1. Srimandir Entry restrictions to resume from Today: ଶ୍ରୀମନ୍ଦିର ପ୍ରବେଶ ଉପରେ ଲାଗିବ ରୋକ। ଆଜିଠାରୁ ଦୁଇ ଦ୍ୱାର ଦେଇ ହିଁ ପ୍ରବେଶ କରିହେବ। ପୁଣି ତିନି ଦ୍ୱାର ଦେଇ ପ୍ରସ୍ଥାନ ହେବ। ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଅନୁସାରେ ଆଜିଠାରୁ କେବଳ ଶ୍ରୀମନ୍ଦିରର ସିଂହଦ୍ୱାର ଏବଂ ପଶ୍ଚିମଦ୍ୱାର ଦେଇ ପ୍ରବେଶ ଅନୁମତି ରହିଛି। ସିଂହଦ୍ୱାରକୁ ଛାଡ଼ି ଅନ୍ୟ ତିନି ଦ୍ୱାରା ଦେଇ ପ୍ରସ୍ଥାନ ଅନୁମତି ରହିଛି। ତେବେ ସେବାୟତ ପରିବାର ପାଇଁ କୌଣସି ପ୍ରତିବନ୍ଧକ ନାହିଁ। 

 

2. Election Notifications for Jharkhand Assembly: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ୧୩ ନଭେମ୍ବରରେ  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ୮୧ ଆସନ ବିଶିଷ୍ଟ ବିଧାନସଭା ସଭାର ୪୩ ଆସନ ଲାଗି ନିର୍ବାଚନ ହେବ। ଏଥିଲାଗି ୨୫ ଅକ୍ଟୋବର ସୁଦ୍ଧା ନାମାଙ୍କନ ଦାଖଲ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ୩୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। 

 

3. CM’s Grievance cell : ଅକ୍ଟୋବର ୨୧ ଏବଂ ୨୮ ଦୁଇ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲା ରହିବ। ଏଠାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ୧୦୦୦ ପଞ୍ଜିକୃତ ଆବେଦନକାରୀଙ୍କ ଅଭିଯୋଗ ଶୁଣାଣି କରି ତାହାକୁ ସମାଧାନ କରିବା ଲାଗି ଚେଷ୍ଟା କରିବେ। ଆଗ୍ରହୀ ଆବେଦନକାରୀ ଆଜି ସକାଳ ୧୧ଟାରୁ ଅନ୍‍ଲାଇନରେ ପଞ୍ଜିକରଣ କରିପାରିବେ ବୋଲି ସରକାରୀ ବାର୍ତ୍ତାରେ କୁହାଯାଇଛି। www.janasunani.odisha.gov.in ପୋର୍ଟାଲରେ ଏଥିନେଇ ଆବେଦନ କରିପାରିବେ। 

 

4. Train Ticket reservation: ରେଳବାଇ ବୋର୍ତଡ ରେଳ ଯାତ୍ରା ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥାକୁ ୧୨୦ ଦିନରୁ ୬୦ ଦିନକୁ ଖସାଇଛନ୍ତି। ଅର୍ଥାତ ଏଣିକି ଯାତ୍ରାର ୨ ମାସ ପୂର୍ବରୁ ସଂରକ୍ଷଣ କରାଯାଇପାରିବ। ନଭେମ୍ବର ୧ ତାରିଖରୁ ଏହି ନୂଆ ନିଷ୍ପତ୍ତି ଲାଗୁ ହେବ। 

 

5. Mass Layoff in Intel: ଖର୍ଚ୍ଚ କାଟ କରିବା ଲାଗି ଜଣାଶୁଣା କମ୍ପ୍ୟୁଟର ନିର୍ମାତା ଇନ୍‍ଟେଲ୍‍ ପକ୍ଷରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। ଗତ ଅଗଷ୍ଟ ମାସରେ ଏନେଇ ସୂଚନା ଦିଆଯାଇଥିଲା। ଏହାଦ୍ୱାରା ୨ ହଜାର ପ୍ରଫେସନାଲ୍‍ଙ୍କ ଚାକିରି ଯିବା ଆରମ୍ଭ ହୋଇଛି। ବିଶେଷକରି ଆମେରିକାରେ ଏହି ଛଟେଇ ହୋଇଛି। 

 

6. Bangladeshis entered India after 1971 Illegal: ଆସାମରେ ବାଂଲାଦେଶୀଙ୍କ ଉପସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମାର୍ଚ୍ଚ ୨୫, ୧୯୭୧ ପୂର୍ବରୁ ଭାରତକୁ ପ୍ରବେଶ କରିଥିବା ବାଂଲାଦେଶୀଙ୍କୁ ନାଗରିକତ୍ୱ ଇନର ଧାରା ୬ (କ) ବଳରେ ନାଗରିକତା ମିଳିବା ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କରିଛନ୍ତି। ଏହାର ଅର୍ଥ ଏହି ସମୟ ପରଠାରୁ ଭାରତରେ ରହୁଥିବା ବାଂଲାଦେଶୀ ବେଆଇନ ଭାବ ଆମ ଦେଶରେ ରହୁଛନ୍ତି। 

 

7. Nawaz Serif reach out to PM Modi: ବିଦେଶ ମନ୍ତ୍ରୀ ଏସ୍‍ ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତକୁ ନେଇ ଉତ୍ସାହିତ ରହିଛି ପାକିସ୍ତାନ। ଦେଶର ସଂସଦରେ ଦଳୀୟ ନେତା ଭାବେ ଅଧିଷ୍ଠିତ ନଓ୍ୱାଜ୍‍ କହିଛନ୍ତି ପୁରୁଣା କଥାକୁ ଏବେ କବର ଦେବାର ସମୟ। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାକିସ୍ତାନ ଗସ୍ତକୁ ମନେ ପକାଇ ସେ ଶ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତତ୍‍କାଳୀନ ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କ ନୀତିରେ ଦୁଇ ଦେଶ ଭିତରେ ସମ୍ପର୍କ ବିଗିଡ଼ିଛି। ଏବେ ତାହାକୁ ଧରି ନବସି ଆଗକୁ ସମ୍ପର୍କ ସୁଧାରିବାକୁ ସେ ଆହ୍ୱାନ ଦେଇଛନ୍ତି। 

 

8. Hamas Chief Killed: ଇସ୍ରାଏଲ୍‍ ଆକ୍ରମଣ ଦ୍ୱାରା ହମାସ୍‍ ମୁଖ୍ୟ ୟାହା ସିନଓ୍ୱାରଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ୍‍ ସେନା ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଅକ୍ଟୋବର ୭, ୨୦୨୩ ମସିହାର ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ। ଏହିଦିନ ହମାସ ଆକ୍ରମଣରେ ଅନେକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଦକ୍ଷିଣ ଗାଜାଷ୍ଟ୍ରିପ୍‍ରେ ଏକ ଆକ୍ରମଣ ସମୟରେ ସେ ନିହତ ହୋଇଥିବା ଜଣାପଡ଼ିଛି। 

 

9. Canadian PM in Questions: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ ବର୍ତ୍ତମାନ ପ୍ରଶ୍ନବାଣ ମଧ୍ୟରେ ରହିଛନ୍ତି। ବିରୋଧୀ ଦଳ ନେତା ମ୍ୟାକ୍ସିମ ବାର୍ଣ୍ଣିର ତାଙ୍କୁ କହିଛନ୍ତି, ଯଦି ଭାରତ ବାଏହାର କୂଟନୀତିଜ୍ଞମାନେ କାନାଡ଼ାରେ ଅପରାଧିକ ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି ତାହା ନିଣଶ୍ଚିତ ଭାବେ ଏକ ଗମ୍ଭୀର ବିଷୟ। କିନ୍ତୁ ଏଯାଏ ପ୍ରମାଣ କାହିଁକି ଦିଆଯାଇପାରି ନାହିଁ? ପୁଣି ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କୁ ଦେ କାନାଡ଼ା ନାଗରିକ କହିବାକୁ ବି ପଛାଇଛନ୍ତି।

 

10. NEP In Odisha: ଖୁବ ଶୀଘ୍ର ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଏଥିଲାକି ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଏହି କମିଶନ ଗଠନ କରିଛନ୍ତି। କେଉଁଭଳି ଭାବେ ଏହି ନୀତିକୁ କାର୍ତଯ୍ୟକାରୀ କରାଯିବ ସେ ବିଷୟରେ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଛି।