Top 10 news: ସକାଳର ଆରମ୍ଭ କରନ୍ତୁ ୧୦ ବଡ଼ ଖବର ସହିତ...
Top 10 news: ସକାଳର ଆରମ୍ଭ କରନ୍ତୁ ୧୦ ବଡ଼ ଖବର ସହିତ...
1. Chhadakhai: ଗତକାଲି ଆମିଷ ବାର ନଥିଲା । ଆଜି ରବିବାର ଥିବାରୁ ଜମିବ ଛାଡଖାଇ। ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି। ସେପଟେ ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ। ରାଜଧାନୀରେ ଚଢା ଦର ଉପରେ ବିଏମସି(BMC) ନଜର ରଖିଛି ।
2.Manipur Violence: ମଣିପୁରରେ ଉଗ୍ରବାଦୀଙ୍କ ହତ୍ୟା ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ ବେଳେ ବିଧାୟକ ଓ ମନ୍ତ୍ରୀଙ୍କ ଘରେ ଏକ ମାଓବାଦୀ ଆକ୍ରମଣ କରାଯାଇଛି। ତୀବ୍ର ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ ପ୍ରଶାସନ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରିଛି। ଇଣ୍ଟରନେଟରେ ଚାଲିଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ଇମ୍ଫାଲ ପଶ୍ଚିମ, ପୂର୍ବ, ବିଷ୍ଣୁପୁର, ଥୋବାଲ, କାଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚାନ୍ଦପୁରରେ ଦୁଇ ଦିନ ପାଇଁ ଇଣ୍ଟରନେଟ ଏବଂ ମୋବାଇଲ ଡାଟା ସେବାକୁ ସ୍ଥଗିତ ରଖିଛନ୍ତି।
3.Baliyatra 2024: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆକୁଦ ମହାନଦୀ ପଠାରେ ଐତିହାସିକ ଚେଳିତୋଳ ବାଲିଯାତ୍ରା-୨୦୨୪ ଉଦ୍ଘାଟିତ ହୋଇଯାଇଛି। ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଦ୍ମଶ୍ରୀ ବାବା ବଳିଆ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ମହାନ।
4.Delhi Pollution: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁମାନ ସୂଚକାଙ୍କ (AQI) କ୍ରମାଗତ ‘ଗୁରୁତର’ ସ୍ତରରେ ରହୁଥିବାରୁ ଶିଶୁ, ବୟସ୍କ ଓ ସାଧାରଣ ଲୋକମାନେ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଥିବା ଦେଖାଯାଉଛି। ଏହା ଶ୍ୱାସକ୍ରିୟାଜନିତ ସମସ୍ୟା, ଆଖି ଜଳାପୋଡ଼ା ଓ ହୃଦ୍ରୋଗର ଆଶଙ୍କା ସମେତ ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଥିବାରୁ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଛି।
5. Delhi Pollution: ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ଜଳବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀରେ ଗ୍ରେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (GRAP-3) କାର୍ଯ୍ୟକାରୀ କରାଯାଇଛି। ଯେଉଁଥିରେ ଦିଲ୍ଲୀରେ ବିଏସ- III ପେଟ୍ରୋଲ ଏବଂ ବିଏସ- IV ଡିଜେଲ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ନିଷେଧାଦେଶର ପ୍ରଥମ ଦିନରେ ଡ୍ରାଇଭରମାନେ ନିୟମ ଉଲ୍ଲଂଘନ କରୁଥିବା ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ପୋଲିସ ପ୍ରାୟ ୫୫୦ ଗାଡ଼ିର ଚାଲାଣ କାଟିଛି । ପାଖାପାଖି ୧ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। ପୋଲିସର ସୂଚନାନୁସାରେ, ପ୍ରାୟ ୪୮୫୫ ଡ୍ରାଇଭରଙ୍କର ପ୍ରଦୂଷଣ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍ (PUCC) ନଥିଲା। ଏହି ଡ୍ରାଇଭରମାନଙ୍କ ଉପରେ ପ୍ରାୟ ୪.୮ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଛି।
6.Naxal:ଛତିଶଗଡ଼ରେ ନକ୍ସଲଙ୍କୁ ଏନକାଉଣ୍ଟର। ପୁଣି ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଲାଲବାହିନୀ । ୫ ନକ୍ସଲ ନିହତ ହୋଇଛନ୍ତି। ଏବେବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। କାଙ୍କେର ଜିଲ୍ଲା ଓ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଯେଉଁ ଜଙ୍ଗଲ ଅଛି, ମାଓବାଦୀମାନେ ସେଠାରେ ଲୁଚି ରହି କ୍ୟାମ୍ପ କରିଥିଲେ।
7.Actor Govinda's health deteriorates: ଶନିବାର ଦିନ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ଯେତେବେଳେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା, ସେତେବେଳେ ସେ ଜଲଗାଓଁରେ ଥିଲେ। ଏଠାରେ ତାଙ୍କୁ ୪ଟି ସ୍ଥାନ ପାଇଁ ନିର୍ବାଚନ ସମାବେଶରେ ଭାଗ ନେବାର ଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଗୋବିନ୍ଦାଙ୍କୁ ମୁମ୍ବାଇକୁ ଅଣାଯାଇଥିଲା। ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
8. ସିଙ୍ଗାପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ-
ଚାରିଦିନିଆ ବିଦେଶ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ହାଇକମିଶନର ଶିଳ୍ପାକ ଏନ ଅମ୍ବୁଲେ ସ୍ୱାଗତ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଯେ ବିଦେଶରୁ ଅଧିକ ପୁଞ୍ଜି ଓଡ଼ିଶା ଆସିବ। କେବଳ ସିଙ୍ଗାପୁର ନୁହେଁ, ବିଶ୍ୱର ଅନ୍ୟ ପୁଞ୍ଜିପତିମାନେ ଭାରତ ଆସିଲେ ଶିଳ୍ପ ପ୍ରତିଷ୍ଠା କରିପାକୁ ପ୍ରଥମ ପସନ୍ଦ ଭାବେ ଓଡ଼ିଶାକୁ ବାଛିବେ। ଓଡ଼ିଶା ଶିଳ୍ପ ହବ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ମୁଁ ଏକ ପ୍ରତିନିଧି ମଣ୍ଡଳର ନେତୃତ୍ୱରେ ବିଦେଶ ଗସ୍ତ କରୁଛି।
9.ହକିରେ ଓଡ଼ିଶାକୁ ବଡ଼ ସଫଳତା
ଓଡ଼ିଶା ସିନିୟର ପୁରୁଷ ହକି ଦଳ ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଚାମ୍ପିଅନ ହୋଇଛି। ଏହା ସହିତ ଓଡ଼ିଶା କ୍ରୀଡ଼ା ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡ଼ିଛି। ଚେନ୍ନାଇରେ ଆୟୋଜିତ ୧୪ତମ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିଅନସିପରେ ଦଳ ହରିଆଣାକୁ ହରାଇ ଏହି ସଫଳତା ସାଉଣ୍ଟିଛି। ଦଳର ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
10.ଆଜି ମଞ୍ଚସ୍ଥ ହେବ ଆହେ ନୀଳଶଇଳ
ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ଆରମ୍ଭରୁ ଛୋଟମୋଟ କେଁକୁ ଛାଡ଼ିଦେଲେ ଜମୁଛି ବାଲିଯାତ୍ରା। ତେବେ ଆଜି ଗଣକବି ବୈଷ୍ଣବ ପାଣି ମଞ୍ଚରେ ବହୁ ଚର୍ଚ୍ଚିତ ଆହେ ନୀଳଶଇଳ ନାଟକ ମଞ୍ଚସ୍ଥ ହେବ। ଏହା ସହିତ ବିଦେଶୀ କଳାକାରଙ୍କ ଦ୍ୱାରା କାର୍ଯ୍ୟକ୍ରମ ମଧ୍ୟ ମଞ୍ଚସ୍ଥ ହେବ ବୋଲି ସୂଚନା ରହିଛି। ତେବେ କଟକ ମାଟିରେ ପ୍ରଥମ ଥର ପାଇଁ ଏହି ନାଟକ ମଞ୍ଚସ୍ଥ ହେବାକୁ ଯାଉଛି। ଜଗନ୍ନାଥ ସଂସ୍କୃତି ଓ ଐତିହାସିକ ପୃଷ୍ଠଭୂମୀ ଉପରେ ପର୍ଯ୍ୟବେସିତ ଏହି ନାଟକ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ପ୍ରଶଂସା ସାଉଣ୍ଟିଛି।