Chandrayaan 4 : ବୁଧବାର ଦିନ ଚନ୍ଦ୍ରଯାନ -୩କୁ ସଫଳ ଭାବରେ ଲ୍ୟାଣ୍ଡି କରାଇବା ପରେ  ଭାରତ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବା ସହ ପ୍ରଶଂସାର ପାତ୍ର ହୋଇଛି । ଚନ୍ଦ୍ରର ଦକ୍ଷିଣ ପୋଲାରରେ ଚନ୍ଦ୍ରଯାନ -୩ ସଫଳତାର ସହ ଅବତରଣ କରିଛି । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଚନ୍ଦ୍ରଯାନ-୩ରେ ଏକ ରୋଭର ନିୟୋଜିତ କରିଥିଲା ଯାହା ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ସକ୍ରିୟ ରହିବା ସହିତ ଭାରତୀୟ ସ୍ପେସ୍ ଏଜେନ୍ଚିକୁ ଅନେକ ତଥ୍ୟ ପ୍ରଦାନ କରିବାରେ ସହାୟକ ହେବ । ତେବେ ଚନ୍ଦ୍ରଯାନ ୩ର ସଫଳତା ପରେ ବର୍ତ୍ତମାନ ଚନ୍ଦ୍ରଯାନ ୪କୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି ।


COMMERCIAL BREAK
SCROLL TO CONTINUE READING

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଏବଂ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି (Japan Aerospace Exploration Agency) (JAXA) ମିଳିତ ଭାବରେ କରୁଥିବା ଚନ୍ଦ୍ର ପୋଲାର ଏକ୍ସପ୍ଲୋରେସନ୍ ମିଶନ୍ (ଲୁପେକ୍ସ) କୁ ଚନ୍ଦ୍ରାୟଣ -୪ ମଧ୍ୟ କୁହାଯାଉଛି । ଏହି ମିଶନ ଅନେକ ପ୍ରଶ୍ନର ଉତ୍ତର ସାମ୍ନାକୁ ଆଣଇବ ବୋଲି କୁହାଯାଉଛି । ଏମଧ୍ୟରେ ସବୁଠୁ ବଡ଼ ବିଷୟ ହୋଇପାରେ ଚନ୍ଦ୍ରରେ ଜଳ ଅଛି କି ନାହିଁ ତାହା ଜଣାପଡିବ ।


ପୂର୍ବ ବର୍ଷରେ କରାଯାଇଥିବା ରିସର୍ଚ୍ଚ ଗୁଡିକରେ ଚନ୍ଦ୍ର ପୃଷ୍ଠରେ ଜଳ ରହିଥିବା ଅନୁମାନ କରାଯାଇଛି । ଚନ୍ଦ୍ର ପୃଷ୍ଠରେ ଜଳର ଉପସ୍ଥିତି ମହାକାଶ ଅନୁସନ୍ଧାନର ଭବିଷ୍ୟତ ପାଇଁ ଗଭୀର ପ୍ରଭାବ ପକାଇପାରେ । ଆମର ପଡୋଶୀ ଗ୍ରହ ଗୁଡିକର ଅନେକ ରହସ୍ୟ ସାମ୍ନାକୁ ଆସିପାରେ । ଏହିସବୁ ତଥ୍ୟକୁ ସାମ୍ନାକୁ ଆଣିବା ପାଇଁ  ଲୁପେକ୍ସ ଟ୍ରେଲବ୍ଲେଜର (Lupex trailblazer) ପ୍ରସ୍ତୁତ ହେଉଛି ବୋଲି କୁହାଯାଉଛି । ମିଳିଥିବା ସୂଚନା ମୁତାବକ ଲୁପେକ୍ସର ମୂଳ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ଜାଣିବା ଓ ଚନ୍ଦ୍ର ପୃଷ୍ଠରେ ଥିବା ବିଭିନ୍ନ ଉପାଦାନ ସମ୍ପର୍କରେ ସୂଚନା ଯୋଗାଇବା । ବର୍ତ୍ତମାନର ତଥ୍ୟ ହିସାବରେ ଚନ୍ଦ୍ରର ପୋଲାର ଅଞ୍ଚଳରେ ଇନ-ସିଟ୍ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଚନ୍ଦ୍ର ଜଳ ଉତ୍ସର, ଅବସ୍ଥା ଏବଂ ରୂପକୁ ବୁଝିବାକୁ ଲକ୍ଷ୍ୟ ରଖିଛି । ଚନ୍ଦ୍ରରେ ଜୀବନ ସମ୍ଭବ କି ନାହିଁ ସେ ସମ୍ପର୍କରେ ଅନେକ ତଥ୍ୟ ମିଳିବାକୁ ଯାଉଛି । ଏହିସବୁ ତଥ୍ୟ ହାସଲ ପାଇଁ ଲୁପେକ୍ସ ପତଳା ସୌର କୋଷ ସହିତ ଅଧିକ କ୍ଷମତାର ବ୍ୟାଟେରୀ ଅତ୍ୟାଧୁନିକ ମହାକାଶଯାନ ନିୟୋଜିତ କରିବ । ଚନ୍ଦ୍ରରେ ରାତି ସମୟରେ ମଧ୍ୟ ତାହା ନିରବଚ୍ଛିନ ବିଦ୍ୟୁତ ଯୋଗାଇବ । ଏହି ଟେକ୍ନୋଲୋଜିକାଲ ଇନୋଭେସନ ରୋଭରର ଗତିଶୀଳତା ଓ ଚନ୍ଦ୍ରରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିବାର ଦକ୍ଷତା ସମ୍ପର୍କରେ ଅଧିକ ଧ୍ୟାନ ଦିଆଯିବ ।


ଲୋପେକ୍ସ କମ ମାଧ୍ୟାକର୍ଷଣ ଶକ୍ତିର ମହାକାଶରେ ଥିବା ଗ୍ରହର ଭୂପୃଷ୍ଠରେ ବିଭିନ୍ନ ଅନୁସନ୍ଧାନମୂଳକ କାର୍ଯ୍ୟ କରିବ । ମିଳିବାକୁ ଯାଉଥିବା ତଥ୍ୟ ଆଧାରରେ କେବଳ ଚନ୍ଦ୍ର ନୁହେଁ ଆଗକୁ ମଙ୍ଗଳ ଏବଂ ବିଭିନ୍ନ ଗ୍ରହ ଉପରେ ରିସର୍ଚ୍ଚ କରିବା ସହଜ ହେବ । ଭାରତ ଓ ଜାପାନର ମିଳିତ ଭାବରେ କରାଯାଉଥିବା ମିଶନ ଚନ୍ଦ୍ର ବିଜ୍ଞାନର ବିଭିନ୍ନ ଚିତ୍ତାକର୍ଷକ ପ୍ରଶ୍ନର ଉତ୍ତର ସାମ୍ନାକୁ ଆଣିବା ପାଇଁ ଶକ୍ତି ବଢାଇଥାଏ । ତେବେ ଏହି ନୂଆ ମିଶନ ୨୦୨୬ ସୁଦ୍ଧା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି ।


Also Read- ଗୋଟିଏ ଗୋଡରେ ଯାତ୍ରା କଲେ ୮୫ କିମି, ବାବା ଗରିବ ନାଥରେ ପହଞ୍ଚିଲା ୧୦ ବର୍ଷର ଭିନ୍ନକ୍ଷମ ଝିଅ