1.Delhi Assembly Polls: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ 38 ଜଣ ପ୍ରାର୍ଥୀଙ୍କ ନାମ ତାଲିକାରେ ପ୍ରକାଶ କରାଯାଇଛି। ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ନିର୍ବାଚନ ଲଢିବେ। ମୁଖ୍ୟମନ୍ତ୍ରୀ ଆତିଶୀ ପୁଣି ଥରେ କାଲକାଜୀରୁ ନିର୍ବାଚନ ଲଢିବେ। ସେହିଭଳି ସୌରଭ ଭରଦ୍ୱାଜ ଗ୍ରେଟର କୈଲାଶରୁ ପ୍ରାର୍ଥୀ ହୋଇଛନ୍ତି । ଆମ୍ ଆଦମୀ ପାର୍ଟି ମଦନ ଲାଲଙ୍କ ଟିକେଟ୍ ବାତିଲ କରି କସ୍ତୁରବା ନଗରରୁ ରମେଶ ପେହଲୱାନଙ୍କୁ ଟିକେଟ୍ ଦେଇଛି। ରମେଶ ପେହଲୱାନ ଏବଂ ତାଙ୍କ କାଉନସିଲର ପତ୍ନୀ କୁସୁମ ଲତା ବିଜେପି ଛାଡି AAP ରେ ଯୋଗ ଦେଇଛନ୍ତି।

 

2.Chandrabhaga: ଚନ୍ଦ୍ରଭାଗା ସମୁଦ୍ର କୂଳରେ ଘଡିଆଳ କୁମ୍ଭୀର ଆତଙ୍କ। ଏକ ୧୦ ଫୁଟିଆ ବିରାଟ ଘଡିଆଳ ପ୍ରଜାତିର କୁମ୍ଭୀର ବୁଲୁଥିବା ଜଣାପଡିଛି। କୁମ୍ଭୀରକୁ ଧରିବା ପାଇଁ ପୁରୀ ବନଖଣ୍ଡ ଅଧିକାରୀଙ୍କ ସହ ୨୦ ଜଣ ବନଖଣ୍ଡ କର୍ମଚାରୀ ଓ ନନ୍ଦନକାନନରୁ ଆସିଥିବା ୯ଜଣିଆ ସ୍ବତନ୍ତ୍ର ଟିମ୍‌ କୁମ୍ଭୀରକୁ ଖୋଜୁଛନ୍ତି। 

 

3.Rajya Sabha vs Lok Sabha: ସଂସଦର ଶୀତକାଳୀନ ଅଧିବେଶନ ମଧ୍ୟରେ ରବିବାର ଦିନ ରାଜନେତା ମାନଙ୍କୁ କ୍ରିକେଟ୍ ପଡ଼ିଆରେ ଦେଖିବାକୁ ମିଳିଥିଲା। ଯକ୍ଷ୍ମା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଯାଇ ରାଜ୍ୟସଭା ଏକାଦଶ ବନାମ ଲୋକସଭା ଏକାଦଶ ମଧ୍ୟରେ ଏକ ମ୍ୟାଚ୍ ରଖାଯାଇଥିଲା। ଏହି ମ୍ୟାଚ୍‌ରେ ସମସ୍ତ ସାଂସଦ ଏକ ସ୍ୱତନ୍ତ୍ର ପ୍ରକାରର ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ। ଯେଉଁଥିରେ ଲେଖାଥିଲା ଯେ ଯକ୍ଷ୍ମା ହାରିବ ଓ ଭାରତ ଜିତିବ। 

 

4.Forbes most powerful women in 2024: ଫୋର୍ବସ୍ ୨୦୨୪ ବର୍ଷ ପାଇଁ ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୈତିକ, ସାମାଜିକ ସେବା ଏବଂ ପଲିସି ନିର୍ମାତାଙ୍କ ନାମ ସାମିଲ ରହିଛି।ଫୋର୍ବସର ଏହି ୨୧ ତମ ତାଲିକାରେ ତିନି ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। 

 

5.Atul Subhash Case: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୃତ ଅତୁଲଙ୍କ ପତ୍ନୀ ନିକିତାଙ୍କ ସମେତ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଡିସିପି ହ୍ୱାଇଟ ଫିଲ୍ଡ ଡିଭିଜନ (ବାଙ୍ଗାଲୋର) ଶିବକୁମାର କହିଛନ୍ତି ଯେ ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ନିକିତା ସିଙ୍ଗାନିଆଙ୍କୁ ଗୁରୁଗ୍ରାମ (ହରିୟାଣା) ରୁ ଗିରଫ୍ କରାଯାଇଛି। ଅଭିଯୁକ୍ତ ପତ୍ନୀ ନିଶା ସିଙ୍ଗାନିଆ ଏବଂ ଶଳା ଅନୁରାଗ ସିଙ୍ଗାନିଆ ଓ ତାଙ୍କ ଶାଶୁ ମା'ଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଛି।

 

6.Vishnupad: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନର ଟେଣ୍ଡର ଫିକ୍ସିଂ ମାମଲା ନୂଆ ମୋଡ ନେଇଥିବାବେଳେ ସାମନାକୁ ଆସିବାରେ ଲାଗିଛି ନୂଆ ନୂଆ ତଥ୍ୟ । ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ ଏସସି-ଏସଟି ସଚିବ ଥିବାବେଳେ, ଆଶ୍ରମ ସ୍କୁଲର ରୂପାନ୍ତରଣ ପାଇଁ ବିଭିନ୍ନ ନିର୍ମାଣକାରୀ ସଂସ୍ଥାକୁ ଲେଖିଥିବା ଚିଠି ପଦାକୁ ଆସିଛି।

 

7.Mo Bus fire: 'ମୋ ବସ୍' ରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳି ଉଠିଲା ମୋ-ବସ୍। ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। କଟକର ଲିଙ୍କ ରୋଡ ଛକ ନିକଟରେ 'ମୋ ବସ୍' ରେ ଅଚାନକ ନିଆଁ ଧରି ଯାଇଥିଲା । ବସ୍ ରେ ନିଆଁ ଲାଗିବା ଦେଖି ଛାତ୍ରୀମାନେ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଆସିଥିଲେ। ତେହେ, ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। 

 

8.Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ୫.୨ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି ପାରଦ। ଅସମ୍ଭାଳ ଶୀତରେ ଜନ ଜୀବନ ପ୍ରଭାବିତ ହୋଇଛି। ରାଉରକେଲା ୭.୨ ଡିଗ୍ରୀରେ ରହିଛି। ୧୫ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଆଜିବି ଶୀତର ପ୍ରକୋପ ଜାରି ରହିବ। ରାଉରକେଲାରେ ୭ ଡିଗ୍ରୀ, ଝାରସୁଗୁଡା, କେନ୍ଦୁଝର ଓ ଝାରସୁଗୁଡାରେ ରାତି ତାପମାତ୍ରା ୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

 

9.Amit shah on Naxalism: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଦିନ ଦୋହରାଇଛନ୍ତି ଯେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତ ନକ୍ସଲବାଦରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହେବ। 'ଏଜେଣ୍ଡା ଆଜ ତକ୍' କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା କହିଛନ୍ତି ଯେ ନକ୍ସଲବାଦ ବର୍ଷ ବର୍ଷ ଧରି ଦେଶର ଅନେକ ସ୍ଥାନରେ ବିକାଶକୁ ଅବରୋଧ କରିଆସୁଛି। ସରକାରଙ୍କ ଉଦ୍ୟମକୁ ସୂଚାଇ ଗୃହମନ୍ତ୍ରୀ କହିଛନ୍ତି ଯେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଓଡି଼ଶା ଭଳି ରାଜ୍ୟ ବର୍ତ୍ତମାନ ଏହାର ପ୍ରଭାବରୁ ମୁକ୍ତ ହୋଇସାରିଛି।

 

10.Travis Head Century: ବୋର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ହାରିଥିବା ଅଷ୍ଟ୍ରେଲିଆ ଟ୍ରାଭିସ୍ ହେଡଙ୍କ ବ୍ୟାଟିଂ ଯୋଗୁଁ ତୃତୀୟ ଟେଷ୍ଟରେ ଡ୍ରାଇଭିଂ ସିଟରେ ଅଛି। ଗାବା ଟେଷ୍ଟର ଦ୍ୱିତୀୟ ଦିନରେ ହେଡ୍ ଏକ ଚମତ୍କାର ଶତକ ହାସଲ କରିଛନ୍ତି।​ ଏହାପୂର୍ବରୁ ସେ ଆଡିଲେଡରେ ମଧ୍ୟ ଏକ ଶତକ ହାସଲ କରିଥିଲେ। ଭାରତୀୟ ଦଳର କୌଣସି ରଣନୀତି ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କ ବିପକ୍ଷରେ କାମ କରୁନାହିଁ। ଟିମ୍ ଇଣ୍ଡିଆ ସାମ୍ନାରେ ଟ୍ରାଭିସ୍ ହେଡ୍ ବର୍ତ୍ତମାନ ନୂଆ'ହେଡେକ୍'। ଦେଖିବାକୁ ମିଳୁଛି ଭାରତୀୟ ଦଳ ପାଇଁ ଏହାର କୌଣସି 'ଔଷଧ' ନାହିଁ।