Ghost City in World: ବର୍ତ୍ତମାନର ଏକ ବିଂଶ ଶତାବ୍ଦୀରେ ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ମାନବ ଜନବସତିକୁ ନେଇ ଆସିଛି ଏକ ବଡ଼ ଖବର। ଏନେଇ କୁହାଯାଉଛି ଯେ ପ୍ରାୟ ୭୫ ବର୍ଷ ପରେ  ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ଦେଶର ହଜାର ହଜାର ସହର ପରିତ୍ୟକ୍ତ ହେବାକୁ ଯାଉଛି। ଯାହା ଭବିଷ୍ୟତରେ ଏକ ଭୂତ ସହର ଭଳି ଦୃଶ୍ୟମାନ ହେବ। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନ ଅନୁଯାୟୀ କ୍ରମାଗତ ଭାବରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟା ହ୍ରାସ ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହେବ। ଆଗାମୀ ଶତାବ୍ଦୀରେ ଯେଉଁ ସହର ଭୂତ ପାଲଟିବ ସେଠାରେ କୌଣସି ମାନବ ଜନବସତି ଦୃଶ୍ୟମାନ ହେବ ନାହିଁ। ସେଠାରେ କେବଳ ରାସ୍ତା ଘାଟ ସହ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା କୋଠା ଘର ଦୃଶ୍ୟମାନ ହେବ। 


COMMERCIAL BREAK
SCROLL TO CONTINUE READING

ପରିତ୍ୟକ୍ତ ସହରରୁ କେଉଁ ସ୍ଥାନକୁ ଯିବେ ମଣିଷ?
ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଆମେରିକୀୟ ସହର ଖାଲି ହୋଇଯିବ। ଏହି ସହର ପ୍ରାୟ ୧୨-୧୩ ପ୍ରତିଶତ ହ୍ରାସ ପାଇଥିବାର ଦେଖିବାକୁ ମିଳିବ। ଯଦି ଆପଣ ଭାବୁଥାନ୍ତି ଯେ ସେହି ସମୟରେ ମଣିଷ ଜନ୍ମ ବନ୍ଦ ହୋଇଯିବ, ତାହେଲେ ଆପଣଙ୍କୁ କହିରଖୁଛୁ ଯେ ଏପରି ହେବ ନାହିଁ। ଅର୍ଥାତ ସେହି ସମୟରେ ମଧ୍ୟ ପରିତ୍ୟକ୍ତ ହେବାକୁ ଯାଉଥିବା ସହରରେ ମଣିଷ ଜନ୍ମ ହେବେ। ହେଲେ ସେଠାକାର ଅଧିକାଂଶ ଲୋକ ଉନ୍ନତ ଜଳବାୟୁ ରହିଥିବା ସ୍ଥାନକୁ ଚାଲିଯିବେ। ଯେଉଁଠାରେ ସେମାନଙ୍କୁ ରୋଜଗାର, ଉତ୍ତମ ଖାଦ୍ୟ ସହ ରହିବା ପାଇଁ ଭଲ ପରିବେଶ ମିଳିବ।


ପ୍ରଭାବିତ ହେବ ଅର୍ଥନୀତି 
କ୍ରମାଗତ ଭାବରେ ହେଉଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅର୍ଥନୀତି ଉପରେ କିଛି ସମୟ ମଧ୍ୟରେ ଦେଖାଯିବ। କାରଣ ଜଳବାୟୁ ପରିବର୍ତ୍ତନ ଭଳି ପ୍ରକ୍ରିୟା କ୍ରମାଗତ ଭାବରେ ଜାରି ରହିଛି। ଯାହାର ଫଳ ସ୍ୱରୂପ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟିବ। ଯାହାର ପ୍ରଭାବ ଫସଲ ଉତ୍ପାଦନ ଏବଂ ଅନ୍ୟାନ୍ୟ ରୋଜଗାର ଉପରେ ଦେଖାଯିବ। ସବୁଠୁ ବଡ ସମସ୍ୟା ଟ୍ରାଫିକ ହେବ। କାରଣ ଜଳବାୟୁ ପରିବର୍ତ୍ତନ ହେତୁ କେତେକ ସ୍ଥାନରେ ଅତ୍ୟଧିକ ଗରମ ଆଉ କେତେକ ସ୍ଥାନରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବ। କେତେକ ସ୍ଥାନରେ ବନ୍ୟା ହେବାର ଆଶଙ୍କା ବଢିଯିବ। ସେହିପରି ଅନ୍ୟ କିଛି ସ୍ଥାନରେ ବାତ୍ୟା ସୃଷ୍ଟି ହେବା ଭଳି ପରିସ୍ଥିତି ଉପୁଜିବ। ସେହିପରି ଆଉ କେତେକ ସ୍ଥାନରେ ତୁଷାରପାତ ଅନୁଭୂତ ହେବ। ଏଭଳି ପରିସ୍ଥିତି କାରଣରୁ ଫସଲ ମଧ୍ୟ ପ୍ରଭାବିତ ହେବ। ଲୋକଙ୍କୁ ଖାଦ୍ୟ ପାନୀୟ ମିଳିବାରେ ଅସୁବିଧା ସୃଷ୍ଟି ହେବ।


୪୩% ଆମେରିକୀୟ ସହରରେ ରହିବେ ନାହିଁ ନିଜସ୍ୱ ଲୋକ 
ଏହି ଅଧ୍ୟୟନରେ କୁହାଯାଇଛି ଯେ ପ୍ରାୟ ୪୩% ଆମେରିକୀୟ ନାଗରିକ ନିଜ ସହର ଛାଡ଼ିବାରେ ଲାଗିଛନ୍ତି। କ୍ରମାଗତ ଜଳବାୟୁ ପରିବର୍ତ୍ତନ ହେତୁ ଏହାର ପରିମାଣ ୬୪ ପ୍ରତିଶତକୁ ବୃଦ୍ଧି ପାଇବ। ସବୁଠାରୁ ଖରାପ ଅବସ୍ଥା ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶର ଉତ୍ତର-ପୂର୍ବ ଏବଂ ମଧ୍ୟ-ପଶ୍ଚିମ ଅଞ୍ଚଳରେ ସୃଷ୍ଟି ହେବ।