Vande Bharat Trainରେ ଦିଆଯାଉଛି ଖରାପ ଖାଦ୍ୟ ? ଫଟୋ ଭାଇରାଲ୍, IRCTC ରଖିଲା ଉତ୍ତର
![Vande Bharat Trainରେ ଦିଆଯାଉଛି ଖରାପ ଖାଦ୍ୟ ? ଫଟୋ ଭାଇରାଲ୍, IRCTC ରଖିଲା ଉତ୍ତର Vande Bharat Trainରେ ଦିଆଯାଉଛି ଖରାପ ଖାଦ୍ୟ ? ଫଟୋ ଭାଇରାଲ୍, IRCTC ରଖିଲା ଉତ୍ତର](https://hindi.cdn.zeenews.com/hindi/sites/default/files/styles/zm_500x286/public/2023/07/06/1935372-vande-wrb.jpg?itok=Vp2_1tdK)
ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ଏବଂ ପରେ କିପରି ଖାଦ୍ୟ (Food) ଦିଆଯାଇଛି ତାର ଦୁଇଟି ଫଟୋ ହିମାଂଶୁ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ (Social media post) କରିଛନ୍ତି । ବନ୍ଦେ ଭାରତର ଟ୍ରେନ ନମ୍ୱର ୨୨୨୩୦ (Train number 22230)ରେ ଯାତ୍ରୀଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟର
Vande Bharat Train: ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ଏବଂ ପରେ କିପରି ଖାଦ୍ୟ (Food) ଦିଆଯାଇଛି ତାର ଦୁଇଟି ଫଟୋ ହିମାଂଶୁ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ (Social media post) କରିଛନ୍ତି । ବନ୍ଦେ ଭାରତର ଟ୍ରେନ ନମ୍ୱର ୨୨୨୩୦ (Train number 22230)ରେ ଯାତ୍ରୀଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟର ମାନ ଖରାପ (Bad quality) ବୋଲି ସୋସିଆଲ ମିଡିଆରେ ପ୍ରକାଶ ହୋଇଛି । ସେ ଟୁଇଟ୍ କରି କହିଛନ୍ତି ଯେ, ଯାତ୍ରୀଙ୍କୁ ପରସା ଯାଉଥିବା ଖାଦ୍ୟ ଦ୍ରବ୍ୟରେ ଉନ୍ନତି ଆଣିବା ନିହାତି ଆବଶ୍ୟକ । ବନ୍ଦେ ଭାରତ ଟ୍ରେନ ନମ୍ୱର ୨୨୨୩୦ ଏକ୍ସପ୍ରେସ୍ ମାଡଗାୱଁ ଜଙ୍କସନରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ପର୍ଯ୍ୟନ୍ତ ଯାତ୍ରା (Travel) କରୁଥିବା ସମୟରେ ଏହି ଖାଦ୍ୟ ପରସା ଯାଇଥିଲା । ତେଣୁ ସେ ତୁରନ୍ତ ତାହାର ଫଟୋ ଉଠାଇ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟିଗୋଚର କରିଥିଲେ ।
ବନ୍ଦେ ଭାରତ ଟ୍ରେନରେ ଖରାପ ମାନର ଫଟୋ ପୋଷ୍ଟ କରିବା ସହ ହିମାଂଶୁ ଲେଖିଛନ୍ତି ଯେ, ଏଥିପାଇଁ ଖାଦ୍ୟର ମାନ ଖରାପ ଯେ, ପଥର ପରି ପନିର, ଥଣ୍ଡା ଖାଦ୍ୟ ସହ ବାସି ତଥା ଲୁଣିଆ ଡାଲି ଯାତ୍ରୀଙ୍କୁ ଦିଆଯାଉଛି । ହିମାଂଶୁ ମୁଖାର୍ଜୀ ଟ୍ୱିଟରେ ଆହୁରି ମଧ୍ୟ କହିଛନ୍ତି ଯେ, ଦହି ଏବଂ ସାନିଟାଇଜର (Sanitizer) ଲୋକଙ୍କୁ ଦିଆଯାଉନାହିଁ । ସାଧାରଣ ଯାତ୍ରୀ ଅଧିକ ଟଙ୍କା (Money) ଦେଇ କାହିଁକି ସଠିକ୍ ମାନର ଖାଦ୍ୟ ପାଇପାରିବେ ନାହିଁ ବୋଲି ହିମାଂଶୁ ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନର ଏପରି କାମ ଯାତ୍ରୀଙ୍କ ମନରେ ଖରାପ ଭାବ ସୃଷ୍ଟି କରିଛି । ଜୁଲାଇ ୧ରେ ଘଟିଥିବା ଏହି ଘଟଣାକୁ ଟ୍ୱିଟରରେ ଲକ୍ଷାଧିକ ଲୋକ ଦେଖିଛନ୍ତି । ବନ୍ଦେ ଭାରତ ଟ୍ରେନ ଯେଉଁଦିନ ଉଦଘାଟନ (vande bharat train inauguration) ହୋଇଥିଲା ସେଦିନ ଯାତ୍ରାଙ୍କୁ ଖୁବ ଭଲ ଖାଦ୍ୟ (Good Food) ଖାଇବାକୁ ଦିଆଯାଇଥିଲା । ଅନେକ ଯାତ୍ରୀ ସୋସିଆଲ ମିଡିଆରେ ପ୍ରଶଂସା (Appreciation) ମଧ୍ୟ କରିଥିଲେ । କିନ୍ତୁ ପରେ ଧିରେ ଧିରେ ଖାଦ୍ୟର ମାନ ହ୍ରାସ ପାଇବାରେ ଲାଗିଛି ।
ହିମାଂଶୁଙ୍କ ଏହି ଟ୍ୱିଟର ଉତ୍ତର ରଖିଛି ରେଳ ବିଭାଗ । ଆଇଆରସିଟିସି (IRCTC) କହିଛି ଯେ, ଆମେ ଖାଦ୍ୟର ପ୍ରସ୍ତୁତି ଓ ବିତରଣ ଦିଗରେ ସବୁବେଳେ ସର୍ବୋଚ୍ଚ ମାନ ବଜାୟ ରଖିବାକୁ ଚେଷ୍ଟା କରିଥାଉ । ଏହା କହିବା ସହ ପିଏନଆର (PNR) ଏବଂ ମୋବାଇଲ ନମ୍ୱର ମେସେଜ୍ କରିବା ପାଇଁ ଆଇଆରସିଟିସି ହିମାଂଶୁଙ୍କୁ ସୂଚନା ଦେଇଛି ।
ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଛି ବନ୍ଦେ ଭାରତ ଏକ୍ସପ୍ରେସ
ଦୃତ୍ତଗାମୀ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ସାମ୍ନାକୁ ଆସିଥାଏ । କିଛିଦିନ ତଳେ ସାମାନ୍ୟ ଦୁର୍ଘଟଣା (Minor Accident) ରେ ଟ୍ରେନର ଆଗ ଭାଗ ନଷ୍ଟ ହୋଇଥିବାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ସେହିପରି ନିକଟରେ ପୁରୀରୁ ହାୱଡା (Puri to howrah) ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ କାଳବୈଶାଖି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଟ୍ରେନ୍ ବିଳମ୍ୱ ହେବା ସହ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ସେହିପରି ଅନ୍ୟ ଏକ ଚର୍ଚ୍ଚାର କାରଣ ହେଉଛି ଯେ, ଜଣେ ବ୍ୟକ୍ତି ବିନା ଟିକେଟରେ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା (Travel) କରୁଥିଲେ । ରେଳ ଅଧିକାରୀ ଏ ବିଷୟରେ ଜାଣିବା ପରେ ବ୍ୟକ୍ତିଙ୍କୁ ଟ୍ରେନରୁ ତଳକୁ ଯିବାକୁ କହିବା ପରେ ବ୍ୟକ୍ତି ଜଣଙ୍କ ନାନା ବାହାନା କରିଥିଲେ ।
Also Read- କଳିଯୁଗର ଶ୍ରବଣ କୁମାର: ମାଆଙ୍କୁ ଝୁଲାରେ ବସାଇ କରାଇଲେ ମହାଦେବଙ୍କ ଦର୍ଶନ