1.RG Kar Case: କୋଲକାତାର ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଚାଲିଛି । ସମସ୍ୟାର ସମାଧାନ ପାଇଁ ଆଲୋଚନା ଆରମ୍ଭ କରିବାର ୪ଟି ଚେଷ୍ଟା ବିଫଳ ହେବା ପରେ ଜୁନିୟର ଡାକ୍ତରଙ୍କ ଏକ ପ୍ରତିନିଧୀ ଦଳ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ପହଞ୍ଚିଥିଲେ।


COMMERCIAL BREAK
SCROLL TO CONTINUE READING

2.Weather News: ଲଘୁଚାପ ଏବଂ ଗଭୀର ଅବପାତ ପ୍ରଭାବ କାରମରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ରହିଥିବା ଗଭୀର ଅବପାତ ଆଗକୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।


3.Bhubaneswar: ରାଜଧାନୀର ଜନପଥରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ମନ ଇଚ୍ଛା ବେପରୁଆ ଗାଡି ଚାଳନା କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଘଟଣାରେ ମୋଟ ୫ ଜଣ ଗିରଫ ହୋଇଥିବାବେଳେ ୨ଟି ଗାଡି ଜବତ କରିଛି କମିଶନରେଟ୍ ପୋଲିସ୍ । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।


4.Land Slide:ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଟ୍ରାକ୍‌ରେ ଧସିଲା ମାଟି ଅତଡ଼ା। ରାୟଗଡ଼ା- କୋରାପୁଟ ରେଲ ଲାଇନରେ ଧସିଲା ମାଟି ଅତଡ଼ା। କେଉଟଗୁଡ଼ା-ସିକରପାଇ ଷ୍ଟେସନ ମଝିରେ ଧସିଲା ମାଟି ଅତଡ଼ା। ଅଧ ଘଣ୍ଟାରୁ ଅଧିକ ହେବ ଟ୍ରାକରେ ମାଟି ଅତଡ଼ା ଧସିଥିବା ସୂଚନା।


5.Train Derailed:ମଧ୍ୟପ୍ରଦେଶ(Madhyapradesh)ରେ ସୋମବାର ଏକ ମାଲବାହୀ ଟ୍ରେନର କେତେକ ବଗି ଲାଇନଚ୍ୟୁତ ହୋଇଛି । ଭୋପାଳରୁ ଇଟାର୍ସି ଅଭିମୁଖେ ଯାଉଥିବା ଏହି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମଧ୍ୟପ୍ରଦେଶର ପ୍ରଶାସନିକ ଅଧିକାରୀ ଏବଂ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାଲବାହୀ ଟ୍ରେନର ଓଲଟି ଯାଇଥିବା ବଗିଗୁଡ଼ିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି।


6.Manipur- ମଣିପୁର ସରକାର ରାଜ୍ୟର ପାଞ୍ଚଟି ଜିଲ୍ଲାର ଆଞ୍ଚଳିକ ପ୍ରାଧିକରଣରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକର ସମୟ ସୀମାକୁ ବୃଦ୍ଧି କରିଛନ୍ତି। ମଣିପୁରରେ ଇଣ୍ଟରନେଟ୍ ନିଷେଧାଦେଶର ସମୟ ସୀମାକୁ ଆସନ୍ତା ୨୦ ସେପ୍ଟେମ୍ବର ଅପରାହ୍ନ ୩ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରବିବାର ୧୫ ସେପ୍ଟେମ୍ବରରେ ସରକାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଆସନ୍ତା ୫ ଦିନ ପାଇଁ ଇଣ୍ଟରନେଟ ସମ୍ବନ୍ଧୀୟ ସେବା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।


7.Subhadra Yojana: ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏହାରି ମଧ୍ୟରେ କିଛି ସାଇବର ଠକ ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ପଠାଉଥିବା ଅଭିଯୋଗ ଆସିଛି । ତେଣୁ ଏଭଳି ଲିଙ୍କରେ କ୍ଲିକ୍  ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧ ଟଙ୍କା ନଆସିଥିଲେ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ । ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ୍‌ ଥିଲା ବୋଲି ପ୍ରଭାତୀ କହିଛନ୍ତି ।


8.PM Modi: ମଙ୍ଗଳବାର ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏୟାରପୋର୍ଟରୁ ସିଧା ଗାଡ଼କଣ ବସ୍ତି ଯିବେ ଏବଂ ୧୧ଟା ୧୦ରେ ଗାଡ଼କଣ ବସ୍ତିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୧ଟା ୧୫ରୁ ୧୧ଟା ୪୫ ଯାଏ ଆବାସ ହିତାଧିକାରୀଙ୍କ ସହ କଥା ହେବେ । ୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ ଏବଂ ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ । ଜନତା ମଇଦାନ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବେ।


9. PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବର ଗସ୍ତ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଲାଗୁ ହୋଇଛି । ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା । ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ । ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ଯିବେ । ଜରୁରୀକାଳୀନ ସେବା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ ।


10.Ollywood News: ବିନି ପଟ୍ଟନାୟକ ଫିଲ୍ମ୍ସ ବ୍ୟାନରରେ ନିର୍ମାଣ ହୋଇଥିବା "ସନମ୍ ତୁ ସୁହାନା" ନୂଆ ଓଡ଼ିଆ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ହୋଇଛି । ଏହି ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମସ୍ତ କ୍ରିଉ ଉପସ୍ଥିତ ଥିଲେ ।