Love Case: ଉତ୍ତରପ୍ରଦେଶ ପ୍ରୟାଗରାଜ (Prayagraj) ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଏଠାରେ AIIMSର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତନାଘନା କରିବା ପରେ ରୁମରୁ ଦୁଇ ପୃଷ୍ଠାର ସୁଇସାଇଡ୍ ନୋଟ (suicide note) ମିଳିଥିଲା । ଉକ୍ତ ସୁଇସାଇଡ୍ ନୋଟରେ ଲେଖାଥିଲା ଯେ, ଆତ୍ମହତ୍ୟା କରିବାର କାରଣ ହେଉଛନ୍ତି ପ୍ରେମିକା (Girlfriend) । ଏବେ ଡାକ୍ତରଙ୍କ ପରିବାର ଚିନ୍ତାରେ ପଡିଥିବାବେଳେ ତାଙ୍କ ବାପା ପୁଅର ପ୍ରେମିକା ଏବଂ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ମାମଲା (FIR) ଦାୟର କରିଛନ୍ତି।


COMMERCIAL BREAK
SCROLL TO CONTINUE READING

କନ୍ନୌଜ ମେଡିକାଲ କଲେଜରୁ MBBS
ସୂଚନା ଅନୁଯାୟୀ, ଏହି ମାମଲା ପ୍ରୟାଗର ଆଲାପୁର ଅଞ୍ଚଳରେ ଘଟିଛି। ଏଠାରେ ରା ବରେଲି ଏମସ (AIIMS) ରେ କାର୍ଯ୍ୟ କରୁଥିବା ଡକ୍ଟର ସୁଭାଷ ଏକ ଭଡା ଘରେ କହୁଥିଲେ । କିଛି ବ୍ୟକ୍ତି କହିଛନ୍ତି ଯେ, ସେ କନ୍ନୌଜ ମେଡିକାଲ କଲେଜ (Kannauj Medical College)ରୁ MBBS ଅଧ୍ୟୟନ କରିଥିଲେ। ଏହା ପରେ ସେ ରା ବରେଲି AIIMS ରେ ଅଭ୍ୟାସ ଜାରି ରଖିଥିଲେ । ଗୁରୁବାର ସକାଳେ ତାଙ୍କ ଫୋନ୍ ଉଠାଉନଥିଲେ । ଘରର କବାଟ ମଧ୍ୟ ସେ ବନ୍ଦ କରି ରଖିଥିଲେ । ପରେ ସନ୍ଦେହ ହେବାରୁ ପଡ଼ୋଶୀମାନେ ଏ ସମ୍ପର୍କରେ ପୋଲିସ (Police)କୁ ସୂଚନା ଦେଇଥିଲେ।


ରୁମରୁ ଆତ୍ମହତ୍ୟା ନୋଟ ପାଇଥିଲା ପୋଲିସ
ସୂଚନା ମୁତାବକ, ପୋଲିସ ପହଞ୍ଚିବା ପରେ ଘରର କବାଟ ଖୋଲାଯାଇଥିଲା । ରୁମକୁ ଯିବା ପରେ ପୋଲିସ ଡାକ୍ତର ସୁଭାଷଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲା । ରୁମରୁ ପୋଲିସକୁ ୨ ପୃଷ୍ଠା ଲେଖାଯାଇଥିବା ସୁଇସାଇଡ୍ ନୋଟ ମିଳିଥିଲା । ପରେ ପୋଲିସ ଉକ୍ତ ସୁଇସାଇଡ ନୋଟକୁ ଜବତ କରିବା ସହ ଡାକ୍ତର ସୁଭାଷଙ୍କ ଘର ଲୋକଙ୍କୁ ଏ ସମ୍ପର୍କରେ ସୂଚନା (Information) ଦେଇଥିଲା । ଖବର ପାଇବା ପରେ ମୃତ ଡାକ୍ତରଙ୍କ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ (Postmortem) ପାଇଁ ପଠାଇଥିଲା ।


ସୁଇସାଇଡ ନୋଟରେ ଆତ୍ମହତ୍ୟାର କାରଣ
ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଆତ୍ମହତ୍ୟା ନୋଟରେ ଡକ୍ଟର ସୁଭାଷ ଲେଖିଛନ୍ତି ଯେ, ମୁଁ ପ୍ରେମ (Love)ରେ କଷ୍ଟ, ଯନ୍ତ୍ରଣା ପାଇଛି । ମୋ ମୃତ୍ୟୁ ପାଇଁ ମୋ ଗର୍ଲଫ୍ରେଣ୍ଡ ଏବଂ ତାଙ୍କ ଭାଇ (Brother) ଦାୟୀ। ସେ ଏହା ମଧ୍ୟ ଲେଖିଛନ୍ତି ଯେ, ଚନ୍ଦ୍ରପ୍ରଭା (ପ୍ରେମିକା ) ୯ ଲକ୍ଷ ଟଙ୍କା ଦେଇ ଚନ୍ଦ୍ରପ୍ରଭା ଡାକ୍ତରଖାନାରେ ଜଣେ ନର୍ସିଂ ଅଫିସର (Nursing Officer) ହୋଇଥିଲେ। ବର୍ତ୍ତମାନ ସେ ମୋତେ ବ୍ଲାକମେଲ କରୁଛନ୍ତି। ମତେ ଅନ୍ୟତ୍ର ବିବାହ ମଧ୍ୟ କରିବାକୁ ଦେଉନାହାନ୍ତି । ଯେଉଁଠାରେ ମୋର ବାହାଘର (Marriage) ଠିକ୍ ହେଉଛି, ସେ କୌଣସି ମତେ ଖବର ନେଇ ବାହାଘର ଭାଙ୍ଗି ଦେଉଛନ୍ତି । ତାଙ୍କ ଭାଇ ମଧ୍ୟ ମତେ ଧମକ ଦେଇଛନ୍ତି ଯେ, ଆପଣଙ୍କୁ ଦୁଷ୍କର୍ମ ମାମଲାରେ ଛନ୍ଦିଦେବୁ । ଏହା ମଧ୍ୟ ନୋଟରେ ଲେଖା ହୋଇଛି ଯେ, ସେମାନେ କୁହନ୍ତି, ନା ମୋତେ ବଞ୍ଚିବାକୁ ଦେବେ ନାହିଁ କି ମରିବାକୁ ଦେବେ ନାହିଁ । ମତେ ସେମାନେ ଖୁବ ଯନ୍ତ୍ରଣା ଦେବାପାଇଁ ସବୁବେଳେ ଚେଷ୍ଟା କରିଛନ୍ତି ।


ଗର୍ଲଫ୍ରେଣ୍ଡ ଏବଂ ତାଙ୍କ ଭାଇଙ୍କ ବିରୋଧରେ ପୋଲିସ୍ କେସ୍
ସମସ୍ତ ଖବର ଜାଣିବା ପରେ ଡକ୍ଟର ସୁଭାଷଙ୍କ ପିତା (Father) ଅଭିମନ୍ୟୁ ପୁଅର ପ୍ରେମିକା ଏବଂ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ଡାକ୍ତରଙ୍କ ପ୍ରେମିକା ଓ ତାଙ୍କ ଭାଈଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି ।


Also read- Monkey Steals Money: ପାର୍କିଂ ବାଇକରୁ ଦେଢ ଲକ୍ଷ ଟଙ୍କା ଚୋରି କଲା ମାଙ୍କଡ: ଆଉ ତାପରେ...