Adani Group: କ୍ଷତି ସହିଲା ଆଦାନୀ ଗ୍ରୁପ୍, ଜାଣନ୍ତୁ ସେୟାର ବଜାର ହାଲଚାଲ୍
![Adani Group: କ୍ଷତି ସହିଲା ଆଦାନୀ ଗ୍ରୁପ୍, ଜାଣନ୍ତୁ ସେୟାର ବଜାର ହାଲଚାଲ୍ Adani Group: କ୍ଷତି ସହିଲା ଆଦାନୀ ଗ୍ରୁପ୍, ଜାଣନ୍ତୁ ସେୟାର ବଜାର ହାଲଚାଲ୍](https://hindi.cdn.zeenews.com/hindi/sites/default/files/styles/zm_500x286/public/2024/03/14/2693272-adani-web.jpg?itok=RtFINWoN)
Adani Group Stocks: ଗତକାଲି, ଷ୍ଟକ୍ ମାର୍କେଟରେ ଆଦାନୀ ଗ୍ରୁପ୍ ର ୧୦ଟି ତାଲିକାଭୁକ୍ତ କମ୍ପାନୀଗୁଡିକ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି । ଆଜି ଅର୍ଥାତ୍ ସେୟାରଗୁଡିକ ମୂଲ୍ୟ ବଢିଥିବା ଦେଖିବାକୁ ମିଳିଛି ।
Adani Group Stocks: ବୁଧବାର ସେୟାର ବଜାରକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୋଇଛି । କାରଣ ଅନେକ ସେକ୍ଟରର ଷ୍ଟକ୍ ଲୋ ସର୍କିଟ୍ ଉପରେ ଚାଲୁଥିଲା । ଏଭଳି ପରିସ୍ଥିତିରେ ଆଦାନୀ ସେୟାରରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ଗତକାଲିର ସେଲ୍ ରେ ନିବେଶକମାନେ ୧୩.୪୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏଥିସହିତ ଆଦାନୀ ଗ୍ରୁପର ୧୦ ଟି ତାଲିକାଭୁକ୍ତ କମ୍ପାନୀ ମଧ୍ୟ କ୍ଷତି ସହିଥିବା ରିପୋର୍ଟ ଆସିଛି । କମ୍ପାନୀ ପାଖାପାଖି ୧ ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷତି ସହିଥିବା ଜଣାପଡିଛି ।
ଆଜି ଅର୍ଥାତ୍ ଗୁରୁବାର ସେୟାର ବଜାର ଖୋଲିବା ପରେ ସେୟାରଗୁଡିକରେ ପୁନରୁଦ୍ଧାର ଦେଖିବାକୁ ମିଳିଛି । ଆଜି ଆଦାନୀ ଗ୍ରୁପ୍ ଷ୍ଟକ୍ ଗ୍ରିନ୍ ରଙ୍ଗରେ ଦେଖାଯାଉଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ୩ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଦେଖାଉଛି । ଏହା ବ୍ୟତୀତ ଆଦାନୀ ଟୋଟାଲ ଗ୍ୟାସ ୬ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଦେଖାଉଛି।
ଗତ ବର୍ଷ ତଥା ୨୦୨୩ ଫେବୃଆରୀରେ ଆଦାନୀଙ୍କ ପାଇଁ ଖରାପ ଦିନ ଥିଲା । ସେହିପରି ଗତକାଲି ମଧ୍ୟ ଚଳିତ ବର୍ଷର ପ୍ରଥମ କ୍ଷତି ସହିଛି ଆଦାନୀ କମ୍ପାନୀ । ଆଦାନୀ ଗ୍ରୁପ୍ର ସେୟାରରେ ୧.୧ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। ଆଦାନୀ ଟୋଟାଲର ଷ୍ଟକ୍ ବିଏସଇରେ ୯.୫ ପ୍ରତିଶତ ହ୍ରାସ ପାଇଛି। ଏହା ବ୍ୟତୀତ ଆଦାନୀ ଗ୍ରୀନ୍ ୯ ପ୍ରତିଶତ, ଆଦାନୀ ଏନର୍ଜି ସଲ୍ୟୁସନ୍ ମଧ୍ୟ ପ୍ରାୟ ୮.୫, NDTV ୭.୯ ପ୍ରତିଶତ ଏବଂ ଆଦାନୀ ବନ୍ଦରରେ ୬.୯ ପ୍ରତିଶତ ହ୍ରାସ ପାଇଥିଲା ।
କେଉଁ ଷ୍ଟକ୍ କେତେ ହ୍ରାସ ପାଇଛି?
ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ୬.୯୧ ପ୍ରତିଶତ ହ୍ରାସ ପାଇଛି। ସେହିପରି ଏସିସି ସେୟାର ୬.୮୭ ପ୍ରତିଶତ, ଆଦାନୀ ପାୱାର ସେୟାର ୪.୯୯9 ପ୍ରତିଶତ, ଆମ୍ବୁଜା ସିମେଣ୍ଟ ୪.୫୮ ପ୍ରତିଶତ ଏବଂ ଆଦାନୀ ୱିଲମାର ୪.୨୫ ପ୍ରତିଶତ ହ୍ରାସ ପାଇଛି। ଗତ ସାତ ଦିନ ହେବ ଆଦାନୀ ଏଣ୍ଟରପ୍ରାଇଜେସ ସେୟାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ବାଣିଜ୍ୟ ସମୟରେ ଆଦାନୀ ପାୱାର ଏହାର ନିମ୍ନ ସର୍କିଟ ସୀମା ଅତିକ୍ରମ କରିଛି । ସମସ୍ତ ୧୦ଟି କମ୍ପାନୀର ମିଳିତ ବଜାର କ୍ୟାପ୍ ୧,୧୨,୭୮୦.୯୬ କୋଟି ଟଙ୍କା ହ୍ରାସ ପାଇଛି । BSE ର ୩୦-ସେୟାର ସେନ୍ସେକ୍ସ ୭୨,୭୬୧.୮୯ ରେ ବନ୍ଦ ହୋଇ ୯୦୬.୦୭ ପଏଣ୍ଟ କିମ୍ବା ୧.୨୩ ପ୍ରତିଶତ ହ୍ରାସ ପାଇଛି। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ କାରବାର ଶେଷ ହେବା ପରେ ଆଦାନୀ ଗ୍ରୁପର ସମସ୍ତ କମ୍ପାନୀର ମୋଟ ବଜାର କ୍ୟାପ୍ ପ୍ରାୟ ୧୪.୭ ଲକ୍ଷ କୋଟି ଟଙ୍କା ଥିଲା। ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଦିନ ଏହି ବଜାର କ୍ୟାପ୍ ୧୫.୮ ଲକ୍ଷ କୋଟି ଟଙ୍କା ଥିଲା।
Also Read- Crime News: ଦୟା ନଦୀ କୂଳରେ କାହା କଙ୍କାଳ?
Also Read- Crime News: ଉଗ୍ର ରୂପ ନେଲା ପାରିବାରିକ କଳହ, ପୁଅ ସାଜିଲା ମାଆ ହତ୍ୟାକାରୀ !