Cow Dung Business: ହିନ୍ଦୁ ଧର୍ମରେ ଗାଈକୁ(Cow) ଗୋମାତା ଭାବରେ ପୂଜା କରାଯାଏ।ଧାର୍ମିୟ ବିଶ୍ୱାସ ଅନୁସାରେ ଗୋପାଳନ ଦ୍ୱାରା ଘରେ ସୁଖ ସମୃଦ୍ଧି ସହ ସ୍ଥିରତା ବଜାୟ ରହିଥାଏ। ପୂର୍ବ କାଳରେ ଗ୍ରାମଞ୍ଚଳରେ ପ୍ରତ୍ୟେକ ଲୋକ ନିଜ ଘରେ ୨ରୁ ଅଧିକ ଗାଈ ରଖୁଥିଲେ।ଗାଈ କ୍ଷୀର ଖାଇ ନିଜ ପରିବାରକୁ ସୁସ୍ଥ ରଖିବା ସହ ଗାଈ ଗୋବରକୁ(Cow Dung) ମଧ୍ୟ ଜାଳେନି ଓ ଖତ ଭାବେ ବ୍ୟବହାର କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିଲା ଯେ ଧିରେ ଧିରେ ଲୋକମାନେ ଆଧୁନିକତା ସ୍ୱାଦ ଚାଖିବା ଠାରୁ ଗାଈ-ଗୋରୁଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କଲେ। ସହରୀକରଣର ନିଶା ଲୋକମାନଙ୍କ ମନରେ ଏପରି ଭାବରେ ଘର କରିବାରେ ଲାଗିଲା ସେମାନେ ଗାଈ-ଗୋରୁ ରଖି ସେମାନଙ୍କ ସେବା କରିବା ଆବଶ୍ୟକ ମନେ କଲେନି।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ସମୟରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରଚାର ପ୍ରସାର କାରଣରୁ ଲୋକେ ଗୋପାଳନର ମହତ୍ତ୍ୱ ଧିରେ ଧିରେ ବୁଝିବା ଆରମ୍ଭ କରିଛନ୍ତି। ଗୋପାଳ ଦ୍ୱାରା ଆପଣ କେବଳ ପୁନ୍ୟ କମାଇବା ତାହା ନୁହେଁ ବରଂ ଏହାକୁ ଆଧାର ବନାଇ ଆପଣ ଜଣେ ଭଲ ବ୍ୟବସାୟୀ ମଧ୍ୟ ହୋଇପାରିବେ। ତେବେ ଗୋପାଳନ ଓ ଗୋପାଳକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ଅନେକ ରାଜ୍ୟର ସରକାର ବିଭିନ୍ନ ପ୍ରକାରର ହୀତକର ଯୋଜନାମାନ ପ୍ରସ୍ତୁତ କରିଛନ୍ତି। ଏଥି ସହ ଗୋପାଳନ ପାଇଁ ସବସିଡି ମଧ୍ୟ ଦେଉଛନ୍ତି ସରକାର ।


ତେବେ ଅନେକ ଲୋକ ଗାଈ କ୍ଷୀରରୁ ବିଭିନ୍ନ ପ୍ରକାର ଦୁଗ୍ଧ ଜାତୀୟ ପଦାର୍ଥ( dairy Product)ତଥା ଦହି, ଛେନା, ଘିଅ, ଲହୁଣୀ ଇତ୍ୟାଦି ତିଆରି କରି ଓ ତାକୁ ବିକ୍ରି କରି ଭଲ ବ୍ୟବସାୟ କରୁଥିବା ଆପଣ ଜାଣିଥିବା। ମାତ୍ର ଗାଈ ଗୋବର ଓ ମୁତ୍ରରୁ ବ୍ୟବସାୟ ଆରମ୍ଭ କରି ଆପଣ କିପରି ଲାଭବାନ ହୋଇପାରିବେ ତାହା ଆପଣ ଜାଣିଛନ୍ତି କି ?ଆସନ୍ତୁ ଜାଣିବା ଏପରି ୪ଟି ବ୍ୟବସାୟ ଯାହାକି ଆପଣ ଗାଈ ଗୋବର ଓ ଗୋମୂତ୍ରରୁ କରିପାରିବେ...


୧.ଜୈବିକ ଖତ- ଏବେ ମାର୍କେଟରେ ଜୈବିକ ଖାଦ୍ୟ ବା ଅର୍ଗାନିକ୍ ଫୁଡର ଚାହିଦା ଖୁବ୍ ଅଧିକ। ସାଧାରଣ ସାର ଦିଆ ପନିପରିବା ବା ଫଳମୂଳ ବ୍ୟତିକ ଜୈବକ ପନିପରିବା ବା ଫଳମୂଳର ଦାମ୍ ମଧ୍ୟ ଖୁବ୍ ଅଧିକ। ଅଧିକ ଦାମ୍ ସତ୍ତ୍ୱେ ଅନେକ ଲୋକ ଏହାକୁ ବହୁଳମାତ୍ରାରେ କିଣି ଖାଉଥିବା ଦେଖିବାକୁ ମିଳିଥାଏ।କିନ୍ତୁ ଆପଣ ଜାଣିଛନ୍ତି କି ଏହି ଜୈବିକ ଚାଷ ପାଇଁ କୃଷକମାନେ କେଉଁ ପ୍ରକାରର ଦ୍ରବ୍ୟବୁ ଖତ-ସାର ଭାବେ ବ୍ୟବହାର କରିଥାନ୍ତି ?ତେବେ ଜାଣିରଖନ୍ତୁ ଯେ ଗାଈର ଗୋବର ଓ ଗୋମୂତ୍ର ବହୁଳ ଭାବରେ ଜୈବିକ ଖତ ଭାବରେ ବ୍ୟବହାର କରାଯାଇଥାଏ। ଯାହାକୁ ବ୍ୟବସାୟ କରି ଆପଣ ଲାଭବାନ ହୋଇପାରିବେ।


୨.ଗାଈ ଗୋବରରେ ଧୂପକାଠି- ପୂଜା ବେଳେ ଦେବୀ-ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେ ଧୂପକାଠୀ ବ୍ୟବହାର କରିଥାଉ। କେବଳ ଦେବୀଦେବାତଙ୍କ ପାଇଁ ନୁହେଁ ମଶାମାନଙ୍କୁ ଘରୁ ଘଉଡ଼ାଇବା ପାଇଁ ମଧ୍ୟ ଧୂପର ବ୍ୟବହାର କରାଯାଏ।ତେବେ ଗାଈ ଗୋବରରୁ ତିଆରି ଧୂପ ପରିବେଶ ଉପଯୋଗୀ ଓ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ କୌଣସି ଖରାପ ପ୍ରଭାବ ପକାଇ ନଥାଏ ।ତେଣୁ ଗାଈ ଗୋବରରୁ ଧୂପକାଠୀ ବ୍ୟବସାୟ ଆରମ୍ଭ କରି ଆପଣ ଖୁବ୍ ଲାଭବାନ ହୋଇପାରିବେ ।  


୩.ଗୋବରରୁ ତିଆରି କାଗଜ-ଯଦି ଆପଣ ଗାଈ ଗୋବରରୁ କାଗଜ ବ୍ୟବସାୟ କିପରି ଆରମ୍ଭ କରିବେ ସେ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ଏଠାରେ କହି ରଖିବୁ ଯେ ଏହି ବ୍ୟବସାୟରେ ବିନିଯୋଗ କରିବା ଅତି ସହଜ କାରଣ ସରକାର ଗୋବରରୁ ତିଆରି କାଗଜ ବ୍ୟବସାୟରେ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ପାଇଁ ସବସିଡି ଏବଂ ଋଣ ସୁବିଧା ପ୍ରଦାନ କରୁଛନ୍ତି। ଲକ୍ଷ ଲକ୍ଷ ବିନିଯୋଗ ସହିତ, ଆପଣ ଏହି ବ୍ୟବସାୟରୁ ଲକ୍ଷ ଲକ୍ଷ ରୋଜଗାର କରିପାରିବେ ।


୪.ଗୋବର ତିଆରି ଘଷି ବ୍ୟବସାୟ-


ଗୋବରରର ତିଆରି ଘଷିକୁ ଆମେ ଧାର୍ମିକ କାର୍ଯ୍ୟ, ମୃତ ଦେହ ଦାହ ଜାଳେନି ଭାବେ ବ୍ୟବହାର କରାଯାଇଥାଏ। ଯେଉଁ କାରଣରୁ ଆପଣ ଦେଖିଥିବା ଅନଲାଇନ୍ ସପିଂ ସାଇଟମାନଙ୍କରେ ଏବେ ଗାଈ ଗୋବରରୁ ତିଆରି ଘଷି ମିଳୁଛି।ଯାହାକୁ ଚଢ଼ା ଦରରେ କିଣୁଛନ୍ତି ଲୋକେ। ତେବେ ଘରେ ଆପଣ ଗାଈ ରଖି ଘଷିର ଏହି ବ୍ୟବସାୟ ଦ୍ୱାରା ଲାଭବାନ ହୋଇପାରିବେ ।


Also Read: Solar Eclipse: ଆସୁଛି ଏହି ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ, ଭୁଲ୍ ରେ ବି କରନ୍ତୁନି ଏହି ସବୁ କାମ


Shukra Gochar 2023: କର୍କଟ ରାଶିକୁ ଚଳନ କରିବେ ଶୁକ୍ର ,ଏହି ତିନି ରାଶିଙ୍କ ଜୀବନରେ ମାଡି ଆସିବ ବଡ଼ ବିପଦ!