Ram mandir flag: ଜଣେ ଝିଅ ନୂଆ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ୧୩ ହଜାର ଫୁଟ ଉଚ୍ଚରୁ ଡେଇଁବା ସହିତ ହାତରେ ପ୍ରଭୁ ଶ୍ରୀରାମଙ୍କୁ ସମର୍ପିତ ଏକ ପତାକା ଧରିଥିବା ଦେଖିବାକୁ ମିଳିଛି । ସେ ଝିଅ ଜଣକର ନାମ ଅନାମିକା ଶର୍ମା ତାଙ୍କ ଘର ପ୍ରୟାଗରାଜ ଅଞ୍ଚଳରେ ବୋଲି ଜଣାପଡିଛି । ଅନାମିକା ବ୍ୟାଙ୍କକରେ ଭୂପୃଷ୍ଠରୁ ୧୩ ହଜାର ଫୁଟ ଉଚ୍ଚରୁ ରାମ ମନ୍ଦିରର ପତାକା ସହିତ ତଳକୁ ଡେଇଁପଡିଥିଲେ । ପୂର୍ବରୁ ସ୍କାଏଡାଇଭିଂ କ୍ଷେତ୍ରରେ ଅନାମିକାଙ୍କ ଅନେକ ରେକର୍ଡ ହାସଲ କରିଥିବାବେଳେ ବର୍ତ୍ତମାନ ଏହି ରେକର୍ଡକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି ।


COMMERCIAL BREAK
SCROLL TO CONTINUE READING

ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିରରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ କରାଯାଉଛି । ଏହି ମହୋତ୍ସବକୁ ସମ୍ମାନ ଜଣାଇ ୨୨ ବର୍ଷ ବୟସ୍କା ଅନାମିକା ଆକାଶରେ ୧୩ ହଜାର ଫୁଟ ଉଚ୍ଚରେ ଏହି ପତାକା ସ୍ଥାପନ କରି ପ୍ରୟାଗରାଜ ସହର ସମେତ ସମଗ୍ର ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି । ଅନାମିକା ଥାଇଲ୍ୟାଣ୍ଡର ଏକ ସ୍ଥାନରେ ସନାତନ ଏବଂ ପ୍ରଭୁ ଶ୍ରୀ ରାମଙ୍କ ପତାକା ଉତ୍ତୋଳନ କରିଥିଲେ। ଏହି କାରଣରୁ ଥାଇଲ୍ୟାଣ୍ଡର ନାଗରିକମାନେ ମଧ୍ୟ ଖୁବ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି । କାରଣ ଥାଇଲ୍ୟାଣ୍ଡ ସହରର ଲୋକମାନେ ରାମ ଭକ୍ତ ହନୁମାନଙ୍କୁ ଖୁବ ମାନନ୍ତି ବୋଲି କୁହାଯାଏ ।


ଅନାମିକାଙ୍କ ମାଆ ପ୍ରିୟଙ୍କା ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ମୋ ଝିଅର ଏହି କାମ ପାଇଁ ଖୁବ୍ ଗର୍ବିତ ଅନୁଭବ କରୁଛି । ଯେତେବେଳେ ମୁଁ ଅନାମିକା ଏହା କରିଥିବାର ଜାଣିବାକୁ ପାଇଲି ସେତେବେଳେ ମୁଁ ବହୁତ ଖୁସି ଅନୁଭବ କଲି । ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦରେ ଏହା ସମ୍ଭବ ହୋଇପାରିଛି ବୋଲି ଅନାମିକାଙ୍କ ମାଆ କହିଛନ୍ତି । ଅନାମିକା ପ୍ରଭୁ ଶୀରାମଙ୍କୁ ଖୁବ ଭଲପାଆନ୍ତି ଏବଂ ପୂଜା ମଧ୍ୟ କରନ୍ତି । ସେ ଆଜି ପର୍ଯ୍ୟନ୍ତ ଯାହା କରିଛନ୍ତି ତାହା ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ପାଇଁ ସମ୍ଭବପର ହୋଇଛି ବୋଲି ଅନାମିକା କହିଛନ୍ତି । ଏଥିସହ ଅନାମିକା ଏକଥା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଯୁଗ ବଦଳିଛି ତେଣୁ ସ୍କାଏଡାଇଭିଂରେ ଖୁବ୍ କ୍ରେଜ୍ ରହିଛି । ଅନ୍ୟ ଯୁବକ ଯୁବତୀମାନେ ମଧ୍ୟ ଚେଷ୍ଟା କଲେ ଏହା କରିପାରିବେ ବୋଲି ଅନାମିକା କହିଛନ୍ତି ।


ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଅନାମିକାଙ୍କ ପିତା ଅଜୟ କୁମାର ଶର୍ମା ଭାରତୀୟ ସେନାରେ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି। ଅଜୟ ମଧ୍ୟ ସ୍କାଏଡାଇଭିଂ କରୁଥିଲେ ତେଣୁ ତାଙ୍କ ଝିଅ ଅନାମିକା ମଧ୍ୟ ପିଲାଟି ଦିନରୁ  ସ୍କାଏଡାଇଭିଂ ପ୍ରତି ରୁଚି ରଖିଥିଲେ । ଅଳ୍ପ ବୟସରୁ ହିଁ ଉଚ୍ଚ ସ୍ଥାନରୁ ଡେଇଁବା ଅଭ୍ୟାସ କରିଥିଲେ ଅନାମିକା ।


Also Read- Mann Ki Baat Highlights: ୨୦୨୩ଶେଷ ୨୦୨୪ ଆରମ୍ଭ ନେଇ 'ମନ କି ବାତ୍'ରେ ବାର୍ତ୍ତା


Also Read- IPS Arun Kumar Sarangi: ଦାୟିତ୍ୱ ଗ୍ରହଣ କଲେ ନୂଆ ଆରକ୍ଷୀ ମହାନିର୍ଦ୍ଦେଶକ