1.Subhadra Yojana: ରାଜ୍ୟରେ ମହିଳାସଶକ୍ତୀକରଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆର୍ଥିକ ଲାଭ ପାଇବା ପାଇଁ ଚଳିତ ମାସରେ ଯେଉଁମାନେ ୨୧ ବର୍ଷରେ ପଦାର୍ପଣ କରୁଛନ୍ତି ସେମାନେ ସମସ୍ତେ ଆବେଦନ କରିପାରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମ୍ବାଦିକମାନଙ୍କୁ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଯୋଗ୍ୟ ହିତାଧିକାରୀମାନଙ୍କର ବିଭିନ୍ନ କାରଣରୁ ଆବେଦନ ଖାରଜ ହୋଇଥିଲା ସେମାନଙ୍କୁ ଏଥିରେ ସାମିଲ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ଖାରଜ ହୋଇଛି ସେମାନଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

 

2.Delhi Blast: ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ଦିଲ୍ଲୀ ପୋଲିସକୁ ଡକାଯାଇ ବିସ୍ଫୋରଣ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ଦଳ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣ ବିଷୟରେ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବିଭାଗ ସହିତ ବରିଷ୍ଠ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ସେପଟେ ଏହି ବିସ୍ଫୋରଣକୁ ନେଇ କାରଣ ଖୋଜୁଛି ଦିଲ୍ଲୀ ପୋଲିସ। ଏଠାରେ କହି ରଖୁ ବିସ୍ଫୋରଣ ପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ପ୍ରଦାନ କରିଥିଲେ। 

 

3.Terrorist threaten:ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ। ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତ୍ବନ୍ତ ସିଂ ପନୁନ। ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି। ଡିଜିପି, ଆଇଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି। ଏଥିପାଇଁ ଓଡ଼ିଶା ପୁଲିସ ହାଇ ଆଲର୍ଟ ଜାରି କରାଯାଇଛି। ତେବେ କାଲିଠାରୁ ଭୁବନେଶ୍ବରରେ ସର୍ବଭାରତୀୟ ଡିଜି ଓ ଆଇଜି ସମ୍ମିଳନୀ ଆରମ୍ଭ ହେବ। ଏହାର ଉଦଘାଟନ କରିବେ ଅମିତ ଶାହ। ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ। ମୋଟ ୯୦ ଜଣ ଡିଜିପି ଓ ଆଇଜିପି ଯୋଗ ଦେବେ। 

 

4.Mahanadi:ମହାନଦୀ ଅବବାହିକାରେ ଜଳ ଭଣ୍ଡାର ପ୍ରକଳ୍ପ ସହ ବ୍ୟାରେଜ୍ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଛି। ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି। ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟଙ୍କ ପ୍ରଶ୍ନ ଓ ଉତ୍ତର ବାଣରେ ଗୃହ ବେଶ ସରଗରମ ରହିଛି। 

 

5.Flight Service: ଯୋଗାଯୋଗ ବୃଦ୍ଧି ପାଇଁ ଜାନୁଆରୀ ୨୦୨୫ରୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁଇଟି ସ୍ଥାନକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ।ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଇଣ୍ଡିଗୋ ଜାନୁଆରୀ ପହିଲାରୁ ସପ୍ତାହକୁ ୪ ଦିନ ଇନ୍ଦୋର ଏବଂ ଡେରାଡୁନକୁ ସପ୍ତାହକୁ ୩ ଦିନ ବିମାନ ଚଳାଚଳ କରିବ। ଭୁବନେଶ୍ୱରରୁ ଏହି ବିମାନଗୁଡ଼ିକର ପ୍ରସ୍ଥାନ ସମୟ ଅପରାହ୍ନ ୩ଟା ରହିଛି।

 

6.Abasa Yojana:  ଆବାସ ଯୋଜନାରେ ସାଧାରଣ ଲୋକଙ୍କୁ ଘର ଯୋଗାଇ ଦେବା ଘଟଣାରେ ଆଜି ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଆବାସ ଘର ପାଇଁ ନିଜେ ସର୍ଭେ କରିବେ ଲୋକ। କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି। ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ। ପ୍ରକୃତ ହିତାଧିକାରୀ ପାଇବେ ଘର। ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ବୋଲି ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି। 

 

7.Odisha News: ଓଡ଼ିଶାରେ ପରିବାର ନିୟୋଜନର ଏକ ବିକଳ୍ପ ମାଧ୍ୟମ ଭାବରେ ଭାସ୍କୋଟମୀକୁ ସ୍ୱୀକୃତି କମ୍ ଥିବାବେଳେ ଅଧିକ ବିକଶିତ ଏବଂ ଶିକ୍ଷିତ ଉପକୂଳବର୍ତ୍ତୀ ଜିଲ୍ଲା ତୁଳନାରେ ଆଦିବାସୀ ଜିଲ୍ଲାମାନେ ପୁରୁଷ ବନ୍ଧ୍ୟାକରଣ ଗ୍ରହଣ କ୍ଷେତ୍ରରେ ଅଗ୍ରଣୀ ହୋଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ ଭଳି ଜିଲ୍ଲା ପୁରୁଷ ବନ୍ଧ୍ୟାକରଣ ସେବାରେ ଆଗରେ ଥିବାବେଳେ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ବାଲେଶ୍ୱର ପଛରେ ରହିଛନ୍ତି।

 

8.Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ତେବେ, ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟରେ ଶୀତ କମିବ। ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। ଏହା ପ୍ରଭାବରେ କମ୍ ଶୀତ ଅନୁଭବ ହେବ। ଉଭୟ ପାଣିପାଗ ବିଭାଗ ଓ ବିଶେଷଜ୍ଞ  ଏଭଳି ପୂର୍ବାନୁମାନ କରିଛନ୍ତି। ସେହିପରି ତାମିଲନାଡୁ  ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଭୁବନେଶ୍ବର ସଂଲଗ୍ନ ଉପକୂଳ ଜିଲ୍ଲାରେ ଆଜି ରାତିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ବଢିବ। ୨ ତାରିଖ ଯାଏଁ ରାତି ତାପମାତ୍ରା  ଅଧିକ ରହିବ ଓ କମ୍ ଶୀତ ହେବ। ୩ ତାରିଖ ରାତି ତାପମାତ୍ରା ପୁଣି ୨ ଡିଗ୍ରୀ କମିଯିବ। ଆସନ୍ତାମାସ ୪,୫ ଓ ୬ ତାରିଖରେ ଏଭଳି ତାପମାତ୍ରା ରହିବ। 

 

9.Odisha News:  ରାଜଧାନୀର ଏକ ଘରୋଇ ନର୍ସିଂ କଲେଜର ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଶିଶୁପାଳଗଡ଼ ଘରୋଇ ନର୍ସିଂ କଲେଜର ଘଟଣା ଘଟିଛି। ହଷ୍ଟେଲ ଖାଦ୍ୟ ଭଲ ନ ଲାଗିବାରୁ ବାହାରୁ ମଗାଇ ଖାଇଥିଲେ ଛାତ୍ରୀମାନେ। 

 

10.Sex racket: ରାଜଧାନୀରେ ସେକ୍ସ ରାକେଟ ଠାବ। ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ସେକ୍ସ ରାକେଟ୍ ଠାବ। ୪ ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ। ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ପୁଲିସକୁ ମିଳିଥିଲା ସୂଚନା। ଚଢଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ଏକ ବାଇକ୍ ଜବତ କରିଛି ପୁଲିସ। ବାଇକ୍‌ଟି କୌଣସି ଗ୍ରାହକ କିମ୍ଵା ଦଲାଲଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୁଲିସ ଯୁବତୀମାନଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଏହି ରାକେଟ୍‌ରେ ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି ସେନେଇ ପୁଲିସ ସନ୍ଧାନ ଜାରି ରଖିଛି।