State Dinner For PM Modi in White House: ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଆମେରିକାରେ ଗସ୍ତରେ ଅଛନ୍ତି (PM Modi US Visit) । ହ୍ୱାଇଟ୍ ହାଉସରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍। ହ୍ୱାଇଟ୍ ହାଉସରେ (White House) ରାତ୍ରୀକାଳୀନ ଭୋଜନ ମଧ୍ୟ ଆୟୋଜିତ ହୋଇଛି। ଏହି ରାତ୍ରୀ ଭୋଜନରେ ମୁକେଶ ଅମ୍ବାନୀ (Mukesh Ambani) ଓ ନୀତା ଅମ୍ବାନୀ(Nita Ambani), ଆନନ୍ଦ ମହିନ୍ଦ୍ରା (Anand Mahindra) ଠାରୁ ସୁନ୍ଦର ପିଚାଇ ପର୍ଯ୍ୟନ୍ତ ଅନେକ ବଡ ବଡ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ଏହା ସହିତ ଭାରତ ସରକାରଙ୍କ ବଡ ପ୍ରତିନିଧିମାନେ ଏହି  ଡିନର ପାର୍ଟିରେ ସାମିହ ହୋଇଥିଲେ । ବୈଦେଶିକ ମନ୍ତ୍ରଣାଳୟର ଅନେକ ବ୍ୟକ୍ତିମାନେ ମଧ୍ୟ ସାମିଲ ହୋଇଥିଲେ । 


COMMERCIAL BREAK
SCROLL TO CONTINUE READING

ରାତ୍ରି ଭୋଜନରେ ଏହି ସବୁ ଖାଦ୍ୟ ପରସା ଯାଇଥିଲା: ତେବେ, ଡିନରରେ (State dinner)ବହୁ ସୁଆଦିଆ ଖାଦ୍ୟ ଅତିଥିଙ୍କୁ ପରସା ଯାଇଥିଲା ।  ପିଏମ ମୋଦୀ ଶାକାହାରୀ ହୋଇଥିବାରୁ ସେ କେବଳ କିଛି ନିଦ୍ଦିଷ୍ଟ ନିରାମିଷ ଖାଦ୍ୟ ଖାଇଥିଲେ। ତେବେ, ଏହି ଡିନର ପାର୍ଟିରେ ଅତିଥିଙ୍କୁ ଭାରତୀୟ ଖାଦ୍ୟ ପରସା ଯାଇଥିଲା। 


 



Also Read: Weather Update: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଆଜିଠୁ ଏହି ୪ ଜିଲ୍ଲାରେ ୫ ଦିନ ଯାଏଁ ପ୍ରବଳ ବର୍ଷିବ!


Also Read: Mangal Gochar 2023: ସିଂହ ରାଶିକୁ ଚଳନ କରିବେ ମଙ୍ଗଳ , ସତର୍କ ରୁହନ୍ତୁ ଏହି ୫ଟି ରାଶିର ଲୋକେ!


ଅତିଥି ତାଲିକାରେ ସାମିଲ ଥିଲେ ଏହି ସବୁ ସ୍ପେଶାଲ ଗେଷ୍ଟ: ତେବେ, ଏହି ଡିନର ପାର୍ଟିରେ ପ୍ରାୟ ୪୦୦ ଅତିଥି ସାମିଲ ହୋଇଥିଲେ। ତେବେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଏନଏସଏ ଅଜିତ ଡୋଭାଲ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି, ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ, ଆନନ୍ଦ ଗିରିଧରଦାସ, ଆନନ୍ଦ ମହିନ୍ଦ୍ରା, ସତ୍ୟ ନାଡେଲା ଏବଂ ଅନୁ ନାଡେଲା, ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତାମାନେ ଏମ୍ ନାଇଟ୍ ଶ୍ୟାମଲାନ୍, ନିଧି ତିୱାରୀ, ଆଡୋବ୍ ସିଇଓ ଶାନ୍ତନୁ ନାରାୟଣ, ସଲମାନ ଅହମ୍ମଦ ସାମିଲ ହୋଇଥିଲେ।  ସେହିପରି, ଆମେରିକାର ପ୍ରୋଟୋକଲ୍ ମୁଖ୍ୟ ରୁଫସ୍ ଗିଫୋର୍ଡ, ରିମ୍ ଆକ୍ରା ଏବଂ ଡକ୍ଟର ନିକୋଲାସ୍ ଟାଗଲ୍, ମାଲା ଆଡିଗା, ଓଲିଉଡ ଅଷ୍ଟିନ, ଆପଲ୍ ସିଇଓ ଟିମ୍ କୁକ୍, ତରୁଣ ଛାବ୍ରା, କମଲା ହାରିସ୍, ରାଉନାକ ଦେଶାଇ ଏବଂ ଡକ୍ଟର ବନସାରୀ ଶାହା, ମାଇକେଲ ଫ୍ରୋହମାନ ଅତିଥି ତାଲିକାରେ ନାନ୍ସୀ ଗୁଡମ୍ୟାନ୍, ଏରିକ୍ ଗାରସେଟି, ମେରିକ୍ ଗାରଲ୍ୟାଣ୍ଡ, ଆଟର୍ଣ୍ଣି ଜେନେରାଲ୍, ଆମେରିକାର ନ୍ୟାୟ ବିଭାଗ ଏବଂ ଲିନ୍ ରୋସନମ୍ୟାନ୍ ଗାରଲ୍ୟାଣ୍ଡ, କିର୍ଷ୍ଟେନ୍ ଗିଲିବ୍ରାଣ୍ଡ ଏବଂ ଅନ୍ୟମାନେ ଅତିଥି ତାଲିକାରେ ଥିଲେ।


ସେହିପରି ବାଇଡେନ ଦମ୍ପତିଙ୍କୁ ୭.୫ କ୍ୟାରେଟ୍‌ର ସବୁଜ ହୀରା ମୋଦି ଉପହାର ସ୍ୱରୂପ ଭେଟି ଦେଇଛନ୍ତି । ରାଜସ୍ଥାନ କାରିଗରଙ୍କ ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି । କର୍ଣ୍ଣାଟକର ଚନ୍ଦନକାଠ, ତାମିଲନାଡୁର ଧଳା ରାଶି, ରାଜସ୍ଥାନର ୨୪ କ୍ୟାରେଟ୍ ସୁଦ୍ଧ ଓ ହଲମାର୍କ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଇଛନ୍ତି । ଏହାବାଦ ପଞ୍ଜାବରୁ ଆଣିଥିବା ଘିଅ ଦାନ କରିଥିବା ବେଳେ ଝାଡ଼ଖଣ୍ଡରୁ ଆଣିଥିବା ଟସର ସିଲ୍କର କପଡ଼ା ପ୍ରଦାନ କରିଥିଲେ। କେବଳ ଏତିକି ନୁହଁ ଉତ୍ତରାଖଣ୍ଡର ଲମ୍ବା ସରୁ ଚାଉଳ, ମହାରାଷ୍ଟ୍ରର ଗୁଡ଼ ମଧ୍ୟ ଉପହାର ଭାବେ ଦେଇଛନ୍ତି ।