Top 10 News: ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଘୋଷଣା ଏଥି ସହ ପଢ଼ନ୍ତୁ ଆଉ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
Top 10 News: ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଘୋଷଣା ଏଥି ସହ ପଢ଼ନ୍ତୁ ଆଉ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
1.Mahrastra and Jharkhand Election Results: ଆଜି ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ଗଣତି ଜାରି ରହିଛି। ଏହା ସହ ପଞ୍ଜାବ କେରଳ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶର ୪୮ ବିଧାନସସଭା ଏବଂ ୨ଟି ଲୋକସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନର ଫଳାଫଳ ଘୋଷଣା ପାଇବ। ସକାଳ ୮ଟାରୁ ପୋଷ୍ଟାଲ ବ୍ୟାଲଟ ଖୋଲାଯାଇ ଗଣତି ଜାରି ରହିଛି। ବାଲାଟ ପରେ ଆରମ୍ଭ ହେବ ଇଭିଏମ୍ ଗଣତି।
2.Election Results:୧୪ ରାଉଣ୍ଡ ଗଣତି ପରେ କଳ୍ପନା ସୋରେନ ଗାଣ୍ଡେୟ ବିଧାନସଭା ଆସନରେ ଆଗେଇ ଆସିଛନ୍ତି। କ୍ରମାଗତ ଭାବରେ ପଛରେ ରହିବା ପରେ କଳ୍ପନା ସୋରେନ୍ ୧୪ତମ ରାଉଣ୍ଡରେ ୧୬୧୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।
3.State News: ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ଦାସ ଗିରଫ ଘଟଣାରେ ଯାଜପୁର ଥାନାରୁ ଅଭିଯୋଗକୁ ପ୍ରତ୍ୟାହାର କଲେ ଅଭିଯୋଗକାରୀ ମଦନ ମୋହନ ନାୟକ। ମଦନଙ୍କ ଅଭିଯୋଗ ଆଧାରରେ ପୁଲିସ ଗତକାଲି ବିଳମ୍ବିତ ରାତିରେ ଭବପ୍ରସାଦ ଦାସଙ୍କୁ ଉଠାଇ ନେଇ ଅଟକ ରଖିଥିଲା। ଆଜି ତାଙ୍କୁ ଗିରଫ କରି ପରେ କୋର୍ଟ ଚାଲାଣ କରିଥିଲା। ତେବେ ଦୁଇ ଦିନ ତଳେ ଭବ ପ୍ରସାଦଙ୍କ ନାଁରେ ମଦନ ଅଭିଯୋଗ କରିଥିଲେ। ମୁଁ ଭୁଲରେ ଏପରି କରିଦେଇଛି। ଆକ୍ରମଣ କରିବା ମୋ ଠୁ ପଇସା ନେବା କଥା ମୁଁ ମିଛ କହିଥିଲି ବୋଲି ମଦନ କହିଛନ୍ତି।
4.Delhi Air Pollution: ଦିଲ୍ଲୀର ବାୟୁ ଗୁଣବତ୍ତା ଶନିବାର ସକାଳେ ୪୨୦ AQI ସହିତ ଗୁରୁତର ବର୍ଗରେ ପହଞ୍ଚିଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୧.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଜାତୀୟ ରାଜଧାନୀର ୩୮ ଟି ମନିଟରିଂ ସେଣ୍ଟର ମଧ୍ୟରୁ ନଅଟି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) କୁ ଅଧିକ ପ୍ଲସ୍ ବର୍ଗରେ ୪୫୦ ରୁ ଅଧିକ ରେକର୍ଡ ହୋଇଛି । ଅନ୍ୟ ୧୯ ଟି ସ୍ଥାନରେ ବାୟୁ ଗୁଣବତ୍ତା ୪୦୦ ରୁ ୪୫୦ ମଧ୍ୟରେ AQI ରହିଛି ।
5.Prathamastami 2024: ଆଜି ପ୍ରଥମାଷ୍ଟମୀ। ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ । ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି ।
୬.Fahad Ahmad vs Sana Malik: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ ମୁମ୍ବାଇ ଉପାନ୍ତ ଜିଲ୍ଲାର ଅଣୁଶକ୍ତିନଗର ବିଧାନସଭା ଆସନରେ ଏନସିପି ନେତା ନବାବ ମଲିକଙ୍କ ଝିଅ ସାନା ମଲିକଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅଣୁଶକ୍ତିନଗ ଆସନରେ ଚାଲିଥିବା ଭୋଟ୍ ଗଣନାରେ ଫାହାଦ୍ ଅହମ୍ମଦ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଏନସିପି ପ୍ରାର୍ଥୀ ସାନା ମଲିକଙ୍କଠାରୁ ଆଗୁଆ ଅଛନ୍ତି।
7.Subhadra Yojana:ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି। ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି। ତେବେ ଯେଉଁ ଆବେଦନକାରୀ ବାଦ୍ ପଡିଛନ୍ତି ସେମାନଙ୍କର ଜମି ଯୋଗ୍ୟତା ପାଇଁ କଟିଛି ବୋଲି ମନ୍ତ୍ରୀ କହିଛନ୍ତି।
8.Fire broke at riyan polytechnic: ଝାରସୁଗୁଡା ସଦର ଥାନ ବେହେରାପାଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏକ ପ୍ଲାଷ୍ଟିକ ସ୍କ୍ରାପ୍ ଗୋଦାମରେ ଲାଗିଲା ନିଆଁ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ନିଆଁକୁ ଆୟତ କରିବା ପାଇଁ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି।
9.ICA Global Conference: ବିଶ୍ବ ସମବାୟ ସମ୍ମିଳନୀର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। (ICA) ଏବଂ କେନ୍ଦ୍ର ସହଯୋଗ ମନ୍ତ୍ରଣାଳୟର ସହଯୋଗରେ ଆଇଏଫସିସିଓ ଆଇସିଏ ସାଧାରଣ ସଭା ଏବଂ ବିଶ୍ବ ସମବାୟ ସମ୍ମିଳନୀ ୨୦୨୪ ଆୟୋଜନ କରିବ । ନଭେମ୍ବର ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।
10.Odisha News: କଟକ ତ୍ରିଶୁଳିଆ ବ୍ରିଜ୍ ଉପରେ ଆଜି ସକାଳେ ଏକ ଚଳନ୍ତା ବ୍ୟାଟେରି ସ୍କୁଟିରେ ନିଆଁ ଲାଗି ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଚାଳକ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।