Pakistan Hindu Family: ପାକିସ୍ତାନରେ ବାସ କରୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ଲୋକଙ୍କୁ କଠୋର ନିର୍ଯାତନା (Torture) ଦିଆଯାଉଥିବା ଖବର ସାମ୍ନାକୁ ଆସିଛି । ସେମାନଙ୍କୁ ଜବରଦସ୍ତ ଭାବରେ ଅନେକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ହିନ୍ଦୁଙ୍କ ଝିଅ ସହିତ ମୁସଲମାନ (muslim) ପୁଅକୁ ବିବାହ କରିବାକୁ ବାଧ୍ୟ କରାଯାଉଛି ।  ହିନ୍ଦୁ ଧର୍ମର ନାବାଳିକାଙ୍କୁ ଅପହରଣ କରାଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏହିପରି ଅତ୍ୟାଚାରର ସମ୍ମୁଖିନ ହୋଇ ୧୫ ଜଣ ପାକିସ୍ତାନୀ ହିନ୍ଦୁ ପରିବାର ପାକିସ୍ତାନ ଛାଡିବା ପରେ ଆଶ୍ରୟ ସହ କିଛି କାମ କରି ଜୀବନ ନିର୍ବାହ କରିବା ପାଇଁ ଭାରତ ଆସିଛନ୍ତି । ଚିତ୍ରକୋଟରେ ପହଞ୍ଚିବା ମାତ୍ରେ ଭାରତ ପକ୍ଷରୁ ସମସ୍ତ ହିନ୍ଦୁଙ୍କୁ ଆଶ୍ରୟ ଦିଆଯାଇଛି । ସେମାନଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରଶାସନ ଘୋଷଣା କରିଛି । ପାକିସ୍ତାନୀ ହିନ୍ଦୁମାନେ ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଛନ୍ତି। ଆଶ୍ରୟ ନେଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ପ୍ରଶାସନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିଛି।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନରୁ ଭାରତ ଆସିଥିବା ୧୫ ଜଣ ଲୋକ ଦୁଇଟି ହିନ୍ଦୁ ପରିବାର (Hindu family)ର ବୋଲି ଜଣାପଡିଛି । ଶନିବାର ଦିନ ସେମାନଙ୍କୁ ସାଙ୍ଗପୁର ଗାଁର ପଞ୍ଚାୟତିରାଜ ଭବନରେ ରହିବାକୁ ପୋଲିସ (police) ପକ୍ଷରୁ କୁହାଯାଇଛି । ସେମାନଙ୍କ ସୁରକ୍ଷା ପାଇଁ ଉକ୍ତ ସ୍ଥାନରେ ସାଧାରଣ ଲୋକଙ୍କ ଗତିବିଧିକୁ ବନ୍ଦ କରାଯିବା ସହ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇଛି । ଜଣେ ପୋଲିସ ଅଧିକାରୀ ଏ ବିଷୟରେ ସୂଚନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ପଞ୍ଚାୟତର ଉଭୟ ରାସ୍ତାରେ ୧୫ ଜଣିଆ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଚିତ୍ରକୋଟ ଜିଲ୍ଲା ଏସପିଙ୍କ କହିବାନୁଯାୟୀ ଅଗଷ୍ଟ ୪ ତାରିଖ ଦିନ ପାକିସ୍ତାନର ଦୁଇ ହିନ୍ଦୁ ପରିବାର ୧୫ ସଦସ୍ୟ ଦିଲ୍ଲୀରୁ ଟ୍ରେନ୍ ଯୋଗେ ଆସି ସ୍ଥାନୀୟ ଅଞ୍ଚଳରେ କାମ ଖୋଜିବା ସହ ସ୍ଥାନୀୟ ଅଞ୍ଚଳରେ ରହିବା ପାଇଁ ଘର ଖୋଜୁଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସେମାନଙ୍କୁ ସାଙ୍ଗପୁର ଗାଁର ପଞ୍ଚାୟତ ଭବନରେ ରଖାଯାଇଛି ।


ପୋଲିସ ଏସପି ଭରିଣ୍ଡା ଶୁକ୍ଲା ସୂଚନା ଦେଇ କହିଛନ୍ତି ଯେ, ଭିସା ପାଇବା ପରେ ଗତ ବର୍ଷ ଅକ୍ଟୋବରରେ ଗୋଟିଏ ପରିବାର ଭାରତ ଆସିବାରେ ସକ୍ଷମ ହୋଇଥିଲେ । ଅନ୍ୟ ପରିବାରଟି ଚଳିତ ବର୍ଷ ମେ ମାସରେ ଆସିବାରେ ସକ୍ଷମ ହୋଇଛି । ଏଥିମଧ୍ୟରୁ ଗୋଟିଏ ପରିବାରର ଭିସା ଅବଧି ସମାପ୍ତ (Visa expired) ହୋଇଥିବାବେଳେ ଅନ୍ୟ ପରିବାରର ଅବଧି ମଧ୍ୟ ଶେଷ ହେବାକୁ ଯାଉଛି। ଏସପି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଯାଞ୍ଚ କରାଯାଇଛି ସେଥିରୁ ସୂଚନା ମିଳିଛି ଯେ, ସେମାନେ କାମ (Work) ଏବଂ ବାସସ୍ଥାନ ଖୋଜିବାକୁ ଭାରତ ଆସିଛନ୍ତି । ଏଥିସହ ସେମାନେ ଦୀର୍ଘକାଳୀନ ଭିସା ଚାହୁଁଛନ୍ତି। ଶୁକ୍ଲାଙ୍କ କହିବା ଅନୁଯାୟୀ, ଭିସା ଅବଧି ବୃଦ୍ଧି ପାଇଁ ପାକିସ୍ତାନୀ ନାଗରିକଙ୍କ ସହ କୌଣସି କାଗଜପତ୍ର ପ୍ରମାଣ ହିସାବରେ ମିଳିନାହିଁ । ପରବର୍ତ୍ତୀ ଅନୁସନ୍ଧାନ ଓ କଣ କରାଯିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କୁ ଚିଠି ଲେଖାଯାଇଛି। ପାକିସ୍ତାନୀମାନଙ୍କ ଅତ୍ୟାଚାରରେ ଅସନ୍ତୁଷ୍ଟ ହିନ୍ଦୁମାନେ ଭାରତରେ ଆଶ୍ରୟ ନେଇଛନ୍ତି।


ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚିତ୍ରକୋଟଙ୍କ ଅତିରିକ୍ତ ଅଧୀକ୍ଷକ ଚକ୍ରବର୍ତ୍ତୀ ତ୍ରିପାଠୀ କହିଛନ୍ତି ଯେ, ପଞ୍ଚାୟତ ଭବନରେ ରହୁଥିବା ପାକିସ୍ତାନୀ ହିନ୍ଦୁ ପରିବାରର ସଦସ୍ୟଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇବା ଦାୟିତ୍ୱ ଗ୍ରାମ ମୁଖିଆଙ୍କୁ ଦିଆଯାଇଛି । ସେଠାରେ ଥିବା ପାକିସ୍ତାନୀ ହିନ୍ଦୁ ଲୋକଙ୍କୁ ଦେଖିବା ପାଇଁ ଶହ ଶହ ଲୋକ ପଞ୍ଚାୟତ ଭବନ ନିକଟରେ ଭିଡ ଲଗାଉଛନ୍ତି । କିନ୍ତୁ ପୋଲିସ ସେମାନଙ୍କୁ ଭିତରକୁ ପସିବାକୁ ବାରଣ କରୁଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନୀ ହିନ୍ଦୁ ପରିବାରରୁ ଯେତିକି କାଗଜପତ୍ର ମିଳିଛି ସେସବୁ ଯାଞ୍ଚ ହେବାପାଇଁ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟକୁ ପଠାଯାଇଛି । ଏପର୍ଯ୍ୟନ୍ତ ସରକାରୀ ସ୍ତରରୁ କୌଣସି ରିପୋର୍ଟ ଆସିନାହିଁ।


ପାକିସ୍ତାନୀ ହିନ୍ଦୁ ଲୋକମାନେ କହିଛନ୍ତି ଯେ, ଚାକିରି ସଙ୍କଟ ଏବଂ ପାକିସ୍ତାନରେ ଦର ଦାମ ବୃଦ୍ଧି କାରଣରୁ ସେମାନେ ଭିସା ନେଇ ଭାରତ ଆସିଛନ୍ତି ।' ପୋଲିସ କହିଛି ଯେ, ପାକିସ୍ତାନୀ ହିନ୍ଦୁ ପରିବାରମାନେ ଭାରତରେ ବସବାସ କରିବାକୁ ଚାହୁଁଛନ୍ତି, ସେମାନେ ଭିସାର ସମୟ ବୃଦ୍ଧି ପାଇଁ ଭାରତୀୟ ହାଇ କମିଶନରଙ୍କୁ ଆବେଦନ କରିଛନ୍ତି। ଏଥି ସହ ସଙ୍ଗ୍ରମପୁର ଗାଁର ସମାଜସେବୀ କମଳେଶ କୁମାର ପଟେଲ ଏହି ହିନ୍ଦୁ ପରିବାରର ସଦସ୍ୟମାନଙ୍କୁ ଚିତ୍ରକୋଟକୁ ଆଣିଛନ୍ତି । ସେମାନଙ୍କପ ପ୍ରାୟ ପାଖାପାଖି ଦଶ ଘଣ୍ଟା ଧରି ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ମୁକ୍ତ କରିଛି । ASP ପକ୍ଷରୁ ସୂଚନା ମିଳିଛି ଯେ, ଯେ ଉଭୟ ହିନ୍ଦୁ ପରିବାର ପାକିସ୍ତାନର କରାଚି ସ୍ଥିତ ଖୈରପୁର ଗାଁର ବାସିନ୍ଦା। ଏହା ମଧ୍ୟ ଜଣାପଡିଛି ଯେ, ପୋଲିସର ଅନୁସନ୍ଧାନରେ ପାକିସ୍ତାନୀ ନାଗରିକ ରାକେଶ କୁମାର ଏବଂ ସନ୍ତୋଷ କୁମାର କହିଛନ୍ତି ଯେ, ବେକାରୀ ଏବଂ ମୁଦ୍ରାସ୍ଫୀତି ସମସ୍ୟାୀ ହେତୁ ସେମାନେ ଭିସା ନେଇ ପାକିସ୍ତାନରୁ ଭାରତ ଆସିଥିଲେ। ସେ ପ୍ରଥମେ ଦିଲ୍ଲୀର ଭାଟି ମାଇନ୍ସରେ ସମ୍ପର୍କୀୟଙ୍କ ସହ କିଛି ଦିନ ରହିଲେ। ଅତିରିକ୍ତ ପୋଲିସ ଅଧୀକ୍ଷକ ଚକ୍ରପାଣି ତ୍ରିପାଠୀ କହିଛନ୍ତି ଯେ, ପାକିସ୍ତାନୀ ହିନ୍ଦୁ ନାଗରିକଙ୍କ କାଗଜପତ୍ରକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯାଉଛି। ତାଙ୍କୁ ଏଠାକୁ ଆଣିଥିବା କମଳେଶ ପଟେଲଙ୍କ ପୂର୍ବ ରେକର୍ଡ ମଧ୍ୟ ଯାଞ୍ଚ କରାଯାଇଛି। ସମସ୍ତ ଯାଞ୍ଚ ସମେତ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


Also Read- World Archery Championship: ଇତିହାସ ରଚିଲେ ୧୭ ବର୍ଷର ଝିଅ ଅଦିତି ସ୍ୱାମୀ, ବନିଲେ ବିଶ୍ୱ ଚାମ୍ପିଅନ୍