Mumbai Terror Attack: ୨୬/୧୧ ଆକ୍ରମଣକୁ ୧୪ ବର୍ଷ, ଜାଣନ୍ତୁ କିପରି ଥିଲା ସେ କଳା ଦିନ....
Mumbai Terror Attack: ସେଥିପାଇଁ ନୌସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ଆକ୍ଟିଭ୍ କରାଯାଇଛି। ୨୦୦୮ରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଭାରତୀୟ ତଟରକ୍ଷୀ ବାହିନୀ ୩୦୦ରୁ ଅଧିକ ଉପକୂଳ ସୁରକ୍ଷା ଅଭ୍ୟାସ କରିଛି। ୨୦୧୯ରେ ସାମୁଦ୍ରିକ ତଦାରଖ ଏବଂ ବିସ୍ତୃତ ତଟବର୍ତ୍ତୀ ସମରାଭ୍ୟାସ କରାଯାଇଥିଲା। ଏବେ ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ କାର୍ଯ୍ୟକଳାପରେ ଜଡିତ ଏଜେନ୍ସିମାନେ ମିଳିତ ଭାବେ ସମୁଦ୍ର ପଥ ଉପରେ କଡା ନଜର ରଖୁଛନ୍ତି।
Mumbai Terror Attack: ୨୬/୧୧ ଆକ୍ରମଣକୁ ୧୬ ବର୍ଷ ପୁରିଛି। ତଥାପି ଆଜି ମଧ୍ୟ ୧୦ ପାକିସ୍ତାନୀ ଆତଙ୍କୀ ଯେଉଁ ଯନ୍ତ୍ରଣା ଦେଇ ଯାଇଛନ୍ତି, ତାହା ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ଆଖିକୁ ଛଳଛଳ କରିଦେଉଛି। ୨୦୦୮ ମସିହା ମୁମ୍ବାଇ ଆତଙ୍କୀ ହମଲାରେ ୯ ଆତଙ୍କୀଙ୍କ ସମେତ ୧୭୫ ଜଣଙ୍କର ମୃତ୍ୟୁ ହୋଇବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଜଣେ ଆତଙ୍କୀ କସାବକୁ ଗିରଫ କରିବା ପରେ ଫାଶୀ ଦିଆଯାଇଥିଲା। ଭାରତର ଆର୍ଥିକ ରାଜଧାନୀ ଉପରେ ହୋଇଥିବା ଏହି ଆତଙ୍କୀ ହମଲା କେବଳ ଭାରତ ନୁହଁ ବିଦେଶକୁ ମଧ୍ୟ ଦୋହଲାଇ ଦେଇଥିଲା। ତେବେ ୨୬/୧୧ ଆକ୍ରମଣ ପରେ ଭାରତ ପକ୍ଷରୁ ଆତଙ୍କବାଦ ବିରୋଧରେ କ'ଣ ପଦକ୍ଷେପ ନିଆଯାଇଛି, ତହା ଆସନ୍ତୁ ଜାଣିବା...
ସମୁଦ୍ର ପଥରେ ଆସି ୧୦ ପାକିସ୍ତାନୀ ଆତଙ୍କୀ ମୁମ୍ବାଇ ଆସି ରକ୍ତର ହୋଲି ଖେଳିଥିଲେ। ତେଣୁ ୨୬/୧୧ ଆକ୍ରମଣ ପରଠାରୁ ସମୁଦ୍ର ପଥର ସୁରକ୍ଷାକୁ କଡାକଡି କରାଯାଇଛି। ସେଥିପାଇଁ ନୌସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ଆକ୍ଟିଭ୍ କରାଯାଇଛି। ୨୦୦୮ରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଭାରତୀୟ ତଟରକ୍ଷୀ ବାହିନୀ ୩୦୦ରୁ ଅଧିକ ଉପକୂଳ ସୁରକ୍ଷା ଅଭ୍ୟାସ କରିଛି। ୨୦୧୯ରେ ସାମୁଦ୍ରିକ ତଦାରଖ ଏବଂ ବିସ୍ତୃତ ତଟବର୍ତ୍ତୀ ସମରାଭ୍ୟାସ କରାଯାଇଥିଲା। ଏବେ ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ କାର୍ଯ୍ୟକଳାପରେ ଜଡିତ ଏଜେନ୍ସିମାନେ ମିଳିତ ଭାବେ ସମୁଦ୍ର ପଥ ଉପରେ କଡା ନଜର ରଖୁଛନ୍ତି।
ସାଗର ପ୍ରହରୀ ବଳ ପ୍ରତିଷ୍ଠା:
ମୁମ୍ବାଇ ଆକ୍ରମଣ ପରେ ସୁରକ୍ଷା ତ୍ରୁଟି ସୁଧାରିବା ଓ ଆତଙ୍କବାଦ ବିରୋଧୀ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଭାରତ ସରକାର ଅନେକ ସାହସିକ ପଦକ୍ଷେପ ନେଇଛନ୍ତି। ତତ୍କାଳୀନ ମନମୋହନ ସିଂ ସରକାରରେ ଗୃହମନ୍ତ୍ରୀ ଥିବା ପି ଚିଦାମ୍ବରମ ଆଭ୍ୟନ୍ତରୀଣ ସୁରକ୍ଷା ଉପକରଣକୁ ମରାମତି କରିବା ପାଇଁ ଏକ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମାର୍ଚ୍ଚ ୨୦୦୯ରେ, ସାଗର ପ୍ରହରୀ ବଳଲ (ଏସପିବି) ବୃଦ୍ଧି କରାଯାଇଥିଲା। ଭାରତର ବିସ୍ତୃତ ଉପକୂଳବର୍ତ୍ତୀ ଅଞ୍ଚଳକୁ ତଦାରଖ ପାଇଁ ଫାଷ୍ଟ ଇଣ୍ଟରସେପ୍ଟର କ୍ରାଫ୍ଟ (FIC)ଆରମ୍ଭ କରାଯାଇଥିଲା। ଯାହା ପରେ ନୌସେନା ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରୁଛି।
NIA ଆଇନ ପ୍ରଣୟନ:
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ଆତଙ୍କବାଦ ସମ୍ବନ୍ଧୀୟ ମାମଲାଗୁଡ଼ିକର ଅନୁସନ୍ଧାନ ପାଇଁ ଏକ ଶକ୍ତିଶାଳୀ ଏଜେନ୍ସି ସୃଷ୍ଟି ହେଲା। ଯାହାର ନାମ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ରଖାଗଲା। ଏହି ଏଜେନ୍ସି ଆମେରିକାର FBI ସହିତ ସମାନ। ସିବିଆଇ ଅପେକ୍ଷା NIA ଅଧିକ ଶକ୍ତିଶାଳୀ। ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀ କାର୍ଯ୍ୟକଳାପର ଅନୁସନ୍ଧାନ ତଥା ଦୋଷୀ ସାବ୍ୟସ୍ତ କରିବାର କ୍ଷମତା NIA ପାଖରେ ଅଛି। ଏହା ଏକ ସମ୍ପୂର୍ଣ୍ଣ ରୂପେ ସ୍ୱାଧିନ ସଂସ୍ଥା, ତେଣୁ ଏହା କାର୍ଯ୍ୟ ଉପରେ କେନ୍ଦ୍ର ସରକାର ମଧ୍ୟ ହସ୍ତକ୍ଷେପ କରି ପାରିବେ ନାହିଁ।
NSGକୁ ମିଳିଲା ବିଶେଷ ଅଧିକାର:
ମୁମ୍ବାଇ ଆକ୍ରମଣ ସମୟର ଉଦ୍ଧାର କାର୍ଯ୍ୟ ଓ ଆତଙ୍କୀଙ୍କ ଦମନରେ NSG ବା ନ୍ୟାସନାଲ ସେକ୍ୟୁରିଟି ଗାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା। କିନ୍ତୁ ଏଥିପାଇଁ NSGକୁ ଅନେକ ସଙ୍ଘର୍ଷ କରିଥିଲା। ଏପରିକି ସରକାରୀ ପ୍ରକ୍ରିୟାରେ ଅନେକ ଦୋଷ ତ୍ରୁଟି ପରିଲିକ୍ଷିତ ହୋଇଥିଲା। ଠକ୍ ସମୟରେ ବିମାନ ନ ମିଳିବାରୁ ମୁମ୍ବାଇ ଆସିବା ପାଇଁ NSG କମାଣ୍ଡୋମାନେ ଆଠ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପୂର୍ବତନ ଏନଏସଜି ନିର୍ଦ୍ଦେଶକ ଜେ.କେ ଦତ୍ତ କହିଥିଲେ ଯେ, ବିମାନ ପାଇଁ ଅନୁମତି ଦେବାର ଅଧିକାର ତାଙ୍କର ନଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଏସଜି ନିର୍ଦ୍ଦେଶକ, ଭାରତରେ ପଞ୍ଜୀକୃତ ଯେକୌଣସି ଅପରେଟରଙ୍କଠାରୁ ବିମାନ ନେଇପାରିବେ।