Top 10 News: ଚୁଟକୀରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
Top 10 News: ଚୁଟକୀରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
1. CM Mohan Majhi: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ। ଗୃହ ବିଭାଗରେ ଖୁବଶୀଘ୍ର ନିଯୁକ୍ତି ଦିଆଯିବ। କେବଳ ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ। ଏଥିରେ କିଛି ଖାଲି ପଦବୀ ହୋଇଥିବା ବେଳେ କିଛି ନୂଆ ପଦବୀ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2.One Nation One Election Bill: ଗୁରୁବାର ଦିନ 'ୱାନ ନେସନ, ୱାନ ଇଲେକ୍ସନ' ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ସୂଚନାନୁସାରେ ଚଳିତ ଶୀତ ଅଧିବେଶନରେ ଏହି ବିଲ୍ ସଂସଦରେ ଉପସ୍ଥାପିତ ହୋଇପାରେ। ଏହି ବିଲ୍ ସମ୍ବନ୍ଧରେ ସମସ୍ତ ରାଜନୈତିକ ଦଳର ମତାମତ ନିଆଯିବ। ପରେ ଏହା ସଂସଦ ଦ୍ୱାରା ପାରିତ ହେବ। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ୱାନ ନେସନ, ୱାନ ଇଲେକ୍ସନ ସମ୍ପର୍କିତ ଏକ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରିଥିଲା।
3.CM Himanta Biswa Sharma: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଯାଇ ହିମନ୍ତ ବିଶ୍ବଶର୍ମା ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଭୁବନେଶ୍ୱର ଫେରିଆସି କଳିଙ୍ଗ ଷ୍ଟାଡିୟମ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ଭାବରେ ହିମନ୍ତ ବିଶ୍ୱଶର୍ମା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବେ।
4.Parliament Winter Session 2024: ନୂଆଦିଲ୍ଲୀ: ଦେଶରେ ବଢୁଥିବା ସଡ଼କ ଦୁର୍ଘଟଣା କ୍ରମଶଃ ଏକ ସମ୍ବେଦନଶୀଳତାର କାରଣ ହୋଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ସଂସଦରେ ବକ୍ତବ୍ୟ ରଖିବା ବେଳେ ଶ୍ରୀ ଗଡକରୀ କହିଛନ୍ତି ଭାରତରେ ବଢୁଥିବା ସଡ଼କ ଦୁର୍ଘଟଣା ଆନ୍ତର୍ଜାତିକ ସ୍ତରରେ ଆମକୁ ନିନ୍ଦିତ କରୁଛି। ଆମେ ଯେତେ ଚାହିଁଲେ ମଧ୍ୟ ଏଥିରେ ନିୟନ୍ତ୍ରଣ ପାଇପାରୁନାହୁଁ। ଏହି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ସାଂସଦ ମାନେ ଜିଲ୍ଲା ସ୍ତରରେ ସତର୍କତା ଅଭିଯାନ ଆରମ୍ଭ କରିବା ଆବଶ୍ୟକ ବୋଲି ଶ୍ରୀ ଗଡକରି କହିଛନ୍ତି।
5.Cold wave ନୂଆଦିଲ୍ଲୀ: ଉତ୍ତର ଭାରତ ଏବଂ ସମତଳିଆ ଅଞ୍ଚଳରେ ଶୀତର ମାତ୍ରା ବୃଦ୍ଧି ପାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀରେ ଶୀତକୁ ନେଇ ସତର୍କ ସୂଚନା ରହିଛି। ଏହି ରାଜ୍ୟଗୁଡ଼ିକରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଯାଇଛି | ପାର୍ବତ୍ୟାଞ୍ଚଳରେ ତୁଷାରପାତ ହେତୁ ସମତଳ ଅଞ୍ଚଳରେ ଶୀତ ଲହରୀ ବୃଦ୍ଧି ପାଇଛି। ଫତେହପୁରରେ ମାଇନସ୍ ୧ ଡିଗ୍ରୀରେ ରେକର୍ଡ କରାଯାଇଥିଲା।
6.CTET Admit Card 2024 Out: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ CBSE କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (CTET) ୨୦୨୪ ର ଆଡମିଟ୍ କାର୍ଡ ଜାରି କରିଛି। ପ୍ରାର୍ଥୀମାନେ ୧୪ ଡିସେମ୍ବରରେ ହେବାକୁ ଥିବା ପରିକ୍ଷା ପାଇଁ CTET ର ଅଫିସିଆଲ୍ ୱେବସାଇଟ୍ ctet.nic.in ଭିଜିଟ୍ କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ବୁଧବାର ଦିନ ଇଣ୍ଡିଆନ୍ ଏକ୍ସପ୍ରେସ୍ ସହିତ କଥାବାର୍ତ୍ତା କରି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଆମେ ୧୨ ଡିସେମ୍ବର ୨୦୨୪ ତାରିଖରେ ଆଡମିଟ୍ କାର୍ଡ ରିଲିଜ୍ କରିବୁ।
7.Odisha News: ଟେଣ୍ଡର ଫିକ୍ସି ପାଇଁ ୧୦ ଲକ୍ଷ ଟଙ୍କା କାରବାର ଘଟଣା । ଦ୍ୱିତୀୟ ଥର ପାଇଁ ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ସିବିଆଇ । ତିନି ଅଭିଯୁକ୍ତ ହେଲେ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଗ୍ରୁପ ମ୍ୟାନେଜର ଚଞ୍ଚଳ ମହାରଣା, ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ର ।
8.FBI Director Resigns: ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବା ପୂର୍ବରୁ ଏହାର ତଦନ୍ତକାରୀ ସଂସ୍ଥା ଏଫ୍ବିଆଇ ନିର୍ଦ୍ଦେଶକ ଇସ୍ତଫା ଦେବେ। ଖୋଦ୍ ଏଫ୍ବିଆଇ ନିର୍ଦ୍ଦେଶକ କ୍ରିଷ୍ଟୋଫର ଏ ଆରେ ଏହା କହିଛନ୍ତି। ୧୦ ବର୍ଷର କାର୍ଯ୍ୟକାଳ ଥିବା ବେଳେ ୩ ବର୍ଷ ପୂର୍ବରୁ ଇସ୍ତଫା ଦେବା ଏବେ ଆମେରିକାରେ ଚର୍ଚ୍ଚା ବିଷୟ ହୋଇଛି।
9.What would decide Alimony amount: ସୁପ୍ରିମକୋର୍ଟ ବିବାହ ବିଚ୍ଛେଦ ସମୟରେ ଭରଣପୋଷଣ ବାବଦୀୟ ଦାବି ବାବଦରେ ବିଚାର ସମୟରେ ୮ଟି ବିଷୟକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିରେ ଦାବିଦାରଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା, ନିର୍ଭର କରୁଥିବା ଶିଶୁ, ତାଙ୍କ ନିଯୁକ୍ତି, ସମ୍ପତ୍ତି ଓ ରୋଜଗାର, ପତ୍ନୀଙ୍କ ମାତୃ ଆଳୟର ସ୍ଥିତି, ଅଣ ଚାକିରିଆ ପତ୍ନୀଙ୍କ ଅଦାଲତ ପାଇଁ ଆବଶ୍ୟକ ଖର୍ଚ୍ଚ ଏବଂ ପତିଙ୍କ ଆର୍ଥିକ ସ୍ଥିତି ତାଙ୍କ ରୋଜଗାର, ଭରଣପୋଷଣ ଆବଶ୍ୟକତା ଏବଂ ତାଙ୍କ ଉପରେ ଥିବା ଋଣ ବୋଝକୁ ବିଚାରକୁ ନେବାକୁ ସୁପ୍ରିମ୍ କୋର୍ଟ କହିଛନ୍ତି।
10.Fadnavis in Delhi to Finalise Portfolios: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଆଜି ଦିଲ୍ଲୀ ଗସ୍ତରେ ରହିଛନ୍ତି। ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସେମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରରେ ସରକାର ଗଠନ ହୋଇଥିଲେ ମଧ୍ୟ ସହଯୋଗୀ ଦଳଙ୍କୁ ବିଭାଗ ବଣ୍ଟନରେ ବିବାଦ ଲାଗି ରହିଛି। କେନ୍ଦ୍ରୀୟ ନେତା ଏହି ବିବାଦକୁ ପ୍ରଶମନ କରିବେ ବୋଲି କୁହାଯାଉଛି।