Amit Shah Visit: ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା (Odisha) ଗସ୍ତରେ ଆସି ଦିଲ୍ଲୀ (New Delhi) ଫେରିଯାଇଛନ୍ତି ଗୃହମନ୍ତ୍ରୀ (Home Minister) ଅମିତ ଶାହ (Amit Shah)। ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ଗୃହମନ୍ତ୍ରୀ ଆଜି କଟକରେ ଦୈନିକ ଖବର କାଗଜ (Newspaper) ପ୍ରଜାତନ୍ତ୍ରର (Prajatantra) ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେଇଥିଲେ। ଆଜି ଯୋଗ ଦେଇ ଜୟ ଜଗନ୍ନାଥରୁ (Jay Jagannath) ନିଜ ଭାଷଣ ଆରମ୍ଭ କରିଥିଲେ ଅମିତ୍ ଶାହ (Amit Shah)। ଏହା ସହ ମୁଖ୍ୟମନ୍ତ୍ରୀ (Chief Minister) ନବୀନ ପଟ୍ଟନାୟକଙ୍କୁ (Naveen Patnaik) ଉତ୍କଳ ଭୂମିର ଯୋଗ୍ୟ ସନ୍ତାନ କହି ସମ୍ବୋଧନ କରିଲେ । 


COMMERCIAL BREAK
SCROLL TO CONTINUE READING

ସେହିପରି ଧର୍ମେନ୍ଦ୍ରଙ୍କୁ ନିଜ ମିତ୍ର କହିଲେ । ଆଉ ଭର୍ତୃହରିଙ୍କୁ ଦେଶର ଶ୍ରେଷ୍ଠ ସାଂସଦ କହିଥିଲେ ଅମିତ୍ ଶାହ। ପ୍ରତିଭା ରାୟଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଥିଲେ। କହିଲେ ମୁଁ ଭାରତର ପଶ୍ଚିମ ଭାଗରେ ଆସି ପୂର୍ବ ଭୂମିରେ ପାଦ ରଖିଛି। ସେଠାରେ ବି ଜଗନ୍ନାଥ, ଏଠି ବି ଜଗନ୍ନାଥ ଅଛନ୍ତି। ମୁଁ କେବଳ ଭର୍ତୃହରିଙ୍କୁ ଶୁଭେଚ୍ଛା ପାଇଁ ଏଠିକି ଆସିଛି। ପ୍ରଜାତନ୍ତ୍ର ଓ ଉତ୍କଳ କେଶରୀଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଛି ବୋଲି ଶ୍ରୀ ଶାହ କହିଥିଲେ। 


ଦେଶ ସ୍ଵାଧୀନତାର ଶତାବ୍ଦୀ ଓ ପ୍ରଜାତନ୍ତ୍ରର ଶତାୟୁ ପାଳନକୁ ଆଉ ୨୫ବର୍ଷ ବାକି ରହିଛି। ଏଇ ମାଟିରେ ଜନ୍ମ ହୋଇଥିବା ଝିଅ ଦ୍ରୌପଦୀ ମୁର୍ମୁ, ଆଜି ମହାମହିମ। ଗରିବରୁ ଅତି ଗରିବ ଘରୁ ଆସି ପ୍ରଥମ ଆଦିବାସୀ ମହିଳା ଭାବେ ସେ ରାଷ୍ଟ୍ରପତି ହୋଇ ପାରିଛନ୍ତି। ଏବେ ଓଡ଼ିଶାର ଅଛେ ଦିନ ଆସିଯାଇଛି। ସ୍ଵାଧୀନତା ପରେ ଓଡ଼ିଆଙ୍କୁ ଏତେ ଗୁରୁତ୍ୱ ଓ ସମ୍ମାନ ମିଳି ନ ଥିଲା। ରାଷ୍ଟ୍ରପତିଙ୍କ ଠାରୁ ନେଇ କେନ୍ଦ୍ରୀୟ ସର୍ବୋଚ୍ଚ ପଦବୀରେ ଏବେ ଓଡ଼ିଆ କାର୍ଯ୍ୟରତ। କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରିବା ଦରକାର । ଏହା ଦ୍ଵାରା ବିକାଶ ତ୍ୱରାନ୍ୱିତ ହେବ। ଓଡ଼ିଶାରେ ସବୁ ଅଛି। ପ୍ରକୃତିକ ସମ୍ପଦ ଠୁ ନେଇ ପ୍ରାଚୁର୍ଯ୍ୟ ଓ ପର୍ଯ୍ୟଟନ । ଉତ୍କଲ ପ୍ରଦେଶର ସଂସ୍କୃତି ଉଚ୍ଚ କୋଟିର।  ଏହା ଆମକୁ ଆଗକୁ ନେବାକୁ ପଡ଼ିବ । ସେହିପରି ରାଜଭାଷା ହିନ୍ଦୀକୁ ଆଗକୁ ନେବାରେ ଭର୍ତୃହରିଙ୍କ ହାତ ରହିଛି।


ସୂଚନାଯୋଗ୍ୟ  ମହାପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନରୁ ଆରମ୍ଭ ହୋଇଥିଲା ଶାହଙ୍କ ଗସ୍ତ କାର୍ଯ୍ୟକ୍ରମ।  ଲିଙ୍ଗରାଜ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ସହ ଜଳାଭିଷେକ କରିଥିଲେ ଶାହ। ବେଢ଼ା ପରିକ୍ରମା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ ଗୃହ ମନ୍ତ୍ରୀ। ଶାହଙ୍କ ଗସ୍ତ ପାଇଁ ଲିଙ୍ଗରାଜ ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଲିଙ୍ଗରାଜ ଦର୍ଶନ ବେଳେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ । ପ୍ରାୟ ୨୦ ମିନିଟ୍ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶାହ ସେଠାରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇଥିଲେ। ଯେଉଁଠି  ତାଙ୍କୁ ପାରମ୍ପରିକ ରୀତିରେ ସ୍ବାଗତ କରାଯାଇଥିଲା । ଏହାପରେ ଜଳପାନରେ ଆତିଥ୍ୟ ଦେଇଥିଲେ ରାଜ୍ୟ ବିଜେପି ସଭାପତି ।


ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ବାସଭବନରୁ ଶାହଙ୍କ କାରକେଡ୍ ବାହାରିଥିଲା କଟକ ଅଭିମୁଖେ । ସ୍ଥାନେ ସ୍ଥାନେ ଶାହଙ୍କୁ ମିଳିଥିଲା ବିପୁଳ ସମ୍ବର୍ଦ୍ଧନା । ନଖରା ଛକରେ କିଛି ସମୟ ପାଇଁ ଅଟକି ଯାଇଥିଲା ଶାହଙ୍କ୍ କାରକେଡ୍ । ଯେଉଁଠି ପୁଷ୍ପଗୁଚ୍ଛ ଦେଇ ଶାହଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ଦଳୀୟ ନେତା ଓ କର୍ମୀ । ଶାହଙ୍କ ସ୍ବାଗତ ପାଇଁ କଟକ ଲିଙ୍କ୍ ରୋଡରେ ରାସ୍ତାର ଦୁଇ ପାଖରେ ଅପେକ୍ଷାରେ ଥିଲେ ହଜାର ହଜାର ଲୋକ । କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ନେତାଜୀଙ୍କ ସ୍ମୃତିକୁ ବେଶ୍ ନିକଟତର ଅନୁଭବ କରିଥିଲେ ଶାହ । ନେତାଜୀଙ୍କ ଫଟୋ, ନେତାଜୀ ବ୍ୟବହାର କରିଥିବା ଖଟ, ସାମଗ୍ରୀ ଗୁଡିକୁ ଗୋଟି ଗୋଟି କରି ଦେଖିଥିଲେ ଶାହ ।


ଅପରାହ୍ନରେ ଭୁବନେଶ୍ବରରେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହାପରେ ହୋଟେଲ ମେ ଫେୟାରରେ ମୋଦି @୨୦ ପୁସ୍ତକର ଉନ୍ମୋଚନ କରିଥିଲେ ଶାହ ।