ଭୁବନେଶ୍ୱର: ହାଇଭୋଲଟେଜ ପାରିବାରିକ ବିବାଦ ମାମଲାରେ ଆଜି ଅଭିନେତା ବାବୁସାନ ମହାନ୍ତି (Babusan Mohanty) ଆଜି ଖାରବେଳ ନଗର (Kharbela Nagar) ଥାନାରେ (Police Station) ହାଜର ହୋଇଛନ୍ତି। ନିଜ ମା ତଥା ଅଭିନେତ୍ରୀ ଅପରାଜିତାଙ୍କ (Aparajita Mohanty) ସହିତ ଥାନାରେ ପହଞ୍ଚିଥିଲେ। ପୋଲିସ ନିକଟରୁ ନୋଟିସ ପାଇବା ପରେ ସେ ଆଜି ମାଙ୍କ ସହିତ ଖାରବେଳନଗର ଥାନାରେ ହାଜର ହୋଇଥିଲେ। ଜେରା ସମୟରେ ସେ ପୋଲିସକୁ ସହଯୋଗ କରିଥିବା ଜଣାପଡ଼ିଛି। ପୋଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା ନେଇ ଖାରବେଳ ନଗର ଥାନା ଆଇଆଇସି କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆଇଆଇସି କହିଥିଲେ କି କେସ୍ ର ସବୁ ଦିଗକୁ ଅନୁଶୀଳନ ପରେ ଆମେ କହିବୁ ତଦନ୍ତ କେଉଁ ଦିଗକୁ ଯାଉଛି। ବାବୁସାନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ନିଜ ମାଆଙ୍କ ଉପସ୍ଥିତିରେ ବାବୁଙ୍କୁ ପଚରା ଉଚରା କରାଯାଇଥିଲା । ଜେରା ବେଳେ ବାବୁଙ୍କ ଘର ସମ୍ପର୍କୀୟ ରବି ମିଶ୍ର ବି ଉପସ୍ଥିତି ଥିଲେ । ଥାନାରେ ହୋଇଥିବା ୨ଟି ମାମଲା ବାବଦରେ ଜେରା କରାଯାଇଥିବା ନେଇ ଆଇଆଇସି ଅରୁଣ ସ୍ୱାଇଁ କହିଛନ୍ତି। 


ସେପଟେ ଅଧଘଣ୍ଟାର ଜେରା ପରେ ବାବୁସାନ ଓ ଅପରାଜିତା ମହାନ୍ତି ଘରକୁ ଫେରିଥିଲେ। ତେବେ ସାମ୍ବାଦିକଙ୍କୁ କୌଣସି ପ୍ରତିକ୍ରିୟା ନ ଦେଇ ସେ ସିଧାସଳଖ ଘରକୁ ଫେରିଥିଲେ। ତାଙ୍କ ସହିତ ତାଙ୍କର ସମ୍ପର୍କିୟ ମାମୁଁ ରବି ମିଶ୍ର ମଧ୍ୟ ଫେରିଥିଲେ। 


ତେବେ ଆଜି ବାବୁସାନଙ୍କର ଆଜି ଜନ୍ମଦିନ ଥିଲା। ଗତକାଲି ସନ୍ଧ୍ୟାରେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ କି ଆଜି ନିଜ ଘରେ ଜନ୍ମଦିନ ପାଳନ କରିବେ । ଏପରିକି ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହିତ ଜନ୍ମ ଦିନ ପାଳନ କରିବେ ବୋଲି କହିଥିଲେ। ସ୍ତ୍ରୀ ତୃପ୍ତି ଘରକୁ ନ ଆସିଲେ ସେ ତାଙ୍କ ନିକଟକୁ ଯିବେ ବୋଲି ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ବାବୁସାନ ଥାନାରେ ଜେରାର ସମ୍ମୁଖିନ ହୋଇଥିଲେ। ଏଭଳି ଘଟଣାକୁ ନେଇ ବାବୁସାନ ପୁଣି ଥରେ ଠକିଦେଲେ ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା।