7th Pay Commission: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ । ଜାନୁଆରୀ ୨୦୨୩ରୁ ମହଙ୍ଗା ଭତ୍ତା ପୁଣି ବଢ଼ିବା (DA Hike) କୁ ଯାଉଛି । ହୋଲି (Holi) ପୂର୍ବରୁ କେନ୍ଦ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି । ମାର୍ଚ୍ଚ ୧ରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ମହଙ୍ଗା ବୃଦ୍ଧି (DA Hike) କୁ ଅନୁମୋଦନ କରାଯିବ ବୋଲି ଆଶା କରାଯାଉଛି । ଯଦି ଏହା ଘଟେ, କର୍ମଚାରୀମାନଙ୍କୁ ମାର୍ଚ୍ଚ ବେତନରେ ବକେୟା (DA Arrears) ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା (DA Hike) ପ୍ରଦାନ କରାଯିବ । ଡିସେମ୍ବର ପର୍ଯ୍ୟନ୍ତ AICPI ସୂଚକାଙ୍କ ଆକଳନ (AICPI Index) ରୁ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ । ଯାହା ପରେ କେନ୍ଦ୍ର କର୍ମଚାରୀଙ୍କ ଦରମା (Salary Hike) ରେ ଏକ ବଡ଼ ବୃଦ୍ଧି ଘଟିପାରେ । 


COMMERCIAL BREAK
SCROLL TO CONTINUE READING

AICPI ସୂଚକାଙ୍କ ଡାଟାରେ ପୁଣି ଥରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏଥର ମଧ୍ୟ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଏହି ସମୟର ସ୍ଥିତିକୁ ଦେଖି ଅନୁମାନ କରାଯାଉଛି ଯେ ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ସରକାର ମହଙ୍ଗା ଭତ୍ତା (DA) ରେ ବମ୍ପର ବୃଦ୍ଧି କରିବାକୁ ଯାଉଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୦୨୩ରୁ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ଲାଭ ମିଳିବ । କିନ୍ତୁ କେନ୍ଦ୍ରର ମୋଦି ସରକାର ଏହାକୁ ମାର୍ଚ୍ଚ ୨୦୨୩ ଯାଏ ଘୋଷଣା କରିପାରନ୍ତି । ଯଦି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୪ ପ୍ରତିଶତ ବୃଦ୍ଧି ହୁଏ । ତେବେ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା (DA) ୪୨ ପ୍ରତିଶତକୁ ପହଞ୍ଚିଯିବ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି ।


ଜୁଲାଇରୁ ଡିସେମ୍ବର ମଧ୍ୟରେ AICPI ସୂଚକାଙ୍କ ସର୍ବାଧିକ ସଂଖ୍ୟା ୧୩୨.୫ ପଏଣ୍ଟରେ ରହିଛି । ଯେଉଁ ଆଧାରରେ DA ରେ ୪ ପ୍ରତିଶତ ବୃଦ୍ଧି ସ୍ଥିର ହେବ ବୋଲି ମନେ କରାଯାଉଛି । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନଙ୍କୁ ୩୮ ପ୍ରତିଶତ ହାରରେ ଡିଏ ପ୍ରଦାନ କରାଯାଇଛି । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ୪୨ ପ୍ରତିଶତକୁ ବୃଦ୍ଧି ପାଇବ । ଏହା ପରେ ଯେଉଁମାନଙ୍କର ବେସିକ ଦରମା ୧୮,୦୦୦ ଟଙ୍କା ରହିଛି ସେମାନଙ୍କ ବାର୍ଷିକ ମହଙ୍ଗା ଭତ୍ତା ୯୦,୭୨୦ ଟଙ୍କାକୁ ବୃଦ୍ଧି ପାଇବ । ସାମ୍ପ୍ରତିକ ମହଙ୍ଗା ଭତ୍ତା ଠାରୁ ପାର୍ଥକ୍ୟ ବିଷୟରେ କହିବାକୁ ଗଲେ ଦରମା ପ୍ରତି ମାସରେ ୭୨୦ ଟଙ୍କା ଓ ବାର୍ଷିକ ୮,୬୪୦ ଟଙ୍କା ବୃଦ୍ଧି ପାଇବ । ସେପଟେ ସର୍ବାଧିକ ବେସିକ ଦରମା ଉପରେ କହିବାକୁ ଗଲେ ଦରମା ପ୍ରତି ମାସରେ ୨୨୭୬ ଟଙ୍କା ଓ ବାର୍ଷିକ ୨୭,୩୧୨ ଟଙ୍କା ବୃଦ୍ଧି ପାଇବ । 


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ଖେଳାଳି! ସୁଯୋଗ ଦେବାକୁ ରାଜି ନୁହଁନ୍ତି ଅଧିନାୟକ ରୋହିତ ଶର୍ମା


ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କ ଟେଷ୍ଟ କ୍ୟାରିୟର ଶେଷ; ଯାହାଙ୍କ ପାଇଁ ମିଳିଥିଲା ସୁଯୋଗ, ସେ ହିଁ ବର୍ତ୍ତମାନ ଛଡ଼ାଇ ନେବେ ସ୍ଥାନ!


ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ପରେ କେନ୍ଦ୍ର ସରକାର ଚଳିତ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଯାହା ଜାନୁୟାରୀ ୧, ୨୦୨୨ ଠାରୁ ଲାଗୁ ହୋଇଛି । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହାସହ ସେପ୍ଟେମ୍ୱରରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି, ଯେଉଁ କାରଣରୁ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତ ହୋଇଯାଇଛି । ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ବୃଦ୍ଧି କରନ୍ତି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।