1. ରଥାଯାତ୍ରାରେ ପହଣ୍ଡି ଓ ରଥ ପରିଚାଳନାକୁ ସୁରୁଖୁର କରିବା ଲାଗି ରଥ ଉପରକୁ ମୋବାଇଲ୍‍ ବାରଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। କିଛି ସେବାୟତଙ୍କ ସେଲଫି ନେବା ନିଶା ଯୋଗୁ ବଳଭଦ୍ରଙ୍କ ପହଣ୍ଡିରେ ଅଘଟଣ ଘଟିଥିବା ନେଇ ଅଭିଯୋଗ ହୋଇଥିଲା।  ରାଜ୍ୟ ସରକାରଙ୍କୁ ଏ ନେଇ ଦୁର୍ନାମ ଭୋଗ କରିବାକୁ ପଡ଼ିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସରକାର ତୁରନ୍ତ ବଦଳି କରିଥିଲେ। ଆଜି ନୂଆ କରି ଦାୟିତ୍ୱ ନେବା ପରେ ଡ. ଅରବିନ୍ଦ ପାଢ଼ୀ ରଥ ଉପରକୁ ମୋବାଇଲ୍‍ ଫୋନ୍‍ ବାରଣ କରିଛନ୍ତି। 
 
2. ଆଜି ପୁରୀରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପ୍ରସ୍ତୁତି ସ୍ୱରୂପ ତିନି ରଥଙ୍କର ଶରଧା ବାଲିଠାରେ ଦକ୍ଷିଣ ମୋଡ଼ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁସାରେ ହେରା ପଞ୍ଚମୀ ପରଦିନ ଏହି ଦକ୍ଷିଣ ମୋଡ଼ ଅନୁଷ୍ଠିତ ହୋଇଥାଏ। ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ପ୍ରଶାସନ ଦକ୍ଷିଣ ମୋଡ଼ ଆରମ୍ଭ କରିଥିଲେ। ଏହି ରୀତିରେ ଗୁଣ୍ଡିଚା ମନଦ୍ଦିରକୁ ମୁହାଁଇଥିବା ରଥଙ୍କୁ ଶ୍ରୀମନ୍ଦିର ମୁହାଁ କରାଯାଏ। 


COMMERCIAL BREAK
SCROLL TO CONTINUE READING

3. ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଲଳିତ କୁମାରଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ପୁରୀ ରାଜଭବନର କର୍ମଚାରୀ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏେନଇ ବୈକୁଣ୍ଠ ରାଜ୍ୟପାଳଙଘ୍କ ପ୍ରମୁଖ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ୭ ତାରିଖ ରାତି ୧୧ଟା ୪୫ ବେଳକୁ ତାଙ୍କୁ ଏକ ପ୍ରକୋଷ୍ଠକୁ ଡାକି ମାଡ଼ ମାରିଥିବା ସେ ଅଭିଯେଗ କରିଛନ୍ତି। 


4. ଆଜି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବର୍ଷା ହୋଇଛି। ଏହା ସହ ରାଜ୍ୟର ୮ ଜିଲ୍ଲାକୁ ପ୍ରବଳ ବର୍ଷାର ସତର୍କତା ଜାରି କରିଛନ୍ତି ପାଣିପାଗ ବିଭାଗ। ୧୯ ଯାଏ ଏହିପରି ବର୍ଷା ଜାରି ରହିବ। ଏହାସହ ଘଡ଼ଘଡ଼ି ଓ ବିଜୁଳି ଆଶଙ୍କା ଥିବାରୁ ପାଣିପାଗ ବିଭାଗ ଏହିସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଇଂ ଜାରି କରିଛନ୍ତି। 


5. ପ୍ରାକ୍‍ ବଜେଟ୍‍ ପରାମର୍ଶ ଭାବେ ରାଜ୍ୟ ସରକାର ୧୨ ହଜାର ପ୍ରସ୍ତାବ ଜନସାଧାରଣଙ୍କଠାରୁ ଗ୍ରହଣ କରିଛନ୍ତି। ଅନ୍‍ଲାଇନରେ ଏହି ପ୍ରସ୍ତାବ ଆସିଛି। ପୂର୍ବ ବର୍ଷଠାରୁ ଏହା ୬ ଗୁଣା ଅଧିକ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚା ଦିଆଯାଇଛି। ଯଥାସମ୍ଭବ ଜନତାଙ୍କ ପ୍ରସ୍ତାବକୁ ଏହି ବଜେଟରେ ଅନ୍ତର୍ଭୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


6. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କୁ ସୁପ୍ରିମ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। କୋର୍ଟ କେଜ୍ରିଓ୍ୱାଲ୍‍ଙ୍କ ଆବେଦନକୁ ରକ୍ଷା କରି ଏକ ଉଚ୍ଚ ବେଞ୍ଚରେ ତାଙ୍କ ବିଚାରକୁ ଅନୁମୋଦନ ମଧ୍ୟ କରିଛନ୍ତି। ଅର୍ଥାତ୍‍ ଉଚ୍ଚ ବେଞ୍ଚରେ ଶୁଣାଣି ହେବା ଯାଏ ତାଙ୍କୁ ମୁକ୍ତି ମିଳିଛି,   ହେଲେ ତାଙ୍କୁ ଜେଲ୍‍ରୁ ମୁକ୍ତି ମିଳିବ ନାହିଁ। କାରଣ ଇଡି ପକ୍ଷରୁ ଦାଖଲ ହୋଇଥିବା ଆଉ ଏକ ମାମଲା ମଧ୍ୟ ତାଙ୍କ ନାଁରେ ଚାଲୁଛି। 


7. ଆସନ୍ତା ୨୨ ତାରିଖରେ ପଡ଼ୁଛି ଶ୍ରାବଣ ମାସର ପ୍ରଥମ ସୋମବାର। ଭଗବାନ ଶୀବଙ୍କ ଲାଗି ଏହି ମାସ ଜଳାଭିଶେକର ମାସ ଭାବେ ଗ୍ରହଣ କରାଯାଏ। ଆସ୍ଥା ଓ ପରମ୍ପରା ଅନୁସାରେ ଏହି ସୋମବାରଦିନ ବିଭିନ୍ନ ଶୈବ ପୀଠରେ ଜଳାଭିଶେକ କରିବା ଲାଗି ଭକ୍ତଙ୍କ ଭିଡ଼କୁ ଆଖିଆଗରେ ରଖି ସ୍ଥାନୀୟ ପୁଲିସ ପ୍ରଶାସନକୁ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


8. ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଲ୍‍ଙ୍କୁ ମାଡ଼ ମାରିବା ଅଭିଯୋଗରେ ଜେଲରେ ଥିବା ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଜାମିନ ଆବେଦନ ଖାରଜ ହୋଇଛି। କୋର୍ଟ କହିଛନ୍ତି ତାଙ୍କ ପାହ୍ୟା ଓ ପଦବୀରେ କୌଣସି ପରିବର୍ତ୍ତନ ହୋଇନାହିଁ। ତାଙ୍କ ପ୍ରଭାବ କମି ନାହିଁ। ଏଣୁ ସେ ମୁକୁଳିଲେ ସାକ୍ଷ୍ୟ ଓ ପ୍ରମାଣକୁ ପ୍ରମାଭିତ କରିପାରନ୍ତି। 


9. ନେପାଳରେ ବର୍ଷାଜନିତ ଭୂସ୍ଖଳନ ହେତୁ ୭ ଜଣ ଭାରତୀୟ ନିଖୋଜ ରହିଛନ୍ତି। ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‍ ଭୂସ୍ଖଳନ ହେତୁ ଏକ ନଦୀ ଭିତରକୁ ଖସି ପଡ଼ିଥିଲା। ଏଥିରେ ନିଖୋଜ ଥିବା ୬୦ ଜଣଙ୍କ ଭିତରୁ ୭ଜଣ ଭାରତୀୟ ବୋଲି ଜଣାପଡ଼ିଛି। 


10. ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ବଲାଙ୍ଗୀର ମୁଖ୍ୟ ସାଧାରଣ ଯୋଗାଣ ଅଧିକାରୀ ଜି ପ୍ରଭାକର ପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜଣେ ହିତାଧିକାରୀଙ୍କ ବିଲ୍‍ ପାରିତ କରିବା ତଥା ନୂଆ କାର୍ଯ୍ୟ ଦେବା ପାଇଁ ସେ ୧ ଲକ୍ଷ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।