Top 10 News Headlines: ସତ୍ୟନଗର ମଶାଣିରୁ ଅଧାପୋଡ଼ା ଅବସ୍ଥାରେ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର, ୧୫ରେ ପୁଣି ଆସିବେ ମୋଦି ଓ ଅନ୍ୟାନ୍ୟ ଖବର
Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର
Bhubaneswar Crime News: ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ହାଇଡ୍ରାମା । ଅଧା ପୋଡ଼ା ମୃତଦେହ ଜବତ କଲା ପୋଲିସ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ପରେ ବିବାଦ ଦେଖାଦେଇଛି । ଶବ ବ୍ୟବଚ୍ଛେଦ ନକରି, କାହାକୁ ନଜଣାଇ ଶବଦାହ କରୁଥିବା ବେଳେ ଖବର ପାଇ ସମ୍ପର୍କୀୟ ଓ ପୋଲିସ ସତ୍ୟନଗର ମଶାଣିରେ ପହଞ୍ଚିଛି।
Subhadra Scheme 3rd Phase: ଲଣ୍ଡନ ଗସ୍ତ ଶେଷ କରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଗାମୀ ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଏହିଦିନ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ୫ ହଜାର ଟଙ୍କା ଦିଆଯିବ। ଏଥିଲାଗି ସୁନ୍ଦରଗଡ଼ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ।
Pm Modi Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେ ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲାରେ ଆୟୋଜିତ ‘ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ସୂଚନାନୁଯାୟୀ, ନଭେମ୍ବର ୧୫ ତାରିଖରେ ପଡ଼ୁଛି ସହିଦ ବୀର୍ସା ମୁଣ୍ଡାଙ୍କ ଜନ୍ମତିଥି। ଏହି ଦିନ ଜନଜାତି ଗୌରବ ଦିବସ ପାଳିତ ହେବ।
Sri mandira Panchak: ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ପଞ୍ଚକ ବ୍ରତ। ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଚଳିତଥର ଲକ୍ଷ୍ମୀନୃସିଂହ ବେଶରୁ ବଞ୍ଚିତ ହେବେ ଭକ୍ତ। କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉ ସୁନାବେଶରେ ଦର୍ଶନ ଦେବେ। ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
Secunderabad Shalimar Express Derail: ପଶ୍ଚିମବଙ୍ଗର ହାୱଡ଼ା ନିକଟରେ ସିକନ୍ଦରାବାଦ୍-ସାଲିମାର୍ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି କୋଚ୍ ଲାଇନ୍ଚ୍ୟୁତ୍ ହୋଇଛି । ଏହି ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍ଟି କୋଲକାତାରୁ ୪୦ କିଲୋମିଟର୍ ଦୂରରେ ଥିବା ନାଲପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ କହିଛି, "ପାର୍ସଲ୍ ଭ୍ୟାନ୍ ଏବଂ ୨୨୮୫୦ ସିକନ୍ଦରାବାଦ୍-ସାଲିମାର୍ ସାପ୍ତାହିକ ଏକ୍ସପ୍ରେସର ଦୁଇଟି କୋଚ୍ ଖରଗପୁର ଡିଭିଜନର ନାଲପୁର ଷ୍ଟେସନ ଦେଇ ଯାଉଥିବା ବେଳେ ଆଜି ସକାଳ ୫.୩୧ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।
Two Naxalites Killed: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପମେଡ ଅଞ୍ଚଳରେ ପୋଲିସ ଏବଂ ନକ୍ସଲ ମୁହାଁମୁହିଁ। ଏଥିରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି। ସବୁ ଯବାନ ସୁରକ୍ଷିତ ଅଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି।
Pakistan Station Blast: ଶନିବାର ଦିନ ଦକ୍ଷିଣ-ପଶ୍ଚିମ ପାକିସ୍ଥାନର କ୍ବେଟା ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ଘଟି ବଡ଼ ଧରଣର କ୍ଷୟକ୍ଷତି ହୋଇଛି। ଏହି ବିସ୍ଫୋରଣରେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମୃତ୍ୟୁ ୧୩ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ୨୧ରେ ପହଞ୍ଚିଲାଣି। ଏବେ ସୁଦ୍ଧା ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ଥିବା ସୂଚନା ରହିଛି।
Manipur Violence: ପୁଣି ଅସ୍ଥିର ହେଲାଣି ମଣିପୁର । ୩ଟି ସନ୍ତାନର ମା’ ଓ ଶିକ୍ଷୟତ୍ରୀଙ୍କୁ ଗଣଦୁଷ୍କର୍ମ କରି ଜୀବନ୍ତ ପୋଡି ମାରିଦେବା ଭଳି ଘଟଣା ପୁଣି ମଣିପୁରରେ ଅଶାନ୍ତ ମାହୋଲ ସୃଷ୍ଟି କରିଛି । ସୂଚନା ଅନୁସାରେ , ଶୁକ୍ରବାର ବିଳମ୍ବିତ ରାତିରେ ଜେରିବାମ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । ମହିଳା ଶୋଇଥିବାବେଳେ କିଛି ଦୁର୍ବୃତ୍ତ ଘରେ ପଶି ଲୁଟପାଟ୍ , ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
Jammu Kashmir Terrorist Attack Update: ଜାମ୍ମୁକାଶ୍ମୀରରେ କମୁନି ଆତଙ୍କବାଦୀ ଆକ୍ରମଣ । କିସ୍ତୱାଡା ଅଞ୍ଚଳରେ ବଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଦୁଇଜଣ ଗ୍ରାମରକ୍ଷୀଙ୍କୁ ଗୁଳି କରି ହତ୍ୟା କରିବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଦେଖାଦେଇଛି । ତେବେ ହତ୍ୟାର ଶିକାର ହୋଇଥିବା ଜଣେ ଗ୍ରାମରକ୍ଷୀ କାଶ୍ମୀର ପଣ୍ଡିତ ଥିବା ବୋଲି ଜଣାପଡିଛି । ପୁଲିସକୁ ଖବର ଦେଉଥିବା ଜାଣିବା ପରେ ଆତଙ୍କବାଦୀ ଏମାନଙ୍କୁ ହତ୍ୟା କରିଥିବା କୁହାଯାଇଛି ।
India Beat South Africa: ଡର୍ବାନରେ ଭାରତର ଦମଦାର ବିଜୟ । ୬୧ ରନରେ ଭାରତ ଜିତିଲା ପ୍ରଥମ ଟି-୨୦ । ବିଜୟରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଭାରତୀୟ ବ୍ୟାଟର ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରେ ଲଗାତାର ଦୁଇଟି ଶତକ ହାସଲ କରି ରେକର୍ଡ କରିଛନ୍ତି ସଞ୍ଜୁ ସାମସନ । ଏପରି କରିବାରେ ସେ ବିଶ୍ୱର ଚତୁର୍ଥ ଭାରତୀୟ ବ୍ୟାଟର । ସଞ୍ଜୁ ୭ଟି ଚଉକା ଓ ୧୦ଟି ଛକା ବଳରେ ୧୦୭ରନର ପାଳି ଖେଳିଥିଲେ ।