Adani Group: ହିଣ୍ଡେନବର୍ଗ ରିସର୍ଚ୍ଚ ଫର୍ମ ଦ୍ୱାରା ପ୍ରକାଶିତ ରିପୋର୍ଟ ପରେ ଅଦାନୀ ଗ୍ରୁପ୍ (Adani Group) ଏକ ବଡ କ୍ଷତି ସହିଛି, କିନ୍ତୁ ଏସବୁ ମଧ୍ୟରେ କମ୍ପାନୀ ଏକ ନୂଆ ଯୋଜନା କରିଛି। ଗତ ୨୦ ଦିନ ମଧ୍ୟରେ କମ୍ପାନୀର ସେୟାରରେ ତୀବ୍ର ହ୍ରାସ ଘଟିଛି। ଏହା ସହିତ ଗୌତମ ଅଦାନୀ (Gautam Adani) ମଧ୍ୟ ଧନୀ ତାଲିକାରେ ଶୀର୍ଷ ୨୦ ତାଲିକାରୁ ବାହାରକୁ ବାହାରିଯାଇଛନ୍ତି। ଏହି ସମସ୍ତ ପରିସ୍ଥିତିକୁ ଦେଖି କମ୍ପାନୀ ବର୍ତ୍ତମାନ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି ଯେଉଁଥିରେ ଏହା କାମ କରିବ। ଅର୍ଥାତ୍ ହୋଇଥିବା କ୍ଷତିର ଭରଣା ହୋଇଯିବ । 


COMMERCIAL BREAK
SCROLL TO CONTINUE READING


୧୧୭ ଅରବ ଡଲାର କମିଲା ମାର୍କେଟ କ୍ୟାପ
ଏଠାରେ କହିରଖୁଛୁ ଯେ, ଗତ ୨୪ ମାସର ୨୪ରେ ପ୍ରକାଶିତ ରିପୋର୍ଟ ପରେ କମ୍ପାନୀରେ ହଲଚଲ ଦେଖାଦେଇଥିଲା। ଏହା ସହିତ,ଅଦାନୀ ଗ୍ରୁପକୁ ପ୍ରତିଦିନ ବହୁତ କ୍ଷତି ସହିବାକୁ ପଡୁଛି। ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀର ମାର୍କେଟ କ୍ୟାପ୍ ପ୍ରାୟ ୧୧୭ ଅରବ ଡ଼ଲାର ହ୍ରାସ ପାଇଛି। 


ହିଣ୍ଡେନବର୍ଗର କ୍ଷତିର ମୁକାବିଲା ପାଇଁ କମ୍ପାନୀ ବିଭିନ୍ନ ପ୍ରୟାସ କରୁଛି। ସାଧାରଣ ଅଡିଟ୍ କରିବା ପାଇଁ ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ୍ 'ବିଗ୍ ଫୋର୍' (Deloitte, EY, KPMG ଏବଂ ପିଡବ୍ଲୁସି) ଆକାଉଣ୍ଟିଂ ସଂସ୍ଥା ମଧ୍ୟରୁ ଗୋଟିଏକୁ ନିଯୁକ୍ତି ଦେବାକୁ ପ୍ରସ୍ତୁତ ହେଉଛି। ଏହା ସହିତ ଆଇନ ସଂସ୍ଥା ୱାଚଟେଲଙ୍କୁ (Wachtell)  ମଧ୍ୟ ଏହି ଆଇନଗତ ଯୁଦ୍ଧ ପାଇଁ ମନୋନୀତ କରାଯାଇଛି |


ସେୟାରରେ ଆଜି ବି ହ୍ରାସ
ଆଜି ବି କମ୍ପାନୀର ସେୟାରଗୁଡିକ ଏକ ବଡ଼ କ୍ଷତି ସହିତ କାରବାର କରୁଛି । ଅଦାନୀ ଏଣ୍ଟରପ୍ରାଇଜେସ୍ ର ସେୟାରଗୁଡିକ ୨.୭୯ ପ୍ରତିଶତ ହ୍ରାସ ପାଇ ୧,୭୯୩.୫୦ ଟଙ୍କା ସ୍ତରରେ କାରବାର କରୁଛି । ଅଦାନୀ ପାୱାରର(Adani Power) ସେୟାର ୪.୯୯ ପ୍ରତିଶତ, ଅଦାନୀ ୱିଲମାର ୫.୦୦ ପ୍ରତିଶତ, ଅଦାନୀ ଗ୍ରୀନ୍ ୫.୦୦ ପ୍ରତିଶତ ହ୍ରାସ ପାଇଛି। ଏହା ବ୍ୟତୀତ ଅଦାନୀ ଟ୍ରାନ୍ସମିସନ(Adani Transmission) ୫ ପ୍ରତିଶତ ସହ କାରବାର କରୁଛି, ଟୋଟାଲ ଗ୍ୟାସ ମଧ୍ୟ ୫ ପ୍ରତିଶତ ହ୍ରାସ ପରେ କାରବାର କରୁଛି।


Also Read: Governor's Reshuffle: 'BJP ପାଇଁ କାମ କରୁଥିବା ଲୋକ ହିଁ ରାଜ୍ୟପାଳ ହୁଅନ୍ତି'


Also Read: Vande Bharat Train: ଦେଶର ସେହି ରାଜ୍ୟ, ଯେଉଁଠି ଯଥାଶୀଘ୍ର ସେବା ଯୋଗାଇବ ବନ୍ଦେ ଭାରତ ଏକ୍ସପ୍ରେସ


Also Read: Velupillai Prabhakaran: 'ବର୍ତ୍ତମାନ ମଧ୍ୟ ଜୀବିତ ରହିଛି ଭେଲୁପିଲ୍ଲାଇ ପ୍ରଭାକରନ, ଖୁବ ଶୀଘ୍ର ଫେରିବେ'