Ayodhya Shabari Rasoi Bill: ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହୋଇସାରିବା ପରେ ଏବେ ରାମ ଭକ୍ତଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା ରାମ ମନ୍ଦିର। ରାମ ମନ୍ଦିରର ମୁଖ୍ୟ ଫାଟକ ଠାରୁ ମାତ୍ର ୩୦୦ ମିଟର ଦୂରରେ ଅବସ୍ଥିତ ରହିଛି ଅରୁନ୍ଧତୀ ମଲ୍ଟି ଲେୟାର ପାର୍କିଂ। ଯାହାର ଚତୁର୍ଥ ମହଲାରେ ରହିଛି ଶବରୀ ରୋଷେଇ। ରାମ ମନ୍ଦିର ପରିସରରେ ଅବସ୍ଥିତ ଏହି ରେସ୍ତୁରାଁ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହାର କାରଣ ହେଉଛି ଭାଇରାଲ୍ ହେଉଥିବା ଶବରୀ ରୋଷେଇ ବିଲ୍ ଫଟୋ। ଯେଉଁଥିରେ ଚା ମୂଲ୍ୟ ୫୫ ଟଙ୍କା ଏବଂ ଟୋଷ୍ଟ ମୂଲ୍ୟ ୬୫ ଟଙ୍କା ବୋଲି ଦର୍ଶାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଯୋଧ୍ୟା ବିକାଶ ପ୍ରାଧିକରଣ ଶବରୀ ରୋଷେଇ ପାଖରୁ ସ୍ପଷ୍ଟୀକରଣ ମାଗିଛି।


COMMERCIAL BREAK
SCROLL TO CONTINUE READING

ଅଯୋଧ୍ୟା ବିକାଶ ପ୍ରାଧିକରଣ ସ୍ଥାନୀୟ ଟେଡି ବଜାର ଛକ ଠାରେ ଅରୁନ୍ଧତୀ ମଲ୍ଟି ଲେୟାର ପାର୍କିଂ ନିର୍ମାଣ କରିଛି। ଶବରୀ ରୋଷେଇ ନାମକ ରେସ୍ତୁରାଁ ଏହାର ଚତୁର୍ଥ ମହଲାରେ ଅବସ୍ଥିତ ରହିଛି। ଏହି ରେସ୍ତୁରାଁ ପ୍ରବେଶ ଦ୍ୱାରରେ ଆପଣ ପ୍ରଭୂ ଶ୍ରୀରାମ ଏବଂ ମାତା ଶବରୀଙ୍କ ଫଟୋ ଦେଖିବାକୁ ପାଇବେ। ଶବରୀ ରୋଷେଇ ରେସ୍ତୁରାଁ ଛାତରୁ ଯେ କହି ରାମ ମନ୍ଦିର ଦର୍ଶନ କରିପାରିବେ। ନିକଟରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ଭାଇରାଲ ହେଉଥିବା ସେହି ରେସ୍ତୁରାଁ ବିଲ ସତ୍ୟତା ସମ୍ପର୍କରେ ଜାଣିବା ପାଇଁ ସେଠାରେ ପହଞ୍ଚିଥିଲେ। 


ମୁଦ୍ରିତ ବଦଳରେ ବଦଳରେ ଦିଆଯାଇଥିଲା କାଗଜରେ ଲେଖାହୋଇଥିବା ବିଲ୍
ଗଣମାଧ୍ୟମ ପ୍ରତିନିଧି ଶବରୀ ରୋଷେଇ ନାମକ ରେସ୍ତୁରାଁ ପହଞ୍ଚିବା ପରେ ୨ ଚା ଏବଂ ଟୋଷ୍ଟ ଅର୍ଡର କରିଥିଲେ। କିଛି ସମୟ ପରେ ରେସ୍ତୁରାଁ ୱେଟର କହିଥିଲା ଟୋଷ୍ଟ ନାହିଁ ଆଉ ସେ ଚା ନେଇ ଆସୁଛନ୍ତି। ଚା ପିଇ ସାରିବା ପରେ ଯେତେବେଳେ ସେମାନେ ବିଲ ମାଗିଥିଲେ ସେତେବେଳେ ସେମାନଙ୍କୁ ମୁଦ୍ରିତ ବଦଳରେ ବଦଳରେ ଦିଆଯାଇଥିଲା କାଗଜରେ ଲେଖାହୋଇଥିବା ବିଲ୍ ଦିଆଯାଇଥିଲା। ଯେଉଁଥିରେ ଦୁଇଟି ଚା' ର ମୂଲ୍ୟ ୧୧୦ ଟଙ୍କା  ଲେଖାହୋଇଥିଲା। ଯେତେବେଳେ ସେମାନଙ୍କୁ ଚା ର ମୂଲ୍ୟ କାହିଁକି ଏତେ ମହଙ୍ଗା ଏବଂ ମୁଦ୍ରିତ ବିଲ ନାହିଁ କି ବୋଲି ପଚାରିଲୁ, ସେତେବେଳେ ସେମାନେ କହିଛନ୍ତି ଯେ ପ୍ରିଣ୍ଟିଂ ମେସିନ୍ ଭାଙ୍ଗି ଯାଇଥିବାର କୌଣସି ମୁଦ୍ରିତ ବିଲ୍ ଦିଆଯାଇ ପାରିବ ନାହିଁ। ୱେଟର ଆମ ସାମ୍ନାରେ ରଖାଯାଇଥିବା ମେନୁ କାର୍ଡ ଉଠାଇ ଦେଖାଇବା ସହ କହିଥିଲା ଯେ ଚା’ ଏବଂ କଫି ମୂଲ୍ୟ ଯଥାକ୍ରମେ ୫୫ ଏବଂ ୭୫ ଟଙ୍କା ରହିଛି।


ଯେତେବେଳେ ରେସ୍ତୁରାଁ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ବିଲ ସମ୍ପର୍କରେ ପଚରାଗଲା ସେତେବେଳେ ମ୍ୟାନେଜର ଚନ୍ଦନ କୁମାର ପାଣ୍ଡେ କହିଥିଲେ ଯେ ଆଜିକାଲି ୧୦ ଟଙ୍କା ମୂଲ୍ୟର ଚା ଆଉ ଉପଲବ୍ଧ ନାହିଁ। ଛୋଟ ମୋଟ ଦୋକାନୀ ମଧ୍ୟ ୨୦ ଟଙ୍କା ମୂଲ୍ୟରେ ମାଟି କପ୍ ଚା ପ୍ରଦାନ କରୁଛନ୍ତି। ହେଲେ ଶବରୀ ରୋଷେଇ ଠାରେ ଗରମ ପାଣି, ମାଗଣା ୱାଇଫାଇ ଏବଂ ସ୍ୱଚ୍ଛତା ସହିତ ବସିବାର ବ୍ୟବସ୍ଥା ରହିଛି। ଆପଣ ଏପରି ଅଯୋଧ୍ୟା ସହରର ଅନ୍ୟ ବଡ ହୋଟେଲ ଠାରେ ମଧ୍ୟ ପାଇପାରିବେ।


ଶବରୀ ରୋଷେଇ ରେସ୍ତୁରାଁ ବିଲ ଭାଇରାଲ ହେବା ପରେ ଅଯୋଧ୍ୟା ବିକାଶ ପ୍ରାଧିକରଣ ପକ୍ଷରୁ ଜାରି ହୋଇଛି ନୋଟିସ। ଯେଉଁଥିରେ ଶବରୀ ରୋଷେଇ ଉଦ୍ଦେଶ୍ୟରେ ନୋଟିସ୍ ଜାରି କରାଯାଇ ୫୫ ଟଙ୍କା ମୂଲ୍ୟର ଚା ଏବଂ ୬୫ ଟଙ୍କା ମୂଲ୍ୟର ଟୋଷ୍ଟ ସମ୍ପର୍କରେ ଜବାବ ମଗାଯାଇଛି। ଆପଣଙ୍କୁ କହିରଖୁଛୁ ଯେ ଅଯୋଧ୍ୟା ବିକାଶ ପ୍ରାଧିକରଣ ନିଜେ ଶାବରୀ ରଷେଇ ରେସ୍ତୁରାଁ ଲିଜ୍ ପ୍ରଦାନ କରିଛ। ବର୍ତ୍ତମାନ ଅଯୋଧ୍ୟା ବିକାଶ ପ୍ରାଧିକରଣ ନୋଟିସ ପରେ ଶବରୀ ରେଷେଇ ମେନୁ କାର୍ଡ ରେଟ୍ ତାଲିକାରେ କୌଣସି ପରିବର୍ତ୍ତନ ହେବ ନାଁ ନାହିଁ ତାହା ଦେଖିବାକୁ ବାକି ରହିଲା।