Bangladesh tragedy: ବାଙ୍ଗଲାଦେଶ ଦଙ୍ଗା ଏବେ ଉଗ୍ର ରୂପ ନେଇଛି । ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଥମେ ବିରୋଧ ଏବଂ ଛାତ୍ର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ୍ ହସିନା ବିଦେଶ ପଳାଇଛନ୍ତି । ଏହି ସମୟରେ ଭିକ୍ଷୋଭକାରୀମାନେ ବିଭିନ୍ନ ଅମାନବୀୟ କାର୍ଯ୍ୟ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ବାଂଲାଦେଶରେ ଥିବା ହିନ୍ଦୁ ଲୋକଙ୍କୁ ଟାର୍ଗେଟ୍ କରି ମନ୍ଦିର ଭାଙ୍ଗୁଛନ୍ତି ଭିକ୍ଷୋଭକାରୀ । ଏହାର ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୫ ଅଗଷ୍ଟ ରାତି ସମୟରେ ବାଂଲାଦେଶର ପ୍ରାୟ ୨୭ ଜିଲ୍ଲାରେ ବସବାସ କରୁଥିବା ହିନ୍ଦୁଙ୍କ ଉପରେ ଆକ୍ରମଣ କରି ସେମାନଙ୍କ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଛନ୍ତି ଭିକ୍ଷୋଭକାରୀ । ଖୁଲନା ଡିଭିଜନ ମେହେରପୁରର ଥିବା ଏକ ଇସ୍କନ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରିଥିବା ଖବର ଆସିଛି । ଦେବଦେବୀଙ୍କ ମୂର୍ତ୍ତିରେ ନିଆଁ ଲଗାଇଥିଲେ ଭିକ୍ଷୋଭକାରୀମାନେ । କିନ୍ତୁ ମନ୍ଦିର କର୍ମକର୍ତ୍ତା ଚତୁରତାର ସହ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ସୁରକ୍ଷିତ ରଖିଛନ୍ତି ।


ବାଂଲାଦେଶ ବିଶୃଙ୍ଖଳା ପରିସ୍ଥିତିକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ତଥା ପୂର୍ବତନ ସରକାରୀ ପରାମର୍ଶଦାତା ସାଜିବ ୱାଜେଦ ଜୟ ଇଣ୍ଡିଆ ଟୁଡେକୁ ନିଜର ବୟାନ ଦେଇଛନ୍ତି। ସେ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପୁଅ ଦାବି କରିଛନ୍ତି ଯେ ବାଂଲାଦେଶ ପରବର୍ତ୍ତୀ ପାକିସ୍ତାନ ହେବ ଏବଂ ଆହୁରି ବିଶୃଙ୍ଖଳିତ ହେବ। ଦେଶରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ କରାଯାଉଥିବାରୁ ସେ ଭୟଭୀତ ରହିଛନ୍ତି। ବାଂଲାଦେଶରେ ଥିବା ହିନ୍ଦୁଙ୍କ ଉପରେ ବିପଦ ମାଡି ଆସିଛି । ହିନ୍ଦୁମାନଙ୍କୁ ଟାର୍ଗେଟ୍ କରିବା ସହ ସେମାନଙ୍କ ଘରେ ପଶି ଆକ୍ରମଣ କରୁଛନ୍ତି ବିକ୍ଷୋଭକାରୀ । ବାଂଲାଦେଶରେ ଥିବା ହିନ୍ଦୁ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରାଯାଇଛି । ବାଂଲାଦେଶ ମେହେରପୁର ଅଞ୍ଚଳରେ ଥିବା ଇସ୍କନ୍ ମନ୍ଦିରରେ ଆତତାୟୀ ମାନେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।


ହତ୍ୟାକାଣ୍ଡରୁ ଲଣ୍ଡନରେ ଜାରି ରହିଥିବା ହିଂସାକାଣ୍ଡ ପାଇଁ ଲଣ୍ଡନରେ ରହୁଥିବା ବା ବୁଲିବାକୁ ଯାଉଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ହିଂସା ବ୍ରିଟେନରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ସତର୍କ ରହିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି। ଏପରିକି ଯେଉଁମାନେ ବ୍ରିଟେନ ବା ଲଣ୍ଡନକୁ ବୁଲିବାକୁ ଆସୁଛନ୍ତି ସେମାନେ ସତର୍କତାର ସହିତ ଆସିବାକୁ ଦୂତାବାସ ପକ୍ଷରୁ ସୋସିଆଲ ମିଡି଼ଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛି। 


Also Read- Neeraj Chopra: ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା