1.PM Modi: ଦୁଇଦିନିଆ କୁଏତ୍ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୪୩ ବର୍ଷ ପରେ ପ୍ରଥମଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗସ୍ତ କରିଛନ୍ତି ମୋଦି(PM Modi)। ଗତକାଲି କୁଏତ୍ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦୀଙ୍କୁ ରେଡ୍ କାର୍ପେଟରେ ପାଛୋଟି ନେଇଥିଲେ କୁଏତ ପ୍ରିନ୍ସ ଶେଖ ମେଶାଲ ।

 

2. Aajira Panipaga:ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଲୋକଙ୍କୁ ନାହିଁନଥିବା ଅସୁବିଧାରେ ପକାଇଛି। ତେବେ ପାଣିପାଗ ବିଭାଗ ତରଫରୁ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି କଲା ଭଳି ଖବର। ରବିବାର ତଥା ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବହୁ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା, ମାଲକାନାଗିରି, ରାୟଗଡ଼ା, ଗଞାମ, ଗଜପତି ଓ କୋରାପୁଟ। ଏହିସବୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।  

 

3.School Holiday: ରାଜଧାନୀ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟ ୧ ରୁ ୧୫ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ବନ୍ଦ ରହିବ। ଯଦିଓ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କର ଏକାଡେମିକ୍ ସାମର୍ଥ୍ୟ ବଢ଼ାଇବାକୁ ଏକ ସୁଯୋଗ ପାଇବେ। ଛୁଟିଦିନରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରତିକାର କ୍ଲାସ୍ ଅନୁଷ୍ଠିତ ହେବ।

 

4. Election Rule:ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଆଜି  ନିର୍ବାଚନ ପରିଚାଳନା ନିୟମ, ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ ଆଣିଛନ୍ତି। ସର୍ବସାଧାରଣ ଯାଞ୍ଚ ପାଇଁ ଇଲେକ୍‌ଟ୍ରେନିକ୍‌ ରେକର୍ଡ (CCTV Footage) ମଗାଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

 

5.Kejriwal:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ପାଇଁ ଆଉ ଏକ ଅଡ଼ୁଆ ଆସିଛି। ଉପରାଜ୍ୟପାଳ ଭିକେ ସକ୍ସେନା ମଦ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ ମଞ୍ଜୁରି ଦେଇଛନ୍ତି।

 

6.Srimandira: ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁଯାୟୀ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେନେଇ ସନ୍ତୋଷଜନକ ଉତ୍ତର ରଖିବାକୁ ଉଭୟଙ୍କୁ ୭ ଦିନର ସମୟ ଦିଆଯାଇଛି । ଧାର୍ଯ୍ୟ ସମୟ ଭିତରେ ଉତ୍ତର ନରଖିଲେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଅଛି ।

 

7.Odisha News: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଛତିଶଗଡ଼ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ କେଦାର କଶ୍ୟପ। ପୂର୍ବରୁ ଅନେକ ଥର ଦର୍ଶନ କରିବାର ସୌଭାଗ୍ୟ ପାଇବା ସହ ଆଜି ଦର୍ଶନ ସୌଭାଗ୍ୟ ପାଇ ଖୁବ୍ ଆନନ୍ଦିତ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତନରେ ଦେଶର ଧାର୍ମିକ ସ୍ଥଳ ଗୁଡ଼ିକର ଆମୂଳଚୁମୁଳ ପରିବର୍ତ୍ତନ ଘଟିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। 

 

8.Maharashtra: ମହାରାଷ୍ଟ୍ରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି ଦେବେନ୍ଦ୍ର ଫଡନାଭିସ( Devendra fadnavis)ଙ୍କ ସରକାର। ଏଥିସହ ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ସତ ହୋଇଛି। ନିଜ ପାଖରେ  ଗୃହ ବିଭାଗ ସହ ଆଇନ ମନ୍ତ୍ରଣାଳୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଉପମୁଖ୍ୟମନ୍ତ୍ରୀ  ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ, ଆବାସ ଏବଂ ପୁର୍ତ୍ତ ବିଭାଗ ମିଳିଛି ।

 

9.Accident News: କଟକରୁ ଜମ୍ବୁ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି । ବସରେ ପାଖାପାଖି ୨୫ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଯାତ୍ରୀଙ୍କ କହିବାନୁଯାୟୀ, ହଠାତ୍ ବସଟି କେଉଁ କାରଣରୁ ଭାରସ୍ୟାମ ହରାଇ ଓଲଟି ପଡିଥିଲା ।

 

10.Russia UAV Attacks: ଋଷର କାଜାନ ସହରରେ ଭୟଙ୍କର ଡ୍ରୋନ (UAV) ଆକ୍ରମଣ ହୋଇଛି । ଯାହା ଆମେରିକାର ଇତିହାସରେ ଘଟିଥିବା 9/11 ଆକ୍ରମଣ ଘଟଣାକୁ ମନେ ପକାଇଦେଇଛି । ଏହି ଆକ୍ରମଣ କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାରେ ଘଟିଥିଲା। ଆକ୍ରମଣ କାରଣରୁ ଅନେକ କ୍ଷତି ହୋଇଥିବା ଆକଳନ କରାଯାଉଛି । ତେବେ ଋଷ କହିଛି ଯେ, ଡ୍ରୋନ ଗୁଡିକୁ ନଷ୍ଟ କରାଯାଇଛି।