Train Accident in Balasore: ପୁଣି ଥରେ ବାଲେଶ୍ୱର ଠାରେ ଦେଖିବାକୁ ମିଳିଛି ଏକ ଟ୍ରେନ ଦୁର୍ଘଟଣା। ମାତ୍ର ଏହି ଦୁର୍ଘଟଣାରୁ ଏକ ମେମୁ ଟ୍ରେନ୍ ଅଳ୍ପକେ ରକ୍ଷା ପାଇଛି। ଜୁଲାଇ ୧୮ ତାରିଖ ମଙ୍ଗଳବାର ବାଲେଶ୍ୱର ସ୍ଥିତ ବରୁଣ ସିଂହ ଛକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ମେମୁ ଟ୍ରେନ୍। ନୀଳଗିରି ରୋଡ ଷ୍ଟେସନ ନିକଟରେ ଏହି ମେମୁ ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଯାହା ଫଳରେ ଏକ ପ୍ରମୁଖ ଟ୍ରେନ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ଏନେଇ ମିଳିଥିବା ଖବର ଅନୁସାରେ ଦୁର୍ଘଟଣାକୁ ଏଡାଇବା ପାଇଁ ଜାଗ୍ରତ ଲୋକୋ ପାଇଲଟ୍ ଠିକ୍ ସମୟରେ ଟ୍ରେନ ବ୍ରେକ୍ ଲଗାଇ ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ମେମୁ ଟ୍ରେନ୍‌ (Memu Train Accident)। ଭଦ୍ରକ ଠାରୁ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବା ବେଳେ ଏହି ଟ୍ରେନ୍‌ (Bhadrak Balasore Memu Train) ଲୁପ୍‌ ଲାଇନ୍‌ ମଧ୍ୟରେ ଫସି ଯାଇଥିଲା (Memu Train Trapped in Loop Line)। ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ହୋଇଥିବା  କୁହାଯାଉଛି। ମାତ୍ର ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଥିଲା। ଯାତ୍ରା କରିବା ସମୟରେ ନୀଳଗିରି ରୋଡ ଷ୍ଟେସନ ( Nilgiri Road Railway Station) ପୂର୍ବରୁ ଅଟକି ଯାଇଥିଲା ଲୁପ୍‌ ଲାଇନ୍‌ ମଧ୍ୟରେ ଫସି ଯାଇଥିବା ମେମୁ ଟ୍ରେନ।


ଏନେଇ ମିଳିଥିବା ଖବର ଅନୁସାରେ ରେଳ ଲାଇନ ଠାରେ କାମ ଚାଲୁଥିବା ବେଳେ ପଶି ଆସିଥିଲା ମେମୁ ଟ୍ରେନ। ହେଲେ କ'ଣ ପାଇଁ ଏଭଳି ସମସ୍ୟା ଉପୁଜିଥିଲା ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ସିଗନାଲ କିମ୍ବା ରେଳ ଧାରଣାର କୌଣସି ତ୍ରୁଟି ରହିଥିବାର ଜଣା ପଡିନାହିଁ। ହେଲେ ଲୋକ ପାଇଲଟ ନିଜର ଉପସ୍ଥିତ ପ୍ରୟୋଗ କରି ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ମେମୁ ଟ୍ରେନ ନୀଳଗିରି ରୋଡ଼ ରେଳ ଷ୍ଟେସନ ଠାରେ ୨ ଘଣ୍ଟାରୁ ଅଧିକ ସମୟ ରହିଥିଲା। ଏହା ପରେ ଲୋକ ପାଇଲଟ ପଛକୁ ବ୍ରେକ କରି ମେମୁ ଟ୍ରେନ ବାଲେଶ୍ୱର (Balasore) ଅଭିମୁଖେ ନେଇଯାଇଛନ୍ତି। ବାଲେଶ୍ୱର ରେଳ ଷ୍ଟେସନ (Balasore Railway Station) ଠାରେ ଟ୍ରେନ ପହଞ୍ଚିବା ପରେ ଯାତ୍ରୀ ଟ୍ରେନ ଚାଳକଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।