1. Odisha News: ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଉଛି ଭୁବନେଶ୍ୱର। ସହରର ଗଳିକନ୍ଦିରେ ଦେଖିବାକୁ ମିଳୁଛି ଓଡ଼ିଆ ଅସ୍ମିତାର ଛବି। କାନ୍ଥରେ ସମ୍ବଲପୁରୀ ସପ୍ତା, ମଣ୍ଡଳ ଝୋଟି, ଡୋକ୍ରା ଚିତ୍ର, ପଟଚିତ୍ର। ଆଗାମୀ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ଛବି ରହିବା ପାଇଁ କରାଯାଇଛି ବ୍ୟବସ୍ଥା।

 

2.Srimandira: ନୂଆ ବର୍ଷରୁ ଶ୍ରୀମନ୍ଦିର ରେ ଲାଗୁ ହେବାକୁ ଯାଉଛି ନୂଆ ଦର୍ଶନ ବ୍ୟବସ୍ଥା।ବା ହାର କାଠ ଦର୍ଶନ ଶୃଙ୍ଖଳା ପାଇଁ ନିଆଯାଇଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଗରୁଡ ସ୍ତମ୍ଭ ଠାରୁ ବାହାର କାଠ ପରିସର ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର। ଯାହା ଦ୍ଵାରା ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଶ୍ରଦ୍ଧାଳୁ ମାନେ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ସୁରୁଖୁରୁରେ ବାହାରି ପାରିବେ। ବୃଦ୍ଧ ବୟସ୍କ ,ଶିଶୁ ,ମହିଳା ମାନେ ପୃଥକିକରଣ ଭାବରେ ଗୋଟିଏ ପଟରୁ ସୁଉଚ ରାମ୍ପରେ ଯାଇ କରି ଗୋଟିଏ ଧାଡ଼ି କୁ ବ୍ୟବହାର କରିବା ସହ ଦର୍ଶନ କରି ଅପରପଟରେ ରାମ୍ପ ସାହାଯ୍ୟରେ ଓହ୍ଲାଇ ଫେରି ପାରିବେ। 

 

3.Aajira Panipaga Khabar: ରାଜ୍ୟରେ ଗତ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବର୍ଷା ରବିବାର ବନ୍ଦ ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ଆଉ ଏକ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ତାମିଲନାଡ଼ୁ ଉପକୂଳଠାରୁ ବହୁତ ଦୂରରେ ଅବସ୍ଥିତ ରହିଛି। ଏହା ସକ୍ରିୟ ରହିଥିବାରୁ ୨୪ ଓ ୨୫ ତ‌ାରିଖରେ କେନ୍ଦ୍ରୀୟ ପଶ୍ଚିମ ଉପକୂଳ ଆଡ଼କୁ ବିସ୍ତୃତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। 

 

4.Ganja Sized: ଧାନ ଖଳାରୁ ବିପୁଳ ପରିମାଣର ଗଞ୍ଜେଇ କୁ ଜବତ କରିଛି ପୋଲିସ୍। ଗୋଟିଏ ପଟେ ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ ଚାଲିଥିବା ବେଳେ ଅନ୍ୟପଟେ ଚୋରା ଚାଲାଣ ପାଇଁ ଗଚ୍ଛିତ କରି ରଖା ଯାଇଥିବା ଗଞ୍ଜେଇକୁ ଜବତ କରିଛି ମୋହନା ପୋଲିସ୍। ମୋହନା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଲବାରସିଂ ପଞ୍ଚାୟତ ଅନ୍ତର୍ଗତ ରାଙ୍କୁଡ଼ା ଗ୍ରାମ ନିକଟ ରେ ଏକ ଧାନ ଖଳାରେ ପହଞ୍ଚି ତନଖି କରିବା ବେଳେ ମକା ବସ୍ତା ସହ ଗଞ୍ଜେଇ ବସ୍ତା ଥିବାର ଜଣାପଡିଥିଲା। ଯାହାକୁ ନେଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ଉକ୍ତ ଖଳାରେ ଚଢ଼ାଉ କରାଯାଇଥିଲା।

 

5.Weather: ମଗ୍ର ଉତ୍ତର ଭାରତରେ ଶୀତଲହର ପ୍ରକୋପ ଦେଖିବାକୁ ମିଳିଛି। ପ୍ରବଳ ଥଣ୍ଡା ଯୋଗୁଁ ବିଭିନ୍ନ ରାଜ୍ୟରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।  ରବିବାର ସକାଳେ ଦିଲ୍ଲୀର  ବ୍ୟାପକ ଅଂଚଳରେ ଘନ କୁହୁଡ଼ି ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ସକାଳ ସାଢ଼େ ୫ଟାରେ ୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଉଥିବାରୁ ଲୋକମାନେ ଗରମ ରହିବା ପାଇଁ  ବିଭିନ୍ନ ଅଂଚଳରେ ନିଆଁ ଜଳାଇ ବସୁଥିବା ଦେଖିବାକୁ ମିଳିଛି। 

 

6.PM Modi Receives Kuwait's Highest Honour: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁଏତର ସର୍ବୋଚ୍ଚ ନାଗରିକ ସମ୍ମାନ 'ଦି ଅର୍ଡର ଅଫ୍ ମୁବାରକ ଅଲ୍ କବିର' ପ୍ରଦାନ କରାଯାଇଛି। କୁଏତ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କହିରଖୁଛୁ ଯେ ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ କୁଏତ ଗସ୍ତ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

 

7.Manipur:ମଣିପୁରର ଇମ୍ଫାଲ ଜିଲ୍ଲାରୁ ସୁରକ୍ଷା ବାହିନୀ ମିଆଁମାରରେ ନିର୍ମିତ ଏକ MA 4 ଆକ୍ରମଣକାରୀ ରାଇଫଲ ଉଦ୍ଧାର କରିଛି। ଏହି ରାଇଫଲ ବିଶେଷ ଭାବେ ମିଆଁମାର ସେନା ଦ୍ୱାରା ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ଘଟଣାସ୍ଥଳରେ ନିୟୋଜିତ ଅଧିକାରୀମାନେ କହିଛନ୍ତି ଯେ ଏଭଳି ଜିନିଷର ପୁନରୁଦ୍ଧାର ଦ୍ୱାରା ସେମାନେ ଆଶ୍ଚର୍ଯ୍ୟ ନୁହନ୍ତି। କାରଣ ଗତ ୫ ରୁ ୬ମାସ ମଧ୍ୟରେ ସେମାନେ ମିଆଁମାରରେ ନିର୍ମିତ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣକୁ ମାଓବାଦୀଙ୍କଠାରୁ ଲୁଚାଇ ରଖିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୧୩ ତାରିଖରେ, ସୁରକ୍ଷା ବାହିନୀ ମଧ୍ୟ ମିଆଁମାରରେ ନିର୍ମିତ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ସାମରିକ ୟୁନିଫର୍ମ ଉଦ୍ଧାର କରିଥିଲେ ଯାହା ସୀମା ଦେଇ ଚୋରା ଚାଲାଣ କରାଯାଇଥିଲା।

 

8.Odisha: ପ୍ରାକ ବଜେଟ ବୈଠକରେ ଓଡ଼ିଶାର ୯ ଦାବି।  ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ରାଜ୍ୟକୁ ଅଧିକ ଆବଣ୍ଟନ ଦରକାର କହିଲେ ମୁଖ୍ୟମନ୍ତ୍ରୀ । ପର୍ଯ୍ୟଟନ  ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ପାଇଁ ଦାବି।

 

9.Accident: ବ୍ରାଜିଲ ଭୟଙ୍କର ବିମାନ ଦୁର୍ଘଟଣା। ୧୦ ଜଣଙ୍କ ମୃତ୍ୟୃ, ୧୭ରୁ ଅଧିକ ଆହତ। ଗ୍ରାମାଡୋରେ ଏକ ଫର୍ଣ୍ଣିଚର ଦୋକନ ଉପରେ ଗଳିପଡିବା ପରେ ଜଳିଗଲା ଛୋଟ ବିମାନ।

 

10. Allu Arjun: ରବିବାର ଦିନ ଅଭିନେତା ଆଲୁ ଅର୍ଜୁନଙ୍କ ହାଇଦ୍ରାବାଦର ଜୁବୁଲି ପାହାଡରେ ଥିବା ଘରକୁ ଆକ୍ରମଣ କରାଯାଇଛି। ବିକ୍ଷୋଭକାରୀମାନେ ତାଙ୍କ ଘରେ ଭଙ୍ଗାରୁଜା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ହୋଇଥିବା ଦୁର୍ବୁର୍ତ୍ତଙ୍କ ଆକ୍ରମଣ ପରେ ତାଙ୍କ ବାପା ଏବେ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅଲୁଙ୍କ ପିତା ଅଲୁ ଅରବିନ୍ଦ ଗଣମାଧ୍ୟମ ସହ କଥା ହୋଇଥିଲେ ଏବଂ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।