1.Odisha News: ଗତକାଲି ଲିଙ୍ଗରାଜ ମନ୍ଦିର ମଧ୍ୟରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଏହି ମାମଲାରେ ଆଜି ଶିଳ୍ପାଙ୍କ ସହିତ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ ସ୍ପଷ୍ଟ ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

2. Odisha News:ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସୁଛନ୍ତି ଆଉ ୫ଟି ବାଘୁଣୀ। ବର୍ତମାନ ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ବାଘୁଣୀ ଛଡାଯାଇଥିବା ବେଳେ ଆଗକୁ ଆଉ ୫ଟି ବାଘୁଣୀ ଅଣାଯାଇ ଛଡାଯିବ। ଖୁବଶୀଘ୍ର ମହାରାଷ୍ଟ୍ରରୁ ବାଘୁଣୀ ଆସିବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। 


3.Srimandira: ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ମିଳିଛି। 


4.Similipala: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ। ବାତ୍ୟା ଦାନା ପାଇଁ ଗତ ୨୩ ତାରିଖରୁ ବନ୍ଦ ରହିଥିଲା ଶିମିଳିପାଳ। ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି। ବାତ୍ୟା ଯୋଗୁ ରାସ୍ତାରେ ପାଣି ଚାଲୁଥିବାରୁ ପର୍ଯ୍ୟଟକଙ୍କ ଗାଡି ଯିବା ଆସିବା ସମ୍ଭବ ନଥିଲା। ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ବର୍ତ୍ତମାନ ରାସ୍ତା ଘାଟ ସଜାଡ଼ିବା ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ। ପର୍ଯ୍ୟଟକଙ୍କ ପାଇଁ ମଧ୍ୟ କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନର ବ୍ୟବସ୍ଥା ରହିଛି। 


5.Accident News:ଭୁବନେଶ୍ଵର ଛକରେ ସିରିଜ ଦୁର୍ଘଟଣା। ବସ୍‌କୁ ଟ୍ରକ୍ ଧକ୍କା ଦେବା ପରେ ବସ୍‌ଟି ଏକ ଅଟୋ ଓ ଏନଏଚଏଆଇର ପିକଅପ୍‌ ଭ୍ୟାନକୁ ଧକ୍କା ଦେଇଛି। ଏଥିରେ ଅଟୋରେ ଥିବା ୩ଯାତ୍ରୀ ଆହତ ହୋଇଛନ୍ତି। ଜଣେ ବୃଦ୍ଧ ଗୁରୁତର ଅଛନ୍ତି। ଆହାତଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। 


6.Baliyatra: କଟକ ବାଲିଯାତ୍ରା ତଳ ପଡ଼ିଆରେ ଜୋର ଧରିଲାଣି ପ୍ରସ୍ତୁତି। ଆଜିଠାରୁ ପ୍ଲଟ ନିଲାମ ଆରମ୍ଭ ହେବ। ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦ଟି ଟିମକୁ ନେଇ ବିଭିନ୍ନ ସ୍ଥାନରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ବିଦ୍ୟତୁ ବିଭାଗ ପକ୍ଷରୁ ତାର ଟାଣିବା ଓ ଟ୍ରାନ୍ସଫର୍ମର ବସାଇବା କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି। ତେବେ ବର୍ଷକୁ ଥରେ ଏହି ବାଣିଜ୍ୟିକ ମହାକୁମ୍ଭ ପାଇଁ ଅନେକ ଛୋଟ ବଡ଼ ବ୍ୟବସାୟୀଙ୍କ ଥାଏ ଅପେକ୍ଷା। 


7.Odisha News: ମୟୁରଭଞ୍ଜ: ମହାରାଷ୍ଟ୍ରରୁ ଏକ ବାଘୁଣୀ ଅଣାଯାଇଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ଏବଂ ଶିମିଳିପାଳ ଅଭୟାରଣ୍ୟର ବନ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ରରୁ ବାଘକୁ ଆଣିଥିବାର ଜଣାପଡ଼ିଛି । ଏହି ବାଘୁଣୀଟି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଆସିଛି । ତେବେ ଏହି ବାଘୁଣୀକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିବା ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିଲା ।


8.Kerala Temple Fire: କେରଳର କାସାରାଗୋଡ ଜିଲ୍ଲାର ଅଞ୍ଜୁତାମ୍ବାଲାମ ଭେରେକାଭୁ ମନ୍ଦିରରେ ଲୋକପ୍ରିୟ 'ଥେୟମ' ରୀତିନୀତି ସମୟରେ ନିଆଁ ଲାଗିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡ ପାଇଁ ଆତସବାଜି ଦାୟୀ କରାଯାଇଛି। ମନ୍ଦିର ପରିଚାଳନାରେ ଅବହେଳା ମଧ୍ୟ ଏହି ଭୟଙ୍କର ଦୁର୍ଘଟଣାର କାରଣ ବୋଲି ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୫୪ ଜଣ ଲୋକ ଜଳିଯାଇଥିବା କୁହାଯାଉଛି। ଏଥି ସହିତ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମନ୍ଦିର ପରିଚାଳନା ସହ ଜଡିତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। 'ଥେୟମ' ରୀତିନୀତି ସମୟରେ ଉଚ୍ଚ ଆତସବାଜି ବନ୍ଦ କରାଯାଇଥିଲା।


9.Super Cyclone: ଭୁବନେଶ୍ୱର: ୧୯୯୯ ମସିହାରେ ସମଗ୍ର ଓଡ଼ିଶା ସମେତ ଦେଶ ଦେଖିଥିଲା ମହାବାତ୍ୟାର କରାଳ ରୂପ। ଓଡ଼ିଶା ଛାତି ଉପରେ ତାଣ୍ଡବ ରଚିଥିଲା ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼। ୨୬୦ରୁ ଊର୍ଦ୍ଧ୍ୱ ବେଗରେ ପବନ ଆସି ସବୁଜ ଶସ୍ୟସାମଳାରେ ପରିପୂର୍ଣ୍ଣ ଓଡ଼ିଶାର ଉପକୂଳ ଜିଲ୍ଲାର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ନେଇଥିଲା ୧୦ ହଜାରରୁ ଅଧିକ ଜୀବନ। ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ଭାଙ୍ଗି ପଡ଼ିଥିଲା ଓଡ଼ିଶାର ମେରୁଦଣ୍ଡ । ୨୫ ବର୍ଷ ପରେ ଆଜି ବି ଲୋକଙ୍କ ମନରୁ ଲିଭିନି ସେତେବେଳର ଅନୁଭୂତି। ଆଜି ସେହି ମହାବାତ୍ୟାକୁ ପୁରିଛି ୨୫ ବର୍ଷ। ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠେ। 


10.PM Modi: ଜଟଣୀ ନିର୍ବାଚନ ମଣ୍ଡଳୀର ବିନ୍ଧ୍ୟଗିରୀ ଠାରେ ଶହେ ଶଯ୍ୟା ବିଶିଷ୍ଟ ଯୋଗ ଓ ପ୍ରାକୃତିକ ଚିକିତ୍ସାର କେନ୍ଦ୍ରୀୟ ଅନୁସଂଧାନ ପ୍ରତିଷ୍ଠାନକୁ ଆବାସୀ ମାଧ୍ୟମରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।