1.Parliament Session: ଆଜିଠାରୁ ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାସହ ରାଜ୍ୟସଭାରେ ଶୀତକାଳୀନ ଅଧିବେଶନ ମଧ୍ୟ ସମାନ  ସମୟରେ ବସିବାକୁ ଯାଉଛି। ଡିସେମ୍ବର ୨୦ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ଶାସକ ଦଳ ପକ୍ଷରୁ ୧୬ଟି ବିଧେୟକକୁ ଆଣିବା ଲାଗି ସ୍ଥିର କରାଯାଇଛି।  ଅପରପକ୍ଷେ ବିରୋଧି ଦଳ ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ଲାଗି ପ୍ରସ୍ତୁତ ହେଉଛି। 

 

2.Parliament Session:ଭାରତୀୟ ସଂସଦର ସ୍ଥାୟୀ କକ୍ଷ ରାଜ୍ୟସଭାରେ ଆଜି ଚଳିତ ବର୍ଷର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଗୃହର ୨୬୬ତମ ଅଧିବେଶନ ହେବ। ଯାହାକୁ ୨୦ ଡିସେମ୍ବର ଯାଏ ଚଳାଇବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପ୍ରାପ୍ତ ହୋଇଛି। 

 

3.Srimandira:ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି । ସେଥିପାଇଁ ୪ ଘଣ୍ଟା ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ।

 

4.Navy Day: ନ୍ୟାଭି ଡେ ପ୍ରସ୍ତୁତି ନେଇ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।‌ ଆସନ୍ତା ଡିସେମ୍ବର ୪ ରେ ପୁରୀରେ ନୌସେନା ଦିବସ ପାଳନ ହେବ। ବ୍ଲୁ ଫ୍ଲାଗ ବିଚ୍ ରେ ପାଳନ ହେବ ଏହି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ମଧ୍ୟ ଯୋଗଦେବେ। ଭୁବନେଶ୍ଵର ଠାରୁ ପୁରୀ ପର୍ଯ୍ୟନ୍ତ ଏବଂ ପୁରୀ ସହରରେ ଟ୍ରାଫିକ, ପାର୍କିଂ ବ୍ୟବସ୍ଥା ଅନୁଧ୍ୟାନ କରାଯାଇଛି‌। 

 

5.Weather Report: ନଭେମ୍ବର ୨୫ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳରେ ଅବସ୍ଥିତ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୪୫-୫୫ କିଲୋମିଟର ବେଗରେ ପବନର ବେଗ ବଢ଼ିପାରେ। ନଭେମ୍ବର ୨୬ରେ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବଂ ପବନର ବେଗ ୫୦-୬୦ କିଲୋମିଟର ବେଗରେ ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି। ସମାନ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟରକୁ ବୃଦ୍ଧି ପାଇପାରେ।

 

6.Dharmasala Issue: ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢା ବ୍ରିଜ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣା । ତଦନ୍ତ ଭାର ନେଲା କ୍ରାଇମ୍ ବ୍ରାଞ୍ଚ ଟିମ୍‌ । ପୁରା ଘଟଣାର ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ।

 

7.ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ଲଗାତାର ଦ୍ବିତୀୟ ଥର ପାଇଁ ବିଜୟ ହାସଲ କରିବା  ଦିନକ ପରେ ଜେଏମ୍ଏମ୍ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

 

8.ବାଂଲାଦେଶୀ ସେକ୍ସ ରାକେଟ୍ ମାମଲାରେ କଟକରୁ ଦଲାଲ ଦମ୍ପତିଙ୍କୁ ଉଠାଇ ନେଇ ଯୁବତୀଙ୍କ ଅଭିଯୋଗ ଆଧାରରେ ପଚରା ଉଚରା କରୁଛି ପୋଲିସ ।  ସଦର ଥାନା ଅଞ୍ଚଳର ଦମ୍ପତିଙ୍କୁ ଉଠାଇ ନେଇଛି ମଧୁପାଟଣା ପୋଲିସ । ୧୬ ବର୍ଷୀୟା ଜଣେ ବାଙ୍ଗଲାଦେଶୀ ଝିଅକୁ ଉଦ୍ଧାର କରିଛୁ। ନିଯୁକ୍ତି ଦେବା ଲୋଭରେ ତାଙ୍କୁ ବାଙ୍ଗଲାଦେଶରୁ ଆଣି ଦେହ ବ୍ୟବସାୟରେ ଦଲାଲ ମାନେ ଲଗାଇଥିବା ଅଭିଯୋଗ ହୋଇଛି ବୋଲି କଟକ DCP  ଜଗମୋହନ ମିନା କହିଛନ୍ତି ।

 

9. IPL Auction 2025: ସାଉଦି ଆରବରେ ହୋଇଛି ଆଇପିଏଲର ମେଗା ନିଲାମୀ । ପ୍ରଥମ ଦିନରେ ଆୟାଜକ ଟିମ୍‌ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣିଛନ୍ତି। ତେବେ ଆଇପିଏଲ୍-୨୦୨୫ ପାଇଁ ନିଲାମରେ ସମୁଦାୟ ୫୭୭ ଖେଳାଳି ଅଛନ୍ତି, ସେମାନଙ୍କ ମଧ୍ୟରୁ ୩୬୭ ଜଣ ଭାରତୀୟ ଏବଂ ୨୧୦ ଜଣ ବିଦେଶୀ ରହିଛନ୍ତି। କ୍ରିକେଟର ଋଷଭ ପନ୍ତଙ୍କୁ ୨୭ କୋଟିରେ କିଣିଛି ଲକ୍ଷ୍ନୌ ଟିମ୍ । ଶ୍ରେୟସ ଆୟରଙ୍କୁ ୨୬ କୋଟି ୭୫ ଲକ୍ଷରେ ପଞ୍ଜାବ କିଙ୍ଗସ, ଅର୍ଶଦୀପ ସିଂଙ୍କୁ ୧୮ କୋଟିରେ କିଣିଛି ପଞ୍ଜାବ କିଙ୍ଗ୍ସ, ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ୧୮ କୋଟିରେ ଦଳରେ ସାମିଲ କଲା ପଞ୍ଜାବ।  

 

10.ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ ଖୁବ ଦମଦାର ହୋଇଛି । ଖେଳର ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର ୩୦ତମ ଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ବିରାଟ । ଶେଷଥର ପାଇଁ ୨୦୨୩ରେ ହୋଇଥିବା ଟେଷ୍ଟ କ୍ରିକେଟରେ ବିରାଟ ଶତକ ହାସଲ କରିଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆରେ ଏହା ବିରାଟଙ୍କ ୭ ନମ୍ୱର ଶତକ ହୋଇଥିବା ସମୟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ନମ୍ୱର ଶତକ ।