Onion Price: ଟମାଟୋ ପରେ ପିଆଜ ଦରରେ ଲାଗିବ ନିଆଁ ! ଦାମ ହେଇପାରେ ଏତିକି
Onion Price: ବର୍ତ୍ତମାନ ଟମାଟୋ ଦରକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ରହିଥିବାବେଳେ ପୁଣିଥରେ ପିଆଜ ଦରକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।
Onion Price: ଦେଶର ଅନେକ ରାଜ୍ୟରେ ଟମାଟୋ ଦର ଆକାଶଛୁଆଁ ରହିଛି । କିଛି ସ୍ଥାନରେ ଟମାଟୋ (Tomato) ୧୫୦ ଟଙ୍କାରୁ ୨ଶହ ଟଙ୍କା ମଧ୍ୟରେ ମିଳୁଥିବାବେଳେ ଅନେକ ସ୍ଥାନରେ ୨ଶହ ଟଙ୍କାରୁ ଅଧିକ ଦାମରେ ଟମାଟୋ ମିଳୁଛି । ତେବେ ଏହା ମଧ୍ୟରେ ସାଧାରଣ ଜନତାଙ୍କ ରୋଷେଇ ଘରର ଅତି ଆବଶ୍ୟକୀୟ ଜିନିଷ ପିଆଜର ଦର ବୃଦ୍ଧି ହେବାର ଖବର ଆସୁଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ପିଆଜ (Onion) ଦରରେ ରେକର୍ଡ ବୃଦ୍ଧି ହୋଇପାରେ । ବର୍ତ୍ତମାନ ବଜାରରେ ପିଆଜ ଦର (Price) ୨୫ରୁ ୩୫ ଟଙ୍କା ମଧ୍ୟରେ ରହିଛି ।
ପିଆଜ ଦର କେତେ ବଢିବ?
ଚଳିତ ଅଗଷ୍ଟ (August) ଶେଷ ସୁଦ୍ଧା ଖୁଚୁରା ବଜାରରେ ପିଆଜ ମୂଲ୍ୟରେ ରେକର୍ଡ ବୃଦ୍ଧି ହେବାର ସମ୍ଭାବନା ରହିଛି । ଖୁଚୁରା ବଜାରକୁ ଯୋଗାଣ ଅଭାବ କାରଣରୁ ପିଆଜ ଦର ବୃଦ୍ଧି ହୋଇପାରେ । ପିଆଜର ଦର ବଢି କିଲୋଗ୍ରାମ (kilogram) ପିଛା ପ୍ରାୟ ୫୦ଟଙ୍କାରୁ ୭୦ ଟଙ୍କା ପର୍ଯ୍ୟନ୍ତ ଛୁଇଁପାରେ ବୋଲି କୁହାଯାଉଛି । କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ ଏବଂ ଆନାଲିଟିକ୍ସ (Crisil Market Intelligence and Analytics)ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପିଆଜ ଦର ବୃଦ୍ଧି ହେଲେ ମଧ୍ୟ ୨୦୨୦ରେ ରେକର୍ଡ ବୃଦ୍ଧି ହୋଇଥିବା ଦରଠାରୁ କମ ଦରରେ ଉପଲବ୍ଧ ହେବ ।
କେତେଦିନ ପାଇଁ ପିଆଜ ଦର ବୃଦ୍ଧି ହେବ ?
ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଦର ବୃଦ୍ଧି ୧୫ରୁ ୨୦ ଦିନ ପାଇଁ ବଜାରରେ ଦେଖାଦେବ । ନୂଆ ପିଆଜ ଆସିବା ପରେ ବଜାରର ଚାହିଦା ପୂରଣ ହେଲେ ଦର କମିବା ଆରମ୍ଭ ହୋଇଯିବ ।
ଜାନୁଆରୀରୁ ମେ ମାସ ପର୍ଯ୍ୟନ୍ତ ପିଆଜ ଦର କମ୍ ଥିଲା ।
ଅକ୍ଟୋବର ମାସରେ ନୂଆ ପିଆଜ ବଜାରକୁ ଆସିବା ପରେ ଖୁଚୁରା ବଜାରରେ ଦର ପୁଣିଥରେ କମିପାରେ । ଏବିପି ନ୍ୟୁଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଅକ୍ଟୋବର-ଡିସେମ୍ବର (October-December) ମଧ୍ୟରେ ପିଆଜ ଦରରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଉଲ୍ଲେଖନୀୟ କଥା ଏହା ଯେ, ଜାନୁଆରୀରୁ ମେ ମାସରେ ଅନ୍ୟ ପନିପରିବା ତଥା ଡାଲି ଜାତୀୟ ଶସ୍ୟ ଅଧିକ ଦାମ ଥିବାବେଳେ ପିଆଜ ଦର ଲୋକଙ୍କୁ ଆଶ୍ୱସ୍ତି ଦେଇଥାଏ ।
ପିଆଜ ଚାଷରେ ହ୍ରାସ
ବଜାରରେ ପିଆଜ ଦର କମ ରହିଥିବା କାରଣରୁ ଅନେକ ଚାଷୀ (Farmer) ଏଥର ପିଆଜ ଚାଷ କରିବାକୁ ଇଚ୍ଛା କରିନାହାନ୍ତି । ତେଣୁ ଖୁବ୍ କମ ଚାଷୀମାନେ ଏଥର ପିଆଜ ଚାଷ କରିଛନ୍ତି । ଏହି କାରଣରୁ ଚଳିତ ବର୍ଷ ଏହି କ୍ଷେତ୍ର ପାଖାପାଖି ୮% ହ୍ରାସ ପାଇବ । ପିଆଜର ଖରିଫ ଉତ୍ପାଦନ ବର୍ଷକୁ ୫% ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ବାର୍ଷିକ (yearly) ସମୁଦାୟ ଉତ୍ପାଦନ ୨୯ ନିୟୁତ ଟନ୍ (MMT) ହେବ ବୋଲି କୁହାଯାଉଛି । ଯାହା ଗତ ବର୍ଷ ତୁଳନାରେ ୪ ପ୍ରତିଶତ ଅଧିକ । ତେଣୁ କମ୍ ଖରିଫ ଏବଂ ରବି ଉତ୍ପାଦନ ସତ୍ତ୍ୱେ ଚଳିତ ବର୍ଷ ପିଆଜ ଯୋଗାଣରେ ଅଧିକ ସମୟ ଧରି ଅସୁବିଧା ହେବ ନାହିଁ । ବଜାରରେ ପୂର୍ବ ବର୍ଷ ଗୁଡିକ ପରି ପିଆଜର ଅଧିକ ଅଭାବ ଦେଖାଦେବ ନାହିଁ ।
ତେବେ ଗ୍ରାହକଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି କୁହାଯାଉଛି । ବଜାରରେ କୁତ୍ରିମ ଅଭାବ ପାଇଁ ଅଧିକ ପିଆଜ ନକିଣିବା ଆବଶ୍ୟକ । ଯେତିକି ପିଆଜ ଆବଶ୍ୟକ କେବଳ ସେତିକି ପରିମାଣର କିଣିଲେ ପିଆଜ ଦର ଅଧିକ ପ୍ରଭାବିତ ହେବନାହିଁ ।
Also Read- Seema Haider: ଏହି ଦଳରୁ ନିର୍ବାଚନ ଲଢିପାରିବେ ସୀମା ହାଇଦର, ମହିଳା ୱିଙ୍ଗ ଅଧ୍ୟକ୍ଷ ପାଇଁ ଅଫର