Hyderabad Cyber Fraud: ହାଇଦ୍ରାବାଦ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଚାଇନାର ଅପରେଟିଭ୍ ସହିତ ଜଡିତ ଏକ ବଡ଼ ଠକେଇ ରାକେଟ ଠାବ କରିଛି ହାଇଦ୍ରାବାଦ ପୋଲିସ (Hyderabad Police)। କୁହାଯାଉଛି ଯେ, ପ୍ରାୟ ଏକ ବର୍ଷ ତଳେ ଅତି କମରେ ୧୫ହଜାର ଭାରତୀୟଙ୍କଠାରୁ ପ୍ରାୟ ୭ଶହ କୋଟିରୁ ଅଧିକ ଅଧିକ ଟଙ୍କା ଠକେଇ କରାଯାଇଛି । ପୋଲିସର କହିବାନୁଯାୟୀ ଠକାମୀରୁ ଉପାର୍ଜିତ ହୋଇଥିବା ଏହି ଟଙ୍କା ଦୁବାଇ ଦେଇ ଚାଇନାକୁ ପଠାଯାଇଛି ଏଥିସହ ଉକ୍ତ ଟଙ୍କାର କିଛି ଅଂଶ ଲେବାନନ ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ ଦ୍ୱାରା ପରିଚାଳିତ ଏକ ବ୍ୟାଙ୍କ୍ ଆକାଉଣ୍ଟ (Bank account)କୁ ମଧ୍ୟ ପଠାଯାଇଛି।


COMMERCIAL BREAK
SCROLL TO CONTINUE READING

ପୋଲିସର ସୂଚନା ମୁତାବକ, ହାଇଦ୍ରାବାଦର ଏକ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ସାଇବର କ୍ରାଇମ (Cyber crime) ପୋଲିସ ଏହି ମାମଲା ପଞ୍ଜୀକୃତ କରିଛି । ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ ତାଙ୍କୁ ଏକ ପାର୍ଟ ଟାଇମ୍ ଚାକିରି (Part time job) ଦିଆଯାଇଥିଲା । ଯେଉଁଥିରେ ସେ ମେସେଜିଂ ଆପ୍ ମାଧ୍ୟମରେ 'ମୂଲ୍ୟାୟନ ଏବଂ ସମୀକ୍ଷା' କାର୍ଯ୍ୟ କରୁଥିଲେ । ତେବେ ଲୋକମାନେ ତାହାକୁ ସଠିକ୍ ଭାବି ରେଜିଷ୍ଟ୍ରେସନ କରୁଥିଲେ । କିନ୍ତୁ ପରେ ରେଜିଷ୍ଟେସନ କରୁଥିବା ଲୋକମାନେ ଠକାମୀର ଶିକାର ହେଉଥିଲେ । ଠକାମୀ ମାମଲା ଜଣାପଡିବା ପରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା ଆଉ ସେହି ବ୍ୟକ୍ତିଙ୍କ ବୟାନକୁ ଭିର୍ତ୍ତି କରି ତଦନ୍ତ ଆଗକୁ ବଢାଇଥିଲା । ଯାହା ଜଣାପଡିଥିଲା ତାହା ଖୁବ୍ ଆଶ୍ଚର୍ଯ୍ୟଜନକ କଥା ଥିଲା । କାରଣ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଲିଙ୍କ୍ ଦେଶ ବାହାରେ ଥିଲା । ସେ ଚୀନର ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ । ଚିନ୍ ବ୍ୟକ୍ତିଙ୍କୁ ଭାରତୀୟ ଲୋକମାନଙ୍କର ଆକାଉଣ୍ଟ୍ ଡିଟେଲ୍ସ ଦେବା ସହ ଏକ ରିମୋଟ୍ ଆପ୍ ଚଳାଉଥିଲେ ବ୍ୟକ୍ତିଜଣକ ।


ହାଇଦ୍ରାବାଦ ପୋଲିସ କମିଶନର ସି.ଭି ଆନନ୍ଦ ଏକ ଟିଭି ଚ୍ୟାନେଲକୁ କହିଛନ୍ତି ଯେ, 'ଆମେ ଏ ସମ୍ପର୍କରେ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ସଚେତନ କରୁଛୁ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସାଇବର କ୍ରାଇମ ୟୁନିଟକୁ ଘଟଣା ବାବଦରେ ସବିଶେଷ ତଥ୍ୟ ଦିଆଯାଇଛି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଉଚ୍ଚ ବେତନ ପ୍ରାପ୍ତ ସଫ୍ଟୱେୟାର ପ୍ରଫେସନାଲମାନେ ଠକାମୀର ଶିକାର ହୋଇ ୮୨ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି। ପୋଲିସ କମିଶନର ଏକଥା ମଧ୍ୟ କହିଛନ୍ତି ଯେ, ଘଟଣାର ଅନେକ ଦିଗକୁ ନେଇ ପୋଲିସ ସନ୍ଦେହ କରୁଛି । ସେହି ହିସାବରେ ତଦନ୍ତ ମଧ୍ୟ ଆଗକୁ ବଢୁଛି । ପୋଲିସ ସନ୍ଦେହ କରୁଛି ଯେ, ଏହି ଅର୍ଥର ଏକ ନିର୍ଦ୍ଦିଷ୍ଟ ଅଂଶ କ୍ରିପ୍ଟୋକରେନ୍ସିରେ ପରିଣତ ହୋଇ ହିଜବୁଲ ଦ୍ୱାରା ପରିଚାଳିତ ୱାଲେଟରେ ଜମା ହୋଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ସମୁଦାୟ ନଅ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ହାଇଦ୍ରାବାଦରୁ ଚାରି ଜଣ, ମୁମ୍ବାଇରୁ ତିନି ଜଣ ଏବଂ ଅହମ୍ମଦାବାଦରୁ ଦୁଇ ଜଣ ଥିବା କୁହାଯାଉଛି । ଆହୁରୀ କିଛି ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।


ହାଇଦ୍ରାବାଦ ପୋଲିସର ସାଇବର କ୍ରାଇମ ଶାଖା ଏପ୍ରିଲରେ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ପୀଡିତା ଅଭିଯୋଗ ମୁତାବକ ସେ ନିଜେ ୨୮ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ପୋଲିସ ଅଧିକ ଅନୁସନ୍ଧାନ କରି ଜାଣିବାକୁ ପାଇଛି ଯେ, ଟଙ୍କା ନିବେଶ ଓ ପାର୍ଟ ଟାଇମ୍ ଚାକିରି ନାମରେ ଲୋକମାନେ ଠକଙ୍କ ଲିଙ୍କରେ ଆସି ପ୍ରଲୋଭିତ ହୋଇଥିଲେ। ସେମାନଙ୍କୁ ଅତି ସହଜ କାର୍ଯ୍ୟ କରିବାକୁ କୁହାଯାଇଥିଲା । ଯେପରିକି ୟୁଟ୍ୟୁବ୍ ଭିଡିଓ ପସନ୍ଦ କିମ୍ବା ଗୁଗୁଲ୍ ସମୀକ୍ଷା ଲେଖିବା ଏବଂ ଏହି କାର୍ଯ୍ୟଗୁଡ଼ିକ ପାଇଁ ସେମାନଙ୍କୁ ଅନେକ ଟଙ୍କା ପ୍ରଦାନ କରାଯାଇଥିଲା ।


ଅନୁସନ୍ଧାନକାରୀମାନେ ତଦନ୍ତ କରିବା ପରେ ସେଲ୍ କମ୍ପାନୀମାନଙ୍କ ନାମରେ ତିଆରି ହୋଇଥିବା ସମୁଦାୟ ୪୮ଟି ବ୍ୟାଙ୍କ ଆକାଉଣ୍ଟ ପାଇଥିଲେ । ସେତେବେଳେ ଏଜେନ୍ସି ଅନୁମାନ କରୁଥିଲା ଯେ ଏହି ଠକେଇ ଏକ ବଡ଼ ଠକେଇ ଥିଲା । ପାଖାପାଖି ୫୮୪କୋଟି ଟଙ୍କାର ଠକେଇ ବୋଲି ଅନୁମାନ କରାଯାଉଥିଲା । ଅଧିକ ଅନୁସନ୍ଧାନ କରିବାରୁ ଜଣାପଡିଛି ଯେ, ଠକମାନେ ଆହୁରୀ ୧୨୮ କୋଟି ଟଙ୍କା ଠକେଇ କରିଛନ୍ତି। ଏହି ବଡ଼ ଧରଣର ଠକେଇରେ ସମୁଦାୟ ୧୧୩ ଟି ଭାରତୀୟ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରାଯାଇଥିବା ସୂଚନା ମିଳିଛି ।


Also Read- Tomato Price: ୩୦ ଟଙ୍କାରେ ମିଳିବ ଟମାଟୋ: ମାତ୍ର ଏତିକି ଦିନର ଅପେକ୍ଷା...