Viral News: ବାରଣାସୀ: ଏକ ବିବାହରେ ନାଚୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯାହା ନିକଟସ୍ଥ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଏହି ଘଟଣାଟି ଗତ ୨୫ ତାରିଖରେ ବାରଣାସୀର ପିପଲାନୀ କଟରା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ତେବେ ଯୁବକଙ୍କ ନାଚୁଥିବା ସମୟରେ ମୃତ୍ୟୁର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। 


COMMERCIAL BREAK
SCROLL TO CONTINUE READING

ଯୁବକ ଜଣକ ଅନ୍ୟ ସଦସ୍ୟଙ୍କ ସହିତ ବେଶ ଧୁମଧାମରେ ବାହାଘରକୁ ଉପଭୋଗ କରୁଛନ୍ତି। ଅନ୍ୟ ସଦସ୍ୟଙ୍କ ପାଦରେ ପାଦ ମିଶାଇ ନାଚୁଛନ୍ତି। ହଠାତ ନାଚୁ ନାଚୁ ମାଟି ଉପରେ ଟଳି ପଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏଭଳି ଦୃଶ୍ୟ ଦେଖି ନିକଟରେ ଥିବା ଅନ୍ୟ ଲୋକମାନେ ମଧ୍ୟ ବେଶ ତାଜୁବ ହୋଇ ପଡ଼ୁଥିବାର ଦେଖିବାକୁ ମିଳିଛି। 


ତେବେ ମୃତକ ଜଣକ ହେଉଛନ୍ତି ୪୦ ବର୍ଷିୟ ମନୋଜ ବିଶ୍ୱକର୍ମା। ସେ ନିଜ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବାକୁ ପିପଲାନି ଆସିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 


ଏହି ଘଟଣା ଘଟିବାର ଗୋଟିଏ ସପ୍ତାହ ପୂର୍ବରୁ ରାଜସ୍ଥାନରେ ଏହି ଭଳି ଏକ ଘଟଣା ଘଟିଥିଲା। ନିଜର ଶାଳୀ ବାହାଘରରେ ଯୋଗଦେବାକୁ ଆସିଥିବା ଜଣେ ଭିଣୋଙ୍କର ମୃତ୍ୟୁ ହୋଇଥିବା ଘଟଣା ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଥିଲା। ଏହି ଘଟଣା ରାଜସ୍ଥାନରେ ଘଟିଥିଲା। ଭାଇରାଲ ହୋଇଥିବା ଭିଡ଼ିଓରେ ଉକ୍ତ ଯୁବକ ଜଣକ ବେଶ ଖୁସି ମିଜାଜରେ ନାଚୁଥିବା ଦେଖିବାକୁ ମିଳୁଛି। ତେବେ ହଠାତ ନାଚୁନାଚୁ ତଳେ ଟଳି ପଡ଼ୁଥିବା ଦେଖିବାକୁ ମିଳିଛି। ପରେ ତାଙ୍କର ମୃତ୍ୟୁ ହୋଇ ଯାଉଥିବା ଦେଖିବାକୁ ମିଳୁଛି। 


ସେହିପରି ଆଉ ଏକ ଘଟଣା ଗତ ଅକ୍ଟୋବର ମାସ ୧୮ ତାରିଖରେ ଘଟିଥିଲା। ଦାଣ୍ଡିଆ ନୃତ୍ୟ ପରିବେଷଣ କରୁଥିବା ବେଳେ ୫୧ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାଟି ଦାହୋଡ଼ ଜିଲ୍ଲାର ଦେବଗଧ ବରିଆ ଅଞ୍ଚଳର ଥିଲା। ମୃତକଙ୍କ ନାମ ରମେଶ ବଞ୍ଜାରା ରହିଥିଲା। 


ଅଧିକ ପଢନ୍ତୁ: Gujarat Election 2022: ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟର ପ୍ରଚାର ଅଭିଯାନ, ବାଜିରେ ଲାଗିଛି ଏସବୁ ଦିଗ୍ଗଜଙ୍କ ଭାଗ୍ୟ