Mandisa Hundley Passes Away: ଆମେରିକୀୟ ଆଇଡଲ୍ ସିଜିନ୍ ୫ ବିଜେତା ଓ ଗ୍ରାମି ବିଜେତା ମାଣ୍ଡିସା ହଣ୍ଡଲିଙ୍କର ୪୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗାୟୀକା ମାଣ୍ଡିସା ହଣ୍ଡଲିଙ୍କ ଭେରିଫାଏଡ୍ ଥିବା ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ସୂଚନା ଦିଆଯାଇଛି। ମାଣ୍ଡିସାଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲା। ଗାୟୀକାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମାଣ୍ଡିସା ହଣ୍ଡଲିଙ୍କ ମୃତ୍ୟୁକୁ ରହସ୍ୟମୟ ମୃତ୍ୟୁ ବୋଲି ପୋଲିସ କହୁଛି ଓ ଏହାର ତଦନ୍ତ କରୁଛି। ଗ୍ରାମି ବିଜେତା ଗାୟକଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ମାଣ୍ଡିସା ହଣ୍ଡଲିଙ୍କ ମୃତ୍ୟୁ ବିଷୟରେ ସୂଚନା ଇନଷ୍ଟାଗ୍ରାମରୁ ମିଳିଛି
ମାଣ୍ଡିସା ହଣ୍ଡଲିଙ୍କ ମୃତ୍ୟୁ ବିଷୟରେ ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି। ଗାୟକଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ଫଟୋ କ୍ୟାପସନରେ କୁହାଯାଇଛି ଯେ ଗତକାଲି ତାଙ୍କ ଘରେ ମାଣ୍ଡିସାଙ୍କ ମୃତଦେହ ମିଳିଥଲା। ଏହି ସମୟରେ ଆମେ ତାଙ୍କ ମୃତ୍ୟୁର କାରଣ ଜାଣିନାହୁଁ। ଏହି ଅଦ୍ଭୁତ ସମୟରେ ତାଙ୍କ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ମାଣ୍ଡିସା ସାରା ବିଶ୍ୱରେ ଯେଉଁମାନେ ଜୀବନକୁ ଅନେକ ଚ୍ୟାଲେଞ୍ଜରେ ସମ୍ମୁଖୀନ ହେଉଥିଲେ, ସେମାନଙ୍କ ପାଇଁ ସେ ତାଙ୍କର ଉତ୍ସାହ ଓ ସ୍ୱର ଥିଲେ।”



ମାଣ୍ଡିସା ଲିନ୍ ହଣ୍ଡଲି କ୍ୟାରିଅର୍
ମାଣ୍ଡିସା ଲିନ୍ ହଣ୍ଡଲି ୨୦୦୬ ରେ ଆମେରିକୀୟ ଆଇଡଲରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଗାୟାକା ନବମ ସ୍ଥାନରେ ରହିଥିଲେ। ଆମେରିକୀୟ ଆଇଡଲ୍ ପରେ, ମାଣ୍ଡିସା ୨୦୦୭ ରେ ଟ୍ରୁ ବିୟୁଟି ଆଲବମ୍ ସହିତ ଡେବ୍ୟୁ କରିଥିଲେ ଓ ଖ୍ରୀଷ୍ଟିଆନ ସଙ୍ଗୀତରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ମାଣ୍ଡିସା ପୁନର୍ବାର ଅନେକ ହିଟ୍ ଗୀତ ଦେଇଥିଲେ ଓ ଗ୍ରାମି ଆୱାର୍ଡ ଜିତି ଇତିହାସ ସୃଷ୍ଟି କରିଥିଲେ। ଗାୟକଙ୍କ ପ୍ରଶଂସକମାନେ ହଠାତ୍ ତାଙ୍କର ଦୁନିଆରୁ ଚାଲିଯିବା ଚକିତ ହେବା ସହ ଦୁଃଖ ପ୍ରକାଷ କରୁଛନ୍ତି।