1.Bharatpur Incident: ଭରତପୁର ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଯେହେତୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହୋଇସାରିଛି ଏବଂ କ୍ରାଇମବ୍ରାଞ୍ଚ୍ ମଧ୍ୟ ଏହାର ତଦନ୍ତ କରୁଛି। ତେଣୁ ତଦନ୍ତ ଘଟଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ହାଇକୋର୍ଟ।


COMMERCIAL BREAK
SCROLL TO CONTINUE READING

2.New Delhi: ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଚେୟାରକୁ ଖାଲି ଛାଡିଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆତିଶୀ । ଯାହାକୁ ନେଇ ବିଜେପି AAP ବିରୋଧରେ ଅନେକ ଅଭିଯୋଗ କରିଥିଲା। ଶପଥ ଗ୍ରହଣ କରିବା ପରେ ଆତିଶୀ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ବସିବା କଥା କିନ୍ତୁ ନବସିବା କାରଣରୁ ବାବା ସାହେବଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନର ପରିହାସ ବୋଲି ବିଜେପି କହିଛି । ବର୍ତ୍ତମାନ ଆପ୍ ନେତା ସଞ୍ଜୟ ସିଂ ଏହି ଅଭିଯୋଗ ଉପରେ ମନ୍ତବ୍ୟ ରଖିଛନ୍ତି ।


3.CM Mohan Majhi: ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଚତୁର୍ଥ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ।


4.Crime News: ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ସିଂହଓ୍ଵାଲି ଆହିର ଥାନା ଅନ୍ତର୍ଗତ ଦୋଲା ଗାଁରେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ମାଙ୍କଡ଼ ପଲ ସେମାନଙ୍କ ୬ ବର୍ଷର ନିରୀହ ଝିଅକୁ ଏକ ପଶୁ କବଳରୁ ବଞ୍ଚାଇଛି। ପୋଲିସକୁ ମିଳିଥିବା ସିସିଟିଭି ଫୁଟେଜ୍ ଅନୁଯାୟୀ, ଅଭିଯୁକ୍ତ ଯୁବକ ମସଜିଦ୍ ରାସ୍ତାରେ ଥିବା ମସଜିଦ୍ ର କବାଟ ଫ୍ରେମ୍ ନିକଟରେ ପହଞ୍ଚିଥିଲେ। ଏଠାରେ ନାବାଳିକା ଜଣକ ବାହାରେ ଠିଆ ହୋଇଥିବା ବେଳେ ଯୁବକ ଜଣକ ଭିତରକୁ ଯାଇଥିଲେ ଏବଂ ତା'ପରେ ସଙ୍ଗେ ସଙ୍ଗେ ବାହାରକୁ ଆସି ନାବାଳିକାକୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲା ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଙ୍କ ବୟସ ୬ ବର୍ଷ ଏବଂ ସେ ୟୁକେଜିରେ ପାଠ ପଢୁଛନ୍ତି।


5. Narayanpur Encounter: ଛତିଶଗଡର ନାରାୟଣପୁରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଏନକାଉଣ୍ଟରରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ଏଥିରେ ଜଣେ ମହିଳା ନକ୍ସଲ ମଧ୍ୟ ରହିଥିବା ସୂଚନା ମିଳିଛି । ସୁରକ୍ଷା ବାହିନୀ ନିହତ ନକ୍ସଲମାନଙ୍କଠାରୁ AK-47 ସିରିଜ୍ ରାଇଫଲ, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି । ନାରାୟଣପୁର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି ।
6.Crime News: ଗତ ଶନିବାର ଦିନ ବେଙ୍ଗାଲୁରୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ କଟା ଶରୀର ଉଦ୍ଧାର ହୋଇଥିଲା । ଏକ ଫ୍ରିଜରୁ ଜଣେ ମହିଳାଙ୍କ ୩୦ ଖଣ୍ଡ ଶରୀର ମିଳିଥିଲା । ଉକ୍ତ ଘଟଣାରେ ଜଣେ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସଫଳ ହୋଇଛି ପୋଲିସ ।


7.Israel Attack:  ଲେବାନନ ଉପରେ ଘନ ଘନ ରକେଟ୍ ମାଡ କରିଛି ଇସ୍ରାଏଲ୍ । ଫଳରେ ଅନେକ ସ୍ଥାନରେ ତାଣ୍ଡବ ରଚିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏହି ରକେଟ୍ ମାଡରେ ପ୍ରାୟ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ୪ଶହରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା କୁହାଯାଉଛି ।


8.Odisha News: ସାପ କାମୁଡାରେ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଅଙ୍ଗନବାଡ଼ି କର୍ମୀ ମେଡିକାଲ ନ ନେଇ ଝାଡଫୁଙ୍କ କରିବା ବେଳେ ମୃତ୍ୟୁ ଘଟିଛି ।‌ ଆଧୁନିକତା ର ସଭ୍ୟ ସମାଜରେ ଆଜିବି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ଲୋକେ ଅନ୍ଧବିଶ୍ୱାସ ର କୁସଂସ୍କାର ବସବର୍ତ୍ତି ହୋଇ ରହିଛନ୍ତି। ଯାହାଫଳରେ ସାମାନ୍ୟ ସଚେତନତା ଅଭାବରୁ ଅକାଳରେ ଚାଲିଯାଉଛି ନିରିହ ପ୍ରାଣର ଜୀବନ । ତେବେ ଚିକିତ୍ସା ପଦ୍ଧତିକୁ ଭରଷା ନକରି ଗୁଣିଗାରେଡି ଓ ଝାଡଫୁଙ୍କର ସାହାରା ନେବାକୁ ଯାଇ ଏଥର ଜଣେ ସମାଜରେ ସ୍ବାସ୍ଥ୍ୟ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧତା ପ୍ରତି ସର୍ବଦା ସଚେତନତା କରିଆସୁଥିବା ଜଣେ ଅଙ୍ଗନବାଡି କର୍ମୀଙ୍କ ଜୀବନ ଅକାଳରେ ଚାଲିଯାଇଛି। 


9.Lightning Strike: ଛତିଶଗଡରୁ ବଡ଼ ଖବର ସାମ୍ନାକୁ ଆସିଛି । ରାଜନନ୍ଦଗାଓଁର ଜୋରାଟାରାଇରେ ବଜ୍ରପାତ କାରଣରୁ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଛାତ୍ର ଏବଂ ତିନି ଜଣ ଯୁବକ ରହିଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ସୋମାନି ପୋଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଛି। ସ୍କୁଲ ପିଲାମାନେ ଘରକୁ ଫେରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ।


10.97th oscars: ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ 'ଲାପତା ଲେଡିଜ୍' । ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଛି 'ଲାପତା ଲେଡିଜ୍' । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍ ଏବଂ ଓଟିଟିରେ ବେଶ୍ ପ୍ରଶଂସା ସାଉଁଟିଥିଲା। ବର୍ତ୍ତମାନ ସିନେମା 'ଲାପତା ଲେଡିଜ୍' ୨୯ଟି ଭାରତୀୟ ସିନେମାକୁ ମାତ୍ ଦେଇ ଓସ୍କାରର ପ୍ରଥମ ଷ୍ଟେଜ୍ ରେ ପ୍ରବେଶ କରିଛି। ଯାହାକୁ ନେଇ ସିନେମାର ପୁରା ଟିମ୍ ଖୁସି ବ୍ୟକ୍ତ କରିଛନ୍ତି ।