Tomato Price: ଏବେ ଟମାଟୋ ଦର ଯେତେ ହେଲାଣି କିଣିବାକୁ ଡର ଲାଗୁଛି । ପଖାପାଖି ମାସେ ହେଲାଣି ଖାଉଟି ଟମାଟୋ ଖାଇବା ଭୁଲି ଗଲେଣି । ଏଭଳି ସମୟରେ ଟମାଟୋକୁ(tomato) ନେଇ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ଦୁବାଇ(Dubai)ରୁ ବ୍ୟାଗରେ ପ୍ୟାକ ହୋଇ ଭାରତ ଆସିଲା ମାତ୍ର ୧୦ କେଜି ଟମାଟୋ ।


COMMERCIAL BREAK
SCROLL TO CONTINUE READING

 ଆପଣ ଜାଣିଥିବେ ଆମ ଭାରତୀୟ ମାଆମାନେ ତରକାରୀ-ପତ୍ରରେ ଟମାଟୋ ପକାଇ ରାନ୍ଧିବାକୁ କେତେ ପସନ୍ଦ କରନ୍ତି । ଟମାଟୋ ବିନା ସେମାନଙ୍କ ରୋଷେଇ ଯୋମିତି ଅଧୁରା ରହିଯାଏ। ତେବେ ଆଜିର ଏହି ଟମାଟୋ ଷ୍ଟୋରୀ ସେହିଭଳି ଜଣେ ଉପରେ ପର୍ଯ୍ୟବେଶିତ। ନିକଟରେ ରେଭ୍ସ ନାମକ ମହିଳା ଏକ ମଜାଦାର ଟୁଇଟ୍ କରିଛନ୍ତି ଯାହା ଏବେ ଖୁବ୍ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ତାଙ୍କ ବିବାହିତ ଭଉଣୀ ନିଜ ପରିବାର ସହ ଦୁବାଇରେ ବସବାସ କରନ୍ତି । ସେ ଖରାଛୁଟିରେ ନିଜ ପିଲାମାନଧଙ୍କ ସହ ଭାରତ ଆସୁଛନ୍ତି ।


ତେବେ ସେ ଘରକୁ ବୁଲିବାକୁ ଆସିବା ପୂର୍ବରୁ ଦୁବାଇରୁ କ’ଣ ନେବେ ବୋଲି ନିଜ ମାଆକୁ ପଚାରିଥିଲେ। ହେଲେ ତାଙ୍କ ମାଆ କିଛି ସୁନ୍ଦର,ମୂଲ୍ୟବାନ ଉପହାର ଆଣିବାକୁ କହିବା ବଦଳରେ ଟମାଟୋ ୧୦ କେଜି(10 kg tomato) ଆଣିବା ପାଇଁ କହିଥିଲେ। ମାଆଙ୍କର ଏହି ନିଆରା ଇଚ୍ଛାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯାହାକୁ ଏକ ଟୁଇଟ୍ ଜରିଆରେ ତାଙ୍କ ଝିଅ ପରିପ୍ରକାଶ କରିଛନ୍ତି ।


ସେ ଲେଖିଛନ୍ତି ଯେ, “ମୋ ଭଉଣୀ ଦୁବାଇରୁ ତାଙ୍କ ପିଲାମାନଙ୍କର ଗ୍ରୀଷ୍ମ ଛୁଟି ପାଇଁ ଭାରତ ଆସୁଛନ୍ତି, ଏବଂ ସେ ମୋ ମାଆଙ୍କୁ ପଚାରିଲେ ଯେ ସେ ଦୁବାଇରୁ ସେ କିଛି ଚାହୁଁଛନ୍ତି କି ମୋ ମା କହିଲେ ୧୦ କିଲୋ ଟମାଟୋ ଆସେ ।ବର୍ତ୍ତମାନ ସେ ୧୦ କିଲୋଗ୍ରାମ ଟମାଟୋକୁ ଏକ ସୁଟକେସରେ ପ୍ୟାକ୍ ଭାରତ ଆଣୁଛନ୍ତି ।


ରେଭ୍ସଙ୍କର ଏହି ଟୁଇଟ୍ ଏବେ ଖୁବ୍ ଭାଇରାଲ ହେଉଛି। ୫୦ ହଜାରରୁ ଅଧିକ ଲୋକ ଏହି ଟୁଇଟ୍ ଏଯାଏଁ ଦେଖି ସାରିଲେଣି । ଏଥି ସହ ଅନେକ ୟୁଜର ଏହି ଟୁଇଟରେ ମଜାଳିଆ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ।


ଟମାଟୋ ଦର ଏବେ ଆମ ଦେଶରେ ଆକାଶ ଛୁଆଁ । ଅତି କମରେ କିଲୋ ପିଛା ୧୨୦ ଟଙ୍କାରୁ ଆରମ୍ଭ ହୋଇ କିଲୋ ପିଛା ୨୫୦ ଟଙ୍କାରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି । ଏଥିରେ ଟମାଟୋ ଚାଷୀ ଲାଭବାନ ହେଉଥିବା ବେଳେ ସାଧାରଣ ଖାଉଟିଟି ହନ୍ତସନ୍ତ ହେଉଛି । ସେପଟେ ବର୍ଷା ଯୋଗୁ ମଧ୍ୟ ଟମାଟୋ ଆମଦାନି ଓ ରପ୍ତାନି ବାଧାପ୍ରାପ୍ତ ହେଉଛି ଯାହାକି ବର୍ଦ୍ଧିତ ଟମାଟୋ ଦରର ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।