Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
1.Air India Vistara Merger: ଆଜି ଲୋକପ୍ରିୟ ବିମାନ ସେବା ସଂସ୍ଥା ଭିସ୍ତାରା ବିଭିନ୍ନ ସହରରୁ ଶେଷ ଉଡାଣ ଭରିଛି । ଏହି ଉଡାଣ ସମୟରେ ସମସ୍ତ କ୍ରିୟୁ ମେମ୍ୱର ଭାବବିହ୍ୟୁଳ ହୋଇ ଭିସ୍ତାରାକୁ ବିଦାୟ ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଏୟାର ଇଣ୍ଡିଆ ଗ୍ରୁପ ପାଖରେ 300 ବିମାନ ରହିଛି । ମୋଟ 312 ଘରୋଇ ଏବଂ ଆନ୍ତର୍ଜାତୀୟ ମାର୍ଗରେ ସପ୍ତାହରେ ପ୍ରାୟ 8,500 ବିମାନ ଚଳାଚଳ କରିଥାଏ । ବିମାନ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଟାଟା ଗ୍ରୁପ୍ର ମାଲିକାନା ଥିବା ଏୟାର ଇଣ୍ଡିଆରେ ମୋଟ 67 ଟି ବଡ଼ ବିମାନ ରହିଛି, ଯେଉଁଥିରେ ଭିଷ୍ଟାରାର 7 ଟି ବିମାନ ଅଛି।
2. Odisha News: ତୀର୍ଥଯାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଯେଉଁମାନେ ଚାରିଧାମ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁବ ସହଜ ବ୍ୟବସ୍ଥା କରୁଛନ୍ତି ସରକାର । ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରୁ ଦେଶର ଅନ୍ୟ ତିନି ଧାମକୁ ସୁପର ପ୍ରିମିୟମ ଆରାମଦାୟକ ବସ୍ ସେବା ଯୋଗାଇବ ବିଜେପି ସରକାର । ଏହା ସହିତ ଗଞ୍ଜାମର ତାରାତାରିଣୀ ପୀଠରୁ କୋଲକାତା ଦକ୍ଷିଣକାଳୀ ପୀଠ ଓ ଆସାମର କାମକ୍ଷ୍ୟା ପୀଠକୁ ମଧ୍ୟ ଏହି ବସ ସେବା ଯୋଗାଇ ଦିଆଯିବ ।
3.First women reserve battalion of CISF: ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ) ରେ ମହିଳା ସୈନିକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ । ଏକ ହଜାରରୁ ଅଧିକ କର୍ମଚାରୀଙ୍କ ସହ ପ୍ରଥମ ମହିଳା ସଂରକ୍ଷଣ ବାଟାଲିୟନ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ବିମାନବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଡ୍ୟୁଟିରେ ଥିବା ସିଆଇଏସଏଫ୍ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।
4.Crime News: କୋରାପୁଟ ଜିଲ୍ଲା ଟିକରପଡ଼ା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ନିଜ ଘରକୁ ଆସିଥିବା ସମ୍ପର୍କୀୟ ଅତିଥିଙ୍କୁ ଗଳା କାଟି ହତ୍ୟା। ଘଟଣାରୁ ଜଣା ପଡ଼ିଛି ଯେ, ଟିକରପଡ଼ାରେ ରହୁଥିବା ସଦା ବଡନାୟକଙ୍କ ଘରକୁ କଡ୍ରି ଗ୍ରାମର ସମ୍ପର୍କୀୟ ରାମ କ୍ରିଶାନି ଆସିଥିବାବେଳେ ସଦାଙ୍କ ଘର ବାହାରେ ରାମ କ୍ରିଶାନୀ ଏବଂ ପୁତୁରା ଶୁକୁ ବଡ଼ ନାୟକ ବସିଥିଲେ। ସେଠାରେ ସଦା ବଡ ନାୟକ ବି ବସିଥିଲେ। ହଠାତ୍ ସଦା ଏକ ଛୁରୀ ଆଣି ରାମ କ୍ରିଶାନୀଙ୍କ ବେକ କାଟି ଦେଇଥିଲେ। ନିକଟରେ ବସିଥିବା ପୁତୁରା କିଛି ଭାବିବା ଆଗରୁ ତାର ମଧ୍ୟ ବେକ କାଟି ଦେଇଥିଲେ।
5.Manoj Mitra Dies: ଲୋକପ୍ରିୟ ବଙ୍ଗୀୟ ଅଭିନେତା ମନୋଜ ମିତ୍ରଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନର ଅସୁସ୍ଥତା ପରେ ଶେଷରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସ୍ୱର୍ଗତଃ ମନୋଜ ମିତ୍ର । ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ କିଛିଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।]
6. High court:ହାଇକୋର୍ଟରେ ଭରତପୁର ଥାନା ବିବାଦ ମାମଲାର ଶୁଣାଣି ହୋଇଛି। ସେନା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେନେଇ ଜାରି ହୋଇଥିବା ଏସଓପି ବାବଦରେ କୋର୍ଟଙ୍କୁ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ। ଏସଓପିର ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ସବୁ ଥାନାରେ ସିସିଟିଭି ଲାଗିବା ସମ୍ପୂର୍ଣ୍ଣ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
7.Weather:ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢିବ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ କମିଯିବ। ଏହା ପ୍ରଭାବରେ ଅଧିକ ଶୀତ ଅନୁଭବ ହୋଇପାରେ। ଆଜି ଓ ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ୍ ଓ ରାୟଗଡାରେ ହାଲୁକା ବର୍ଷା ହୋଇପାରେ।
8.Bharatpur Police Station:ଭରତପୁର ଥାନା ମାମଲାରେ ସମ୍ପୃକ୍ତ ଥାନାଧିକାରୀ ଓ ଅନ୍ୟମାନଙ୍କ ମିଛଧରା ପରୀକ୍ଷା ରିପୋର୍ଟ (ପଲିଗ୍ରାଫ୍ ପରୀକ୍ଷା ରିପୋର୍ଟ), ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲିସିସ୍ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ତଦନ୍ତକାରୀ ଦଳ ଉକ୍ତ ରିପୋର୍ଟକୁ ସମୀକ୍ଷା କରୁଛନ୍ତି। ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସ୍ଏଲରୁ ଏହି ରିପୋର୍ଟ ଆସିଛି। ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲାସିସ ସମେତ ପଲିଗ୍ରାଫ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ୪ କର୍ମଚାରୀଙ୍କର କେବଳ ପଲିଗ୍ରାଫ୍ ପରୀକ୍ଷା ହୋଇଥିଲା।
9.Samantha Ruth Prabhu: ସାମନ୍ଥା ରୁଥ୍ ପ୍ରଭୁଙ୍କ ସିଟାଡେଲ ହନି ବନି ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ସୋ'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରଶଂସକମାନେ ସାମନ୍ଥା ରୁଥ୍ ପ୍ରଭୁ ଏବଂ ବରୁଣ ଧାୱନଙ୍କ ଅଭିନୀତ ସିଟାଡେଲ ହନି ବନିଙ୍କ ମୁକ୍ତିଲାଭକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହି ସୋ'ରେ ଅଭିନେତ୍ରୀ ଙ୍କୁ ଜବରଦସ୍ତ ଆକ୍ସନ ଦୃଶ୍ୟରେ ଦେଖିବାକୁ ମିଳିବ । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ଏହି ସିରିଜର ସୁଟିଂ ସମୟରେ ସାମନ୍ଥା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସିରିଜ୍ ନିର୍ଦ୍ଦେଶକ ରାଜ ଓ ଡିକେ ଏହା ପ୍ରକାଶ କରିଛନ୍ତି।
10.Himansh Kohli Wedding Pictures:ନେହା କକ୍କରଙ୍କ ପୂର୍ବତନ ପ୍ରେମିକା ତଥା ବଲିଉଡ ଅଭିନେତା ହିମାଂଶ କୋହଲି ବିବାହ କରିଛନ୍ତି। ବିବାହ ପରେ ଅଭିନେତାଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ହଲଚଲ ସୃଷ୍ଟି କରିଛି। ଗୋଲାପୀ ଶେରୱାନିରେ ବର ବେଶରେ ହିମାଂଶୁ ବହୁତ ସୁନ୍ଦର ଦେଖାଯାଉଛନ୍ତି। ବଲିଉଡ ଅଭିନେତା ହିମାଂଶ କୋହଲି ନିଜେ ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର ପରେ କିଛି ୟୁଜର ତାଙ୍କୁ ଟ୍ରୋଲ୍ କରୁଥିବା ବେଳେ କିଛି ଶୁଭେଚ୍ଛା ଜଣାଇଛନ୍ତି।