ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ୍ ଫର୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ପକ୍ଷରୁ ବାବ୍ରି ମସଜିଦ, ୨୦୦୨ ଗୁଜୁରାଟ ଦଙ୍ଗା ଏବଂ ସଂଖ୍ୟାଲଘୁଙ୍କ ବିଷୟରେ ଏପରି କିଛି ଉଲ୍ଲେଖ କରାଯାଇଥିଲା ଯାହା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜନୈତିକ ବିଜ୍ଞାନ ପାଠ୍ୟ ପୁସ୍ତକରେ ଚଳିତ ଏକାଡେମିକ୍ ଅଧିବେଶନରୁ କାର୍ଯ୍ୟକାରୀ ହୋଇଥାନ୍ତା । ସାମ୍ପ୍ରତିକ ବର୍ଷଗୁଡ଼ିକରେ ସମ୍ବେଦନଶୀଳ ବିଷୟଗୁଡ଼ିକ ଉପରେ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ଉପରେ ଆଗାମି ଦିନ ଗୁଡିକରେ ମଧ୍ୟ ଲକ୍ଷ ରହିବ । ଏପରି ପରିବର୍ତ୍ତନ କରାଯାଇଥିବା କଥା ଗୁରୁବାର ଦିନ  NCERT ୱେବସାଇଟରେ ସାର୍ବଜନୀନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ଥିବା ବିଦ୍ୟାଳୟରେ NCERT ପାଠ୍ୟ ପୁସ୍ତକ ଶିକ୍ଷା ଦିଆଯାଏ, ଯେଉଁଥିରେ ଭାରତର ପ୍ରାୟ ୩୦ ହଜାର ବିଦ୍ୟାଳୟ ଅନୁବନ୍ଧିତ । ତେବେ ଏନେଇ NCERT ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


COMMERCIAL BREAK
SCROLL TO CONTINUE READING

ତେବେ ପାଠ୍ୟ ପୁସ୍ତକର ୮ ନମ୍ୱର ଅଧ୍ୟାୟରେ, ଭାରତୀୟ ରାଜନୀତିରେ ସାମ୍ପ୍ରତିକ ବିକାଶ, “ଅଯୋଧ୍ୟା ଭାଙ୍ଗିବା” କୁ ଦର୍ଶାଯାଇଛି । ରାଜନୈତିକ ସଂଗଠନର ପ୍ରକୃତି ପାଇଁ ରାମ ଜନ୍ମଭୂମି ଆନ୍ଦୋଳନ ଏବଂ ଅଯୋଧ୍ୟା ଭାଙ୍ଗିବାର ସମସ୍ତ ବିବରଣୀ ସମ୍ପର୍କରେ ଉଲ୍ଲେଖ ରହିଛି । ସେହିପରି ସେହି ଅଧ୍ୟାୟରେ ବାବ୍ରି ମସଜିଦ ଏବଂ ହିନ୍ଦୁତ୍ୱର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରାଯାଇଛି ।


ସୂଚନାଯୋଗ୍ୟ, ଡିସେମ୍ବର ୧୯୯୨ ରେ ଅଯୋଧ୍ୟାର ବାବ୍ରି ମସଜିଦ୍ ବିବାଦୀୟ ଢାଞ୍ଚାରେ ଭାଙ୍ଗିବାକୁ ନେଇ ଅନେକ ଘଟଣା ଘଟିଥିଲା। ଏହି ଘଟଣା ଦେଶର ରାଜନୀତିରେ ମଧ୍ୟ ତର୍କ ବିତର୍କ ସୃଷ୍ଟି କରିଥିଲା । ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିର ଉପରେ ପୁରୁଣା ଆଇନଗତ ଏବଂ ରାଜନୈତିକ ବିବାଦ ଭାରତର ରାଜନୀତିରେ ପ୍ରଭାବ ପକାଇବା ଆରମ୍ଭ କରିଥିଲା । ଯାହା ବିଭିନ୍ନ ରାଜନୈତିକ ପରିବର୍ତ୍ତନ ଆଣିଥିଲା । ଅଯୋଧ୍ୟା ରାମ ମନ୍ଦିର ବିଭିନ୍ନ ସମୟରେ ଆନ୍ଦୋଳନ, କେନ୍ଦ୍ରୀୟ ପ୍ରସଙ୍ଗ ହୋଇ ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ର ଉପରେ ବକ୍ତବ୍ୟର ଦିଗକୁ ପରିବର୍ତ୍ତନ କଲା । ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ (ଯାହା ନଭେମ୍ବର ୯, ୨୦୧୯ ରେ ଘୋଷଣା କରାଯାଇଥିଲା) ର ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ଏହି ପରିବର୍ତ୍ତନ ସମାପ୍ତ ହୋଇଥିଲା। ” ଏଥିସହ ପୁସ୍ତକର ୫ ନମ୍ୱର ଅଧ୍ୟାୟ ରେ, ଗୁଜୁରାଟ ଦଙ୍ଗା ସମ୍ପର୍କରେ ଉଲ୍ଲେଖ ରହିଛି ।


Also Read- Shani Purvabhadrapada Nakshtra Gochar: ୬ ଏପ୍ରିଲରୁ ବଦଳିଯିବ ୩ଟି ରାଶିର ଭାଗ୍ୟ