Ayodhya Ram Mandir: ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra modi) ଏହି ଭବ୍ୟ ମନ୍ଦିରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବିରାଟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିରୋଧୀ ଦଳର ଅନେକ ନେତାଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ୍ ହେବାପାଇଁ ନିମନ୍ତ୍ରଣ କରାଯାଇଛି । ଅନେକ ବିରୋଧୀ ଦଳର ନେତା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ରାଜନୈତିକ ରଙ୍ଗ ଦେଇଥିବା ଅଭିଯୋଗ ଆସିଛି । ତେବେ ଏହାରି ମଧ୍ୟରେ ଯୋଗଗୁରୁ ବାବା ରାମଦେବ (Baba ramdev) ବିରୋଧୀଙ୍କ ପ୍ରତିକ୍ରିୟା ଉପରେ ନିଜର ମନ୍ତବ୍ୟ ରଖି ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମ ସମସ୍ତଙ୍କର । ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଛି ସେମାନେ ଉଦ୍ଘାଟନ ଉତ୍ସବକୁ ଯିବା ଉଚିତ ଏବଂ ଯେଉଁମାନଙ୍କୁ ନିମନ୍ତ୍ରଣ ପତ୍ର ନମିଳିଛି ସେମାନେ ମଧ୍ୟ ଯିବା ଉଚିତ । ନିଜର ଅସ୍ତିତ୍ୱ ବଞ୍ଚାଇବାକୁ କୌଣସି ରାଜନୈତିକ ଦଳ ପ୍ରଭୁ ଶ୍ରୀରାମଙ୍କ ଉପରେ କୌଣସି ବିବାଦୀୟ ବିବୃତ୍ତି ଦେବା ଠିକ୍ ନୁହେଁ । ଯିଏ ପ୍ରଭୁ ଶ୍ରୀରାମଙ୍କୁ ନେଇ ରାଜନୀତି କରିବ ତାଙ୍କ ଅସ୍ତିତ୍ୱ ରହିବନି ।


ବିରୋଧୀଙ୍କୁ ପରାମର୍ଶ ଦେଇ ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ, ପ୍ରଭୁ ଶ୍ରୀ ରାମ ହେଉଛନ୍ତି ଆମ ସନାତନ ଧର୍ମର ପରମ୍ପରା ଏବଂ ଐତିହ୍ୟ । ପ୍ରଭୁ ଶ୍ରୀ ରାମ ସେହି ମହାନ ବ୍ୟକ୍ତି ଯାହାଙ୍କ ଆଦର୍ଶ ଆମ ଜୀବନକୁ ପରିବର୍ତ୍ତନ କରିଥାଏ । ରାମ ମନ୍ଦିର ପ୍ରସଙ୍ଗରେ ବିରୋଧୀ ରାଜନୀତି କରୁଥିବା ପ୍ରସଙ୍ଗରେ ରାମଦେବ କହିଛନ୍ତି ଯେ, ବିରୋଧୀ ଦଳ ପ୍ରଭୁ ଶ୍ରୀ ରାମଙ୍କ ବିଷୟରେ କୌଣସି ଭୁଲ ତଥା ବିବାଦୀୟ ବିବୃତ୍ତି ଦେବା ଉଚିତ ନୁହେଁ । ନଚେତ ସେମାନଙ୍କର ରାଜନୈତିକ କ୍ଷେତ୍ରରେ ପତନ ଘଟିବ ।


ଆପଣଙ୍କୁ କହିରଖୁଛୁ ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାପାଇଁ ବାବା ରାମଦେବଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ମିଳିଛି। ଏହାକୁ ନେଇ ବାବା କହିଛନ୍ତି ଯେ, ମୁଁ ଖୁବ ଗର୍ବିତ ଯେ, ଏହି ମହାନ କାର୍ଯ୍ୟକ୍ରମର ମୁଁ ସାକ୍ଷୀ ରହିବି । ୫ଶହ ବର୍ଷର ନିରନ୍ତର ସଂଘର୍ଷ ଏବଂ ୨୫ ପିଢୀ ପରେ ଏହି ଖାସ୍ ଦିନଟି ବିଶ୍ୱ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ ।


Also Read- ଖୁବ୍ ଶୀଘ୍ର ବଣାଇଗଡ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍ ସୁବିଧା


Also Read- Surya Gochar 2024: ମକର ସଂକ୍ରାନ୍ତିରେ ବଡ଼ ସଂଯୋଗ, ଏହି ୫ଟି ରାଶିର ବଦଳିବ ଭାଗ୍ୟ !