DA Hike Latest Updates: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ।  ଏହି ସପ୍ତାହର ଶେଷରେ ସେମାନଙ୍କୁ ଏକ ବଡ ଖୁସି ଖବର ମିଳିବାକୁ ଯାଉଛି। ଏହି ଖବର ଶୁଣି ସେମାନେ ଆନନ୍ଦରେ ନାଚିବାକୁ ଲାଗିବେ। କାହିଁକିନା କେନ୍ଦ୍ର ସରକାର ସେମାନଙ୍କ ଦରମା ବୃଦ୍ଧି କରିବାକୁ ଯାଉଛନ୍ତି। ୩୧ ମେ ସଂନ୍ଧ୍ୟାରେ  କେନ୍ଦ୍ର ସରକାର ଡିଏ ସ୍କୋର (DA Score) ଜାରି କରିବାକୁ ଯାଉଛନ୍ତି। ଏହି ସ୍କୋରକୁ (AICPI Index) ଏଆଇସିପିଆଇ ଇଣ୍ଡେକ୍ସ ମଧ୍ୟ କୁହାଯାଏ। ଏହାକୁ ଆଧାର କରି ନିଷ୍ପତ୍ତି ନିଆଯିବ ଯେ, ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ(DA Hike) କେତେ ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଛି। ବର୍ତ୍ତମାନ ଭତ୍ତା ୪୨ ପ୍ରତିଶତ ଅଟେ, ଯାହା ଜାନୁଆରୀରୁ ଲାଗୁ ହୋଇଛି (DA Hike) । 


COMMERCIAL BREAK
SCROLL TO CONTINUE READING

Also Read: Odisha +2 Result 2023: ଏହି ଦିନ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ


ମାର୍ଚ୍ଚରେ ଶେଷ ଥର ପାଇଁ ଡିଏ ବୃଦ୍ଧି ଘୋଷଣା କରାଯାଇଥିଲା: ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୩ ରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA Hike) ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ତା’ପରେ ସରକାର ଡିଏକୁ (DA) ୪ ପ୍ରତିଶତ ବୃଦ୍ଧି କରିଥିଲେ। ଏହି ବୃଦ୍ଧି ଜାନୁଆରୀ  ୨୦୨୩ରୁ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ଘୋଷଣା ଜୁଲାଇ ପାଇଁ କରାଯିବ, ଯାହା ଏପ୍ରିଲ ୧ ରୁ ଲାଗୁ କରାଯିବ । ହେଲେ କେନ୍ଦ୍ର ସରକାର, ମେ ୩୧ ରେ(AICPI Index) ଏଆଇସିପିଆଇ ଇଣ୍ଡେକ୍ସ ସୂଚକାଙ୍କ ସଂଖ୍ୟା ପ୍ରକାଶ କରିବାକୁ ଯାଉଛନ୍ତି। ଯାହା ଦ୍ବାରା କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା (Dearness Allowance) କେତେ ପ୍ରତିଶତ ବୃଦ୍ଦି ପାଇବ ସେ ବିଷୟରେ ଜଣାପଡିବ।ଯଦି ଆମେ ସରକାରଙ୍କ ସାମ୍ପ୍ରତିକ ଆକଳନ ବିଷୟରେ କହିବା, ତେବେ ମୋଟ ଡିଏ ସ୍କୋର (DA Score) ୪୪.୪୬ %ରେ ପହଞ୍ଚିଛି। ବର୍ତ୍ତମାନ ଏପ୍ରିଲ୍, ମେ ଏବଂ ଜୁନର ବଢୋତ୍ରି ଟଙ୍କା ମଧ୍ୟ ଯୋଡାଯିବ । ତେବେ, ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଯାହା ଫଳରେ କେନ୍ଦ୍ର ସରକାର କର୍ମଚାରୀଙ୍କ ବେତନରେ (DA Hike)  ଟଙ୍କା ମଧ୍ୟ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 


Also Read: Morning Tips: ସକାଳୁ ଶେଜ ଛାଡିବା ପରେ କରନ୍ତୁ ଏହି ସବୁ କାମ, ଦୂର ହେବ ଦାରିଦ୍ରତା, ମାଡି ଯିବ ଧନ ସମୃଦ୍ଧି


Also Read: Horoscope Today 26 May 2023: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?


ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ,ଦେଶରେ ମୁଦ୍ରାସ୍ଫୀତି ହାର ଦିନକୁ ଦିନ ବହୁତ ଅଧିକ ବଢିବାରେ ଲାଗିଛି। ପେଟ୍ରୋଲିୟମର ମୂଲ୍ୟ ଗତ ୨ ବର୍ଷ ମଧ୍ୟରେ ଲିଟର ପିଛା ୧୦୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ଖାଦ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ଦିନକୁ ଦିନ ବେଶ ବଢିବାରେ ଲାଗିଛି। ଏହି ମୁଦ୍ରାସ୍ଫୀତି ତୁଳନାରେ ଲୋକଙ୍କ ଆୟ ଏତେ ବୃଦ୍ଧି ପାଉନାହିଁ । ଏହି କାରଣରୁ ଲୋକଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଉଛି। ଏପରି ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେତୁ, ସେମାନଙ୍କ ଚଳଣୀରେ ପରିବର୍ତ୍ତନ ଆସିଛି ।