି ଶ୍ରୀକ୍ଷେତ୍ରରେ ସାହିମାନଙ୍କରେ ନାଗା , ସିମ୍ପାତି ଚଢେଇ ଓ ରାବଣ ଆଦି ମୃଣୟ ମୁର୍ତିମାନଙ୍କର ପୁଜାର୍ଚ୍ଚନା କରାଯାଇଛି । 
5.Deputy CM Pravati Parida On Subhadra Yojana: ଆଫଣ ଯୋଗ୍ୟ କିନ୍ତୁ ଏଯାଏଁ ‘ସୁଭଦ୍ରା’ ଟଙ୍କା ଟଙ୍କା ପାଇ ନାହାନ୍ତି କି? ଆଜି ଏହା ଉପରେ ଉପ ମୁଖ୍ୟମନ୍ତ୍ରୀ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଯଦି ଆପଣଙ୍କ ଆବେଦନରେ ତ୍ରୁଟି ଥିବା ତେବେ ଆପଣଙ୍କୁ ଏକ ଫୋନ କଲ ଯିବ। ଯେଉଁମାନଙ୍କର କିଛି କମି ରହିଛି ସେମାନଙ୍କୁ ଫୋନ ଯିବ । ବ୍ଲକ ସ୍ତରରେ ଯାଞ୍ଚ ହେବ । ଅଙ୍ଗନ ୱାଡି କର୍ମୀ ମାନେ ପୁଣି ଘରକୁ ଘର ଯିବେ । ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଆପଣଙ୍କୁ ଦିଆଯିବ, ସୁଭଦ୍ରା ଶେଷ ହିତାଧିକାରୀ ନପାଇବା ଯାଏଁ ଦିଆଯିବ ଏହି ସହାୟତା ରାଶି ମିଳିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।


6.Bangladesh Durga Puja Mandap Attack: ବାଂଲାଦେଶର ରାଜଧାନୀ ଢାକାରେ ଥିବା ପୂଜା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଓ ବାଂଲାଦେଶର ସାଥିରାସ୍ଥିତ ଜେଶୋରେଶ୍ୱରୀ କାଳୀ ମନ୍ଦିରରେ ଚୋରିକୁ ନେଇ ଭାରତ ଗୁରୁତର ଉଦ୍ବେଗ ପ୍ରକାଶ କରିଛି ଓ ଏହାକୁ ଘୃଣ୍ୟ କାର୍ଯ୍ୟ ବୋଲି କହିଛି। ବାଂଲାଦେଶ ସରକାରଙ୍କୁ ହିନ୍ଦୁ ତଥା ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ତଥା ସେମାନଙ୍କର ପୂଜାପାଠ ସ୍ଥାନର ରକ୍ଷା ନିଶ୍ଚିତ କରିବାକୁ ଭାରତ ଅନୁରୋଧ କରିଛି।
7.Big cyber attack on Iran: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସମୟରେ ଆଜି ଖବର ଆସିଛି ​​ଯେ ଇରାନର ଆଣବିକ ବେସ ସମେତ ଅନେକ ସରକାରୀ ବିଭାଗ ଉପରେ ଏକକାଳୀନ ସାଇବର ଆଟାକ୍ ହୋଇଛି, ଯେଉଁଥିପାଇଁ ଇରାନ ସରକାରଙ୍କ ପ୍ରାୟ ସମସ୍ତ ସେବା ଅଟକି ଯାଇଛି। ଏହି ସାଇବର ଆଟାକର ସିଧାସଳଖ ସନ୍ଦେହ ଇସ୍ରାଏଲ ଉପରେ ପଡ଼ିଛି, କାରଣ ଇସ୍ରାଏଲ ଏଭଳି ଆକ୍ରମଣରେ ଅଭିଜ୍ଞ ବିବେଚନା କରାଯାଏ।


8.Odusha News: ଇସ୍ପାତନଗରୀ ରାଉରକେଲାରେ ଶନିବାର ଦଶହରା ପାଳନ ହୋଇଛି। ଏହି ଅବସରରେ ସହରରେ ରାବଣଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ସେକ୍ଟର-୧୩ ମେଲଣ ପଡ଼ିଆରେ ଆୟୋଜିତ ରାବଣଦହନ ସମୟରେ ଏକ ଅଘଟଣ ଘଟିଛି, ଯେଉଁଠି ଜଣେ ବ୍ୟକ୍ତି ଗୁରୁତର ଅଛନ୍ତି।
9.eam India Highest Total in T20 Cricket History: ଶନିବାର ଦିନ ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ନିର୍ଦ୍ଧାରିଚ ୨୦ ଓଭରରେ ୬ ୱିକେଟ୍ ହରାଇ ୨୯୭ ରନ୍ ସଂଗ୍ରହ କରିଛି, ଯାହା ମଧ୍ୟ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ସ୍କୋର। 


10. Sanju Samson Century: ସଞ୍ଜୁ ସାମସନ ଏହି ଇନିଂସରେ ମାତ୍ର ୨୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ସଞ୍ଜୁ  ଏଠାରେ ଅଟକି ନଥିଲେ ଏବଂ ୪୦ଟି ବଲରେ ବାଂଲାଦେଶ ବିପକ୍ଷରେ ଟି-୨୦ ଶତକ ହାସଲ କରି ଏପରି କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।