1.Odisha News: ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି। ଜଙ୍ଗଲ ବିଭାଗ ଜିନ୍ନତ ଉପରେ ତୀକ୍ଷ୍ମ ନଜର ରଖିଛି। ଏବେ ବି ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ। 

 

2.Ratnabhandar: ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଦ୍ଵିତୀୟ ଭୋଗ ମଣ୍ଡପ ପରେ ଭଣ୍ଡାର ଗୃହ ଭିତରେ ମରାମତି କାର୍ଯ୍ୟ କରିବ ଏ ଏସ ଆଇ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ହେବ।

 

3.Bishnupada: ଦିଲ୍ଲୀରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ। ଦିଲ୍ଲୀରେ ହାଜର ନେଇ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ତଦନ୍ତରେ ସହଯୋଗ କରି ସେ ସମସ୍ତ ତଥ୍ୟ ରଖିବେ। ହେଲେ ଭୁବନେଶ୍ଵର ନୁହେଁ ଦିଲ୍ଲୀରେ ହାଜର ପାଇଁ ସେ ଚିଠି ଲେଖିଥିବା ଜଣାପଡିଛି। 

 

4.Varanasi News: ବାରାଣାସୀର ମୁସଲିମ ପ୍ରାଧାନ୍ୟ ଅଞ୍ଚଳ ମଦନପୁରା ଅଞ୍ଚଳରେ ଏକ ମନ୍ଦିର ଦେଖିବାକୁ ମିଳିଛି । ମନ୍ଦିର ଲୋକଲୋଚନକୁ ଆସିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ମନ୍ଦିର ଖୋଲିବା ଏବଂ ସେଠାରେ ପୂଜାପାଠ କରିବା ପାଇଁ ସନାତନ ଧର୍ମ ରକ୍ଷକ ଦଳ ପୋଲିସ ନିକଟରେ ଆବେଦନ କରିଛନ୍ତି। ମନ୍ଦିର ନିକଟରେ ଥିବା ଘରର ମୁସଲମାନ ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କର ସମ୍ପତ୍ତି ଏବଂ ତାଙ୍କ ପିତା 1931 ମସିହାରେ ଏହାକୁ କିଣିଥିଲେ।

 

5.Parliament Winter Session 2024: ନୂଆଦିଲ୍ଲୀ: ଭାରତୀୟ ସଂସଦର ନୂଆ କୋଠାରେ ଲାଗିଥିବା ଅତ୍ୟାଧୁନିକ ଭୋଟିଂ ମେସିନର ଆଜି ଉପଯୋଗ ହୋଇଛି। ଏହି କ୍ରମରେ ସାଂସଦମାନେ ସେମାନଙ୍କ ଭୋଟ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରିଛନ୍ତି। ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ଗୃହରେ ଉପସ୍ଥାପନ ହେବ ନା ନାହିଁ ସେ ସମ୍ବନ୍ଧରେ ସରକାରଙ୍କୁ ଅନୁମତି ଦେବା ଲାଗି ଏହି ଭୋଟିଂ ଉଦ୍ଦିଷ୍ଟ ରହିଛି। ଯେଉଁଥିରେ ସରକାରୀ ଦଳ ୨୬୯ଟି ଭୋଟ ପାଇ ବିଧେୟକକୁ ଉପସ୍ଥାପନ କରିଛନ୍ତି। 

 

6.Sebayata Attack: ଶ୍ରୀମନ୍ଦିର ଭିତରେ ପାଟିତୁଣ୍ଡ ଆଉ ମାରପିଟ୍। ସେବକ ସେବକ ମଧ୍ୟରେ ମାରପିଟ୍। ଉଭୟ ମୁଖପଖାଳ ସେବକ। ଶ୍ରୀମନ୍ଦିର ଭିତରେ ମାରପିଟ୍ ପରେ ସିଂହଦ୍ଵାର ଥାନାରେ ମଧ୍ୟ ମାରପିଟ୍। ବେହରଣ ଦ୍ବାର ନିକଟରେ ପାଦୁକ ବଣ୍ଟନକୁ କେନ୍ଦ୍ର କରି ଆକ୍ରମଣ। ଉଭୟ ସେବକ ସେବକ ମଧ୍ୟରେ ଆକ୍ରମଣ। ଆକ୍ରମଣରେ ଜଣେ ବୟସ୍କ ସେବକ ଆହତ। ସିଂହଦ୍ଵାର ଥାନା ପୋଲିସର ତଦନ୍ତ ଆରମ୍ଭ।

 

7.Weather Report:ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ୧୬ ଡିସେମ୍ବରରେ ବଙ୍ଗୋପସାଗରର ଦକ୍ଷିଣ ଭାଗର କେନ୍ଦ୍ରୀୟ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ଅଧିକ ସକ୍ରିୟ ହୋଇ୧୭-୧୮  ଡିସେମ୍ବର ମଧ୍ୟରେ ଆଗାମୀ ୨ ଦିନରେ ତାମିଲନାଡୁର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏକ ପାଶ୍ଚାତ୍ୟ ଘୂର୍ଣ୍ଣି ଝଡ଼ ମଧ୍ୟମ ଏବଂ ଉପର ଟ୍ରପୋସଫିସରରେ ଏକ ଟ୍ରଫ୍ ଆକାରରେ ସକ୍ରିୟ ହେବ। ଏହି ଦୁଇଟିର ପ୍ରଭାବ ହେତୁ ୧୭ ଏବଂ ୧୮ ଡିସେମ୍ବରରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 

8.Cm Mohan Charan Majhi: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ରହିଛନ୍ତି। ସ୍ବତନ୍ତ୍ର ବିମାନରେ ସେ ଦିନ ୧୦ ଟାରେ କେନ୍ଦୁଝର  ରାଇସୁଆଁ ହେଲିପ୍ୟାଡରେ ପହଞ୍ଚିଥିଲେ। ୧୦ ଟା ୨୫ ରେ ଅଶୋକ ବାଟିକାରେ ପହଞ୍ଚି ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଶନୀରେ ଯୋଗ ଦେଇଥିଲେ। ୧୧ଟା ୪୦ରେ ସେଠାରୁ ବାହାରି ୧୨ଟା ୫ ରେ ମୁକୁନା ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି।  ଅପରାହ୍ନ ୪ଟାରେ  ତାଳପଦା ଫୁଟବଲ୍ ମ୍ୟାଚରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

 

9.Single Election: ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’(one nation one election) ବିଲ୍  । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା  ଆଗଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି  ।

 

10.Mahakumbha: ଖୁବଶୀଘ୍ର ପ୍ରୟାଗରାଜ(prayagraj)ରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ବ ମେଳା। ରାଜ୍ୟ, ରାଜ୍ୟ ବାହାରୁ, ଦେଶ ଏବଂ ଦେଶ ବାହାରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।