7th Pay Commission DA Hike: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ନିକଟ ଅତୀତରେ କେନ୍ଦ୍ର ସରକାର (Central Government) ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିଥିଲେ । ବର୍ଦ୍ଧିତ ମହଙ୍ଗା ଭତ୍ତା (DA Hike) ମଧ୍ୟରେ ସରକାର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ଆଉ ଏକ ଉପହାର ଦେଇଛନ୍ତି । ଏବେ ପୁଣି ଥରେ କେନ୍ଦ୍ରର ମୋଦି ସରକାର (Modi Govt) ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମହଙ୍ଗା ଭତ୍ତା ବୃଦ୍ଧିର ଧାରାକୁ ସରକାର ମଧ୍ୟ ଆଗକୁ ନେଇପାରନ୍ତି । ଗତ ୨ ଥର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି ଓ ଜୁଲାଇ ମାସରେ ସରକାର ପୁଣି ଥରେ ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ, ଯେତେବେଳେ କର୍ମଚାରୀମାନ  (Central Government Employees) ଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା (Dearness Allowance) ୩୪ ପ୍ରତିଶତ ଥିଲା, ସେତେବେଳେ ସରକାର ପ୍ରଥମ ଥର ପାଇଁ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି (DA Hike) କରିଥିଲେ। ଏହା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୩୮ ପ୍ରତିଶତକୁ ବୃଦ୍ଧି ହୋଇଯାଇଥିଲା । ବର୍ତ୍ତମାନ ପୁଣି ଥରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବା DA କୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଫଳରେ କେନ୍ଦ୍ର କର୍ମଚାରୀଙ୍କ ୪୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା (DA) ମିଳିବ । ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଜୁଲାଇ ମାସରେ ମୋଦି ସରକାର ପୁଣି ଥରେ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ AICPI ର ଫାଇନାଲ ଆକଳନ ଆସି ନାହିଁ । 



ଏଠାରେ ଜଣାଇ ରଖୁଛୁ ଯେ, ଯଦି ଜଣେ କର୍ମଚାରୀଙ୍କ ବେସିକ୍ ଦରମା ୧୮,୦୦୦ ଟଙ୍କା, ତା’ହେଲେ ତାଙ୍କ ବେତନରେ ମାସକୁ ୭୨୦ ଟଙ୍କା ବୃଦ୍ଧି ହେବ, ଅର୍ଥାତ୍ କର୍ମଚାରୀଙ୍କ ବାର୍ଷିକ ବେତନରେ ୮,୬୪୦ ଟଙ୍କା ବୃଦ୍ଧି ହେବ । ଅନ୍ୟପକ୍ଷରେ, ଯଦି କର୍ମଚାରୀଙ୍କ ବେସିକ୍ ବେତନ ମାସକୁ ୫୬,୯୦୦ ଟଙ୍କା, ତା’ହେଲେ ସେମାନଙ୍କ ଦରମା ମାସିକ ୨୨୭୬ ଟଙ୍କା ବୃଦ୍ଧି ପାଇବ, ଅର୍ଥାତ୍ ବାର୍ଷିକ ବେତନ ୨୭,୩୧୨ ଟଙ୍କା ବୃଦ୍ଧି ପାଇବ । ବେତନ ବୃଦ୍ଧି ପାଇଁ ସରକାର ଖୁବ ଶୀଘ୍ର ଘୋଷଣା କରିପାରନ୍ତି ।


କେନ୍ଦ୍ରୀୟ କର୍ମଚାରୀଙ୍କ ବେସିକ୍ ଦରମା (Basic Salary) ଫିଟମେଣ୍ଟ ଫ୍ୟାକ୍ଟର  (Fitment Factor) ଆଧାରରେ ବୃଦ୍ଧି ପାଇଥାଏ । ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ ଦରମା ଭତ୍ତା  (Salary Allowances) ବ୍ୟତୀତ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେବଳ ବେସିକ୍ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଦ୍ୱାରା ବୃଦ୍ଧି ପାଇଥାଏ । ଏହା ପୂର୍ବରୁ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ହେତୁ କେନ୍ଦ୍ର କର୍ମଚାରୀଙ୍କ ଦରମା ଅଢ଼େଇ ଗୁଣ ବୃଦ୍ଧି ପାଇଥିଲା । ବର୍ତ୍ତମାନ କର୍ମଚାରୀମାନେ ପୁନର୍ବାର ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରିବାକୁ ଦାବି କରୁଛନ୍ତି ।


ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ମୋଦି ସରକାର ଦେଲେ ବଡ଼ ଖୁସି ଖବର, ଖୁସିରେ ନାଚି ଉଠିବେ ଲକ୍ଷ ଲକ୍ଷ କର୍ମଚାରୀ!


ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ: ଏପ୍ରିଲ ୩୦ରେ ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା, ହୋଇସାରିଛି ଘୋଷଣା!


ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଉପରେ କେନ୍ଦ୍ର ସରକାର ନେଲେ ଏପରି ନିଷ୍ପତ୍ତି, ଜାଣି ଆପଣ ହୋଇଯିବେ ଖୁସ୍! ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି


 


ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।