Andhra Pradesh Train Accident Latest Update: ଗତ ୨୯ ତାରିଖ ରବିବାର ରାତିରେ ଆନ୍ଧ୍ର ପ୍ରଦେଶ ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଏହି ଦୁର୍ଘଟଣା ପଛରେ କେଉଁ କାରଣ ରହିଛି ତାହା ଏବେ ସାମ୍ନାକୁ ଆସିଛି। ଏନେଇ ହୋଇଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଏହି ଦୁର୍ଘଟଣା ପାଇଁ ରାୟଗଡା ପାସେଞ୍ଜର ଟ୍ରେନ ଡ୍ରାଇଭର ଏବଂ ସହକାରୀ ଡ୍ରାଇଭର ଦାୟୀ ବୋଲି କୁହାଯାଉଛି। କାରଣ ରାୟଗଡା ପାସେଞ୍ଜର ଟ୍ରେନ ନିୟମ ଉଲ୍ଲଂଘନ କରି ଦୁଇଟି ତ୍ରୁଟି ପୂର୍ଣ୍ଣ ଅଟୋ ସିଗନାଲ୍ ଅତିକ୍ରମ କରିଥିଲା। ରେଳ ଦୁର୍ଘଟଣାରେ ଉଭୟ ଚାଳକ ଦଳ ସଦସ୍ୟଙ୍କ ମୃତ୍ୟୁ ହୋଇଛି।


COMMERCIAL BREAK
SCROLL TO CONTINUE READING

ପ୍ରାୟ ୭ ଜଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ସେମାନେ ଦୁର୍ଘଟଣା ସ୍ଥଳ, ଉପଲବ୍ଧ ପ୍ରମାଣ, ସଂପୃକ୍ତ ଅଧିକାରୀଙ୍କ ବିବୃତ୍ତି, ଡାଟା ଲଗର୍ ରିପୋର୍ଟ ଏବଂ ସ୍ପିଡୋମିଟର ଚାର୍ଟ ଯତ୍ନର ସହ ପରୀକ୍ଷା କରିଛନ୍ତି। ରିପୋର୍ଟ ମାଧ୍ୟମରେ ଆହୁରି ଦର୍ଶାଯାଇଛି ଯେ ରାୟଗଡା ପାସେଞ୍ଜର ଟ୍ରେନ୍, ବିଶାଖାପଟ୍ଟନମ୍ ପଲାସା ପାସେଞ୍ଜର ଟ୍ରେନ୍ ପଛରୁ ଧକ୍କା ଦେଇଥିଲା କାରଣ ରାୟଗଡା ପାସେଞ୍ଜର ଟ୍ରେନ କର୍ମଚାରୀ ଦୁଇଟି ତ୍ରୁଟିପୂର୍ଣ୍ଣ ଅଟୋ ସିଗନାଲ୍ ଅତିକ୍ରମ କରିଥିଲେ।


ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ରାୟଗଡା ପାସେଞ୍ଜର ଟ୍ରେନ୍ ଲୋକୋ ପାଇଲଟ୍ ଏସ୍.ଏମ.ଏସ ରାଓ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଙ୍କୁ ଏହି ଦୁର୍ଘଟଣା ପାଇଁ ଦାୟୀ କରାଯାଇଛି। ରେଳବାଇ ନିୟମ ଅନୁଯାୟୀ ଟ୍ରେନ ତ୍ରୁଟିପୂର୍ଣ୍ଣ ଅଟୋ ସିଗନାଲ ପାଖରେ ଦୁଇ ମିନିଟ୍ ଅଟକି ରହିବା ଆବଶ୍ୟକ। ଏହା ପରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରିବା ଆବଶ୍ୟକ। ମାତ୍ର ଏପରି ହaଇନଥିଲା। ଯେଉଁ କାରଣରୁ ଦୁଇଟି ଟ୍ରେନ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। 


ଏନେଇ କୁହାଯାଇଛି ଯେ କଣ୍ଟାକାପାଲ୍ଲୀ-ଆଲାମଣ୍ଡା ବିଭାଗ ମଧ୍ୟରେ ଦୁଇଟି ତ୍ରୁଟିପୂର୍ଣ୍ଣ ଅଟୋ ସିଗନାଲ୍ ରହିଛି। ଯେଉଁଠାରେ ଟ୍ରେନ ପରସ୍ପର ସହ ଧକ୍କା ହୋଇଥିଲା। ବିଶାଖାପଟ୍ଟନମ୍ ପଲାସା ପାସେଞ୍ଜର ଟ୍ରେନ୍ ଉଭୟ ସିଗନାଲ ଠାରେ ଅଟକି ରହିଥିଲା ଏବଂ ଘଣ୍ଟା ପ୍ରତି ୧୦ କିଲୋମିଟର ସୀମିତ ବେଗରେ ଗତି କରିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ ରାୟଗଡା ପାସେଞ୍ଜର ଟ୍ରେନ ଉଭୟ ଦୁଇଟି ତ୍ରୁଟିପୂର୍ଣ୍ଣ  ଅଟୋ ସିଗନାଲ୍ ଠାରେ ଏହି ନିୟମ ମାନି ନଥିଲା ଏବଂ ସୀମିତ ବେଗରେ ଚାଲୁଥିବା ବିଶାଖାପଟ୍ଟନମ୍ ପଲାସା ପାସେଞ୍ଜର ଟ୍ରେନ୍ ସହିତ ଧକ୍କା ହୋଇଥିଲା।


ଅକ୍ଟୋବର ୨୯ ତାରିଖ ରବିବାର ସନ୍ଧ୍ୟା ସମୟରେ ଆନ୍ଧ୍ର ପ୍ରଦେଶର ବିଜୟ ନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଠାରେ ହାୱଡ଼ା-ଚେନ୍ନାଇ ରେଳମାର୍ଗରେ ଏକ ରୟଗଡ଼ା ପାସେଞ୍ଜର ଟ୍ରେନ୍ ପଛ ଭାଗରୁ ବିଶାଖାପଟ୍ଟନମ୍ ପଲାସା ପାସେଞ୍ଜର ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଯେଉଁ କାରଣରୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।